ବଲାଙ୍ଗିର: ବଲାଙ୍ଗିର କୋଭିଡ ହସ୍ପଟାଲରେ ମିଳିତ ଭାବର ନାଚିଲେ ସଂକ୍ରମିତ ଓ କୋଭିଡ ହସ୍ପିଟାଲର ସ୍ୱାସ୍ଥ୍ୟ କର୍ମଚାରୀ । ହସ୍ପିଟାଲ କର୍ମଚାରୀମାନେ ପିପିଇ କିଟ ପିନ୍ଧି ରୋଗୀଙ୍କ ସହ ନାଚିଥିବା ଭିଡ଼ିଓ ଭାଇରାଲ ହେଉଛି । ଏପରି ଏହି ନାଚ ଦେଖି ଚିକିତ୍ସାଧିନ ସଂକ୍ରମିତ ମାନଙ୍କ ମନୋବଳ ସୁଦୃଢ ହୋଇଛି । ଗତ ଦୁଇଦିନ ଆଗରୁ ୯୨ ବର୍ଷୀୟ ରୋଗୀର ଜନ୍ମଦିନ ପାଳନ କରିଥିଲେ । ହସ୍ପିଟାଲର ସମସ୍ତ କର୍ମଚାରୀ ଏବଂ ସଂକ୍ରମିତ ବୃଦ୍ଧଙ୍କ ଜନ୍ମ ଦିନରେ ସାମିଲ ହୋଇଥିଲେ । ଏପରି କାମକୁ ସମସ୍ତେ ପ୍ରଶଂସା କରିଛନ୍ତି । ସେହିପରି ପୂର୍ବରୁ ଡାକ୍ତରଖାନାର ୬ ଜଣ ରୋଗୀଙ୍କୁ ହସ୍ପିଟାଲ କର୍ମଚାରୀ ଖିଅର କରି ରୋଗୀଙ୍କ ସେବାରେ ଲାଗିଥିଲେ କିମ୍ସ କର୍ମଚାରୀଙ୍କୁ ପ୍ରଶାସନ ତରଫରୁ ପ୍ରଶଂସା କରାଯାଇଥିଲା ।
ରିପୋର୍ଟ: ଗୁପ୍ତେଶ୍ୱର ପୁଷ୍ଟି
Comments are closed, but trackbacks and pingbacks are open.