ଖୁବଶୀଘ୍ର ଦଶହରା ପଡ଼ିଆ ଉନ୍ନତିକରଣ

Get real time updates directly on you device, subscribe now.

ଜୟପୁର,(ବି.ବି.ବୁ୍ୟରୋ): ଦଶହରା ପଡ଼ିଆର ଉନ୍ନତିକରଣ କରାଯିବ । ପରିସରରେ ତିଆରି ହେବ ଓପନ୍ଜିମ୍, ୱାକିଂ ଟ୍ରାକ୍ । ଏଥିସହ ଅନ୍ୟାନ୍ୟ ଉନ୍ନତିମୂଳକ କାମ ହାତକୁ ନିଆଯିବ । ଏଥିଲାଗି ଖର୍ଚ୍ଚ ହେବ ପ୍ରାୟ ୪୦ ଲକ୍ଷ ଟଙ୍କା । ଆସନ୍ତା ୧୦ ଦିନ ମଧ୍ୟରେ କାମ ଆରମ୍ଭ ହେବ ବୋଲି ପୌର ନିର୍ବାହୀ ଅଧିକାରୀ ସିଦ୍ଧାର୍ଥ ପ;ନାୟକ କହିଛନ୍ତି ।
ଶ୍ରୀ ପ;ନାୟକ କହିଛନ୍ତି, ଦଶହରା ପଡ଼ିଆ ଉନ୍ନତିଲାଗି ସହରବାସୀ ଦାବି କରି ଆସୁଛନ୍ତି । ଏହାକୁ ଆଖିରେ ରଖି ପୌର ନିର୍ବାଚନ ପୂର୍ବରୁ ଉନ୍ନତିମୂଳକ କାମର ନକ୍ସା କରାଯାଇଥିଲା । ଜିଲ୍ଲାପାଳ ମହମ୍ମଦ ଅବଦଲ ଅଖତର ପଡ଼ିଆ ବୁଲି ଦେଖିଥିଲେ । ଜିଲ୍ଲା ପ୍ରଶାସନର ନିଦେ୍ର୍ଧଶକ୍ରମେ ପଡ଼ିଆ ଚାରିପଟେ ୧୦ଟି ଉଜ୍ଜ୍ୱଳ ଏଲ୍ଇଡ଼ି ଲାଇଟ୍ ଲଗାଯାଇଛି । ନିର୍ବାଚନ ଆଦର୍ଶ ଆଚରଣ ବିଧି ଲାଗୁ ହେବାରୁ ଉନ୍ନୟନ କାମ ସ୍ଥଗିତ ରଖାଯାଇଥିଲା । କିଛି ଦିନ ତଳେ ସେ(ଶ୍ରୀ ପ;ନାୟକ), ପୌରାଧ୍ୟକ୍ଷ ନରେନ୍ଦ୍ର କୁମାର ମହାନ୍ତି ଏବଂ ପୌର କର୍ମଚାରୀ ପଡ଼ିଆ ପରିଦର୍ଶନ କରିଥିଲେ । ପଡ଼ିଆରୁ ଆବର୍ଜନା ସଫା କରାଯାଇଥିଲା । ଜନସାଧାରଣଙ୍କ ଅନୁରୋଧ ରହିଥିଲା ପଡ଼ିଆର ଉନ୍ନତିକରଣ ଏବଂ ସୁବିଧା ଲାଗି । କିଛି ଦିନ ମଧ୍ୟରେ ପରିସରରେ ଗୋଟିଏ ଓପନ୍ ଜିମ୍ ଏବଂ ଜନସାଧାରଣଙ୍କ ଚାଲିବା ଲାଗି ୱାକିଂ ଟ୍ରାକ୍ କାମ ଆରମ୍ଭ ହେବ । ୩ଟି ନୂଆ ଗେଟ୍ ଲଗାଯିବା ସହ କଲଭର୍ଟ ମରାମତି ହେବ । ଲୋକଙ୍କ ବସିବା ଲାଗି ବେଞ୍ଚ ପଡ଼ିବ । ପିଇବା ପାଣି ବ୍ୟବସ୍ଥା କରାଯିବ । ଏଥିଲାଗି ଜିଲ୍ଲା ପ୍ରଶାସନ ୪୦ ଲକ୍ଷ ଟଙ୍କା ଅନୁମୋଦନ କରିଛି । କାମ ସରିବା ପରେ ପଡ଼ିଆର ରୂପରେଖ ବଦଳିବ । ଅଧିକ ଉନ୍ନତି ଲାଗି କାଉନସିଲ୍ରେ ପ୍ରସ୍ତାବ ଦିଆଯିବ । କାଉନସିଲ୍ ଅନୁମୋଦନ କଲେ ଉନ୍ନତିମୂଳକ କାମ ଜାରି ରହିବ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons