ଗଞ୍ଜେଇ ଚାଲାଣ ରୋକିବାକୁ କଡ଼ା ପଦକ୍ଷେପ

Get real time updates directly on you device, subscribe now.

ଜୟପୁର,(ବି.ବି.ବୁ୍ୟରୋ): ପଡୋଶୀ ଛତିଶଗଡ଼ରେ ଗଞ୍ଜେଇ ଗାଡ଼ି ଧକ୍କାରେ ୪ ଜଣଙ୍କ ମୃତୁ୍ୟ ସହ ୧୦ରୁ ଅଧିକ ଗୁରୁତର ଆହତ ହୋଇଥିଲେ । ସେଠାକାର ସରକାର ଓଡିଶାର ଗଞ୍ଜେଇ ଲାଗି ଏଭଳି ଘଟଣା ଘଟିଲା ବୋଲି ଅଭିଯୋଗ କରିଥିଲେ । ଅଭିଯୋଗ ପରେ ଜିଲ୍ଲାରେ ଗାଡ଼ିମୋଟର ଯାଞ୍ଚ ବ୍ୟବସ୍ଥା କଡ଼ାକଡ଼ି କରିବାକୁ ଏସ୍ପି ବରୁଣ ଗୁଣ୍ଟୁପଲ୍ଲୀ ନିଦେ୍ର୍ଧଶ ଦେଇଛନ୍ତି । ସ୍ଥାନୀୟ ସଦର ପୁଲିସ ପକ୍ଷରୁ ଆରମ୍ଭ ହୋଇଛି ୨୪ ଘଣ୍ଟିଆ ନାକାବନ୍ଦୀ(ଗାଡ଼ି ମୋଟର ଯାଞ୍ଚ) । ଜାତୀୟ ରାଜପଥ-୩୨୬ ସତୀନଦୀ କୂଳରେ ପୁଲିସ ପକ୍ଷରୁ ବ୍ୟାରିକେଡ୍ ଲଗାଯାଇ ଯାନବାହାନ ଯାଞ୍ଚ କରାଯାଉଛି । କେବଳ ଜୟପୁର ସଦର ଅଞ୍ଚଳ ନୁହେଁ, ପୁଲିସ ଉପଖଣ୍ଡର ବିଭିନ୍ନ ଥାନା ପକ୍ଷରୁ ଏହି ବ୍ୟବସ୍ଥା ଗ୍ରହଣ କରାଯାଉଥିବା ଏସଡିପିଓ ଅରୂପ ଅଭିଶେକ ବେହେରା କହିଛନ୍ତି ।
ଶ୍ରୀ ବେହେରା କହିଛନ୍ତି, ଗ୍ଲୋକାଲ ହସପିଟାଲ ନିକଟ ସ୍ୱାଗତ ତୋରଣ ପାଖରେ ଟେଣ୍ଟ ଲଗାଯାଇଛି । ୪ ଜଣ ପୁଲିସ କର୍ମଚାରୀ ସନେ୍ଦହ ହେଉଥିବା ଗାଡ଼ି ସହ ବାଇକ୍, କାର, ଟ୍ରକ୍, ବସ୍, ଭ୍ୟାନ୍ ଅଟକାଇ ଯାଞ୍ଚ କରୁଛନ୍ତି । ସନେ୍ଦହ ହେଲେ ଥାନାକୁ ଅଣାଯାଇ ପଚରାଉଚରା କରାଯାଉଛି । ୩ ସିଫ୍ଟରେ କର୍ମଚାରୀ ଡୁ୍ୟଟି କରୁଛନ୍ତି । ଗତ ୧୮ ତାରିଖ ରାତିରେ ଯାଞ୍ଚ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲେ ହେଁ ଆଜି ଅସ୍ଥାୟୀ ଟେଣ୍ଟ ଏବଂ ବ୍ୟାରିକେଡ୍ ଲଗାଯାଇଛି । କୌଣସି ପରିସ୍ଥିତିରେ ଯେଭଳି ମାଫିଆ ଏବଂ ଅପରାଧୀ ସହରକୁ ପ୍ରବେଶ ନକରିବେ, ସେଥିଲାଗି ଦୃଷ୍ଟି ରଖିବାକୁ କଡ଼ା ନିଦେ୍ର୍ଧଶ ଦିଆଯାଇଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons