ଗଛରେ ପିିଟିହେଲା ବାଇକ୍ :ଜଣେ ମୃତ, ଜଣେ ଗୁରୁତର

Get real time updates directly on you device, subscribe now.

ପାପଡାହାଣ୍ଡି,(ବି.ବି.ନୁ୍ୟଜ): କେନ୍ଦୁଗୁଡା ଛକରେ ଗତ ଶୁକ୍ରବାର ସନ୍ଧ୍ୟାରେ ଏକ ସଡ଼କ ଦୁର୍ଘଟଣାରେ ଜଣେ ବାଇକ ଆରୋହୀଙ୍କ ମୃତୁ୍ୟ ହୋଇଛି । ଏଥିରେ ଅନ୍ୟଜଣେ ଗୁରୁତର ହୋଇଛନ୍ତି । ମୃତକ ହେଲେ ତଣ୍ଡାଗୁଡା ଗାଁର ବାବୁଲା କୁମ୍ଭାର । ଗୁରୁତର ହେଲେ ଦିଶାରୀଗୁଡା ଗାଁର ମନ ଭତରା । ମନଙ୍କ ଅବସ୍ଥା ଗମ୍ଭୀର ଥିବାରୁ ବିଶାଖାପାଟଣା ସ୍ଥାନାନ୍ତର କରାଯାଇଛି ।
ବାବୁଲା ଓ ମନ ଏକ ବାଇକ୍(ଓଡି୨୪ଏଫ୍ ୧୭୭୪) ରେ କୌଣସି କାମରେ ଡାବୁଗାଁ ବ୍ଲକ ଝରିଗୁଡା ଗାଁକୁ ଯାଇଥିଲେ । ସନ୍ଧ୍ୟା ପ୍ରାୟ ୭ଟାରେ ଫେରୁଥିବାବେଳେ ଦୁର୍ଘଟଣାର ଶିକାର ହୋଇଥିଲେ । ରାସ୍ତାକଡ ଏକ ଗଛରେ ଏମାନଙ୍କ ଗାଡି ପିଟିହୋଇଯିବାରୁ ଦୁହେଁ ରାସ୍ତାରେ ଛିଟିକି ପଡିଥିଲେ । ସ୍ଥାନୀୟ ଲୋକେ ଏମାନଙ୍କୁ ଉଦ୍ଧାରକରି ପାପଡାହାଣ୍ଡି ଗୋÂୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ । ଚିକିତ୍ସାଧୀନ ଅବସ୍ଥାରେ ବାବୁଲାଙ୍କର ମୃତୁ୍ୟ ହୋଇଥିଲା । ମନଙ୍କ ଅବସ୍ଥା ଗମ୍ଭୀର ଥିବାରୁ ପ୍ରାଥମିକ ଚିକିତ୍ସା ପରେ ତାଙ୍କୁ ବିଶାଖାପାଟଣା ପଠାଇ ଦିଆଯାଇଥିଲା । ବାବୁଲାଙ୍କ ଶବ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons