ଗଛରେ ବାନ୍ଧି ପିଟିଲେ, ସାତବେଣ୍ଟିଆ କରି ବୁଲାଇଲେ

Get real time updates directly on you device, subscribe now.

ମହାକାଳପଡ଼ା,(ବି.ବି.ନୁ୍ୟଜ): ମହାକାଳପଡ଼ା ବ୍ଲକ୍ ପେଟଛେଲା ପଞ୍ଚାୟତ କେନ୍ତିଆ ଗ୍ରାମରେ ଏକ ଅଭାବନୀୟ ତଥା ବର୍ବରୋଚିତ ଘଟଣା ଘଟିଛି । ଜଣ ଯୁବକଙ୍କୁ ଗଛରେ ବାନ୍ଧି ମାଡ଼ ମରାଯିବା ସହ ସାତବେଣ୍ଟିଆ କରାଯାଇଛି । ଏନେଇ ଏକ ଅଭିଯୋଗ ମହାକାଳପଡ଼ା ଥାନାରେ ହୋଇଛି ।
ଖବର ମୁତାବକ ଶନିବାର ରାତିରେ ପେଟଛେଲା ଗ୍ରାମର ବିକ୍ରମ ପାଇଟଳ (୨୧)ଙ୍କୁ କେନ୍ତିଆ ଗ୍ରାର କିଛି ଲୋକ ମାଡ଼ମାରି ଗଛରେ ବାନ୍ଧିପକାଇଥିଲେ । ଏପରିକି ତାଙ୍କୁ ସାତବେଣ୍ଟିଆ କରି ଗାଁରେ ବୁଲାଇଥିଲେ । ଏନେଇ ନଣ୍ଡା ହୋଇଥିବା ଯୁବକଙ୍କ ଭଉଣୀ ସୌଦାମିନୀ ସ୍ୱାଇଁ ମହାକାଳପଡ଼ା ଥାନାରେ ଅଭିଯୋଗ କରିଛନ୍ତି । ଖବର ପାଇ ମହାକାଳପଡ଼ା ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ଯୁବକଙ୍କୁ ଉଦ୍ଧାର କରି ତଦନ୍ତ ଚଳାଇଛି । ଯୁବକ ଜଣକଙ୍କୁ କାହିଁକି କେନ୍ତିଆ ଗ୍ରାମରେ ସାତବେଣ୍ଟିଆ କରାଗଲା ଏବଂ ମାଡ଼ ମାରିବାରେ କେଉଁମାନେ ସମ୍ପୃକ୍ତ ଏବଂ କେଉଁ କାରଣରୁ ଯୁବକଙ୍କୁ ଏଭଳି ଅପ୍ରିତିକର ପରିସ୍ଥିତିର ସାମ୍ନା କରିବାକୁ ପଡ଼ିଲା ତାକୁନେଇ ମହାକାଳପଡ଼ା ପୁଲିସ ତଦନ୍ତ ଆରମ୍ଭ କରିଛି । ଅନ୍ୟପକ୍ଷରେ ମହାକାଳପଡ଼ା ଥାନାରେ ସାତବେଣ୍ଟିଆ ହୋଇଥିବା ଯୁବକଙ୍କ ବିରୋଧରେ କେନ୍ତିଆ ଗ୍ରାମର ଏକ ପରିବାର ପକ୍ଷରୁ ଅଭିଯୋଗ ହୋଇଛି । ଘରେ ପଶି ଚୋରି କରିବା ଓ ଅସଦାଚରଣ ଉଦ୍ୟମ ନେଇ ଅଭିଯୋଗ ହୋଇଛି । ତେବେ ଘଟଣାର ସତ୍ୟାସତ୍ୟ ଏଯାଏ ସ୍ପଷ୍ଟ ହୋଇପାରିନି । ଏଇ ଘଟଣା ଏଠାରେ ଏବେ ମୁଖ୍ୟ ଚର୍ଚ୍ଚାର ବିଷୟ ହୋଇଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons