ଘୁଷୁରି ଚୋରି ଘଟଣାରୁ ଗଣ୍ଡଗୋଳ :୫ ଆହତ, ୪ ଗିରଫ

Get real time updates directly on you device, subscribe now.

ବୁଗୁଡ଼ା,(ବି.ବି.ଆପ୍ର): ଘୁଷୁରି ଚୋରି ଘଟଣାକୁ ନେଇ ଗୋଲିଆ ପଞ୍ଚାୟତର ରାଜୀବଗାନ୍ଧୀ ସେବା କେନ୍ଦ୍ର ପଛ ପଟେ ଗୋÂୀ ସଂଘର୍ଷ ହୋଇଛି । ୫ ଜଣ ଆହତ ହାଇଥିବା ବେଳେ ବୁଗୁଡ଼ା ପୁଲିସ ପୃଥକ୍ ଭାବେ ୨ଟି ମାମଲା ରୁଜୁ କରିଛି । ଏତଲାକୁ ଭିତ୍ତି କରି ଗିରଫ ୪ ଜଣଙ୍କୁ ଆଜି କୋର୍ଟ ଚାଲାଣ କରିଛି । ୨ଟି ଟାଙ୍ଗିଆ , ୩ଟି କାତି ଓ ୨ଟି ଠେଙ୍ଗା ଜବତ କରାଯାଇଛି । ଆହତମାନେ ଷୋଳମଇଲି ଗ୍ରାମର ହାଡିଆ ପାତ୍ର, ଭିକାରୀ ପାତ୍ର ଓ ଦଣ୍ଡପାଣି ପାତ୍ର ଏବଂ ଗୋଲିଆ ଗ୍ରାମର ରଞ୍ଜନ ପାତ୍ର ଓ ଟୁକୁନା ପାତ୍ର । ସେହିପରି ଗିରଫ ୪ ଜଣ ଗୋଲିଆ ଗ୍ରାମର ସବିତା ପାତ୍ର, ରଞ୍ଜନ ପାତ୍ର, ଟୁକୁନା ପାତ୍ର ଓ ଷୋଳମାଇଲି ଗ୍ରାମର କସ୍ତୁରୀ ପାତ୍ର ।
ପ୍ରାୟ ୩ ମାସ ତଳେ ପାଙ୍ଗିଡ଼ି ଗ୍ରାମ ମଶାଣି ନିକଟରୁ ଭିକାରୀ ପାତ୍ରଙ୍କ ୩୫ଟି ଘୁଷୁରି ଚୋରି ହୋଇଯାଇଥିଲା । ଏନେଇ ବୁଗୁଡ଼ା ଥାନାରେ ଅଭିଯୋଗ କରିଥିଲେ । ଗତକାଲି ସନ୍ଧ୍ୟାରେ ପାଙ୍ଗିଡ଼ିରୁ ଘୁଷୁରି ଚୋରିର ଶିକାର ହୋଇଥିବା ଛଅ ଜଣ ଗୋଲିଆ ଗ୍ରାମର ରାଜୀବ ଗାନ୍ଧୀ ସେବା କେନ୍ଦ୍ର ପଛ ପଟେ ଥିବା ଦଣ୍ଡପାଣି ପାତ୍ରଙ୍କ ଘରେ ପହଞ୍ଚି ଘୁଷୁରି ଚୋରି ସମ୍ପର୍କରେ ପଚାରିଥିଲେ । ଉଭୟ ଗୋÂୀ ମଧ୍ୟରେ ଯୁକ୍ତିତର୍କ ଚରମ ସୀମାରେ ପହଞ୍ଚିବା ପରେ ଆକ୍ରମଣ ଓ ପ୍ରତିଆକ୍ରମଣରେ ଉଭୟ ଗୋÂୀର ଲାକେ ରକ୍ତାକ୍ତ ହୋଇଛନ୍ତି । ସେମାନଙ୍କୁ ବୁଗୁଡ଼ା ଡାକ୍ତରଖାନା ନିଆଯାଇଛି । ଦଣ୍ଡପାଣିଙ୍କ ଅଭିଯୋଗକ୍ରମେ ଭିକାରୀ ପାତ୍ରଙ୍କ ଗୋÂୀର ୬ ଜଣଙ୍କ ନାମରେ ବୁଗୁଡ଼ା ଥାନାରେ କେସ୍ ନଂ ୨୧୫/୨୨ ରେ ଏକ ମାମଲା ରୁଜୁ ହୋଇଛି । ସେହିପରି ଭିକାରୀ ପାତ୍ରଙ୍କ ପୁଅ ପାଣ୍ଡା ପାତ୍ରଙ୍କ ଅଭିଯୋଗକ୍ରମେ ଦଣ୍ଡପାଣି ଗୋÂୀର ୪ ଜଣଙ୍କ ନାମରେ କେସ୍ ନଂ ୨୧୬/୨୨ରେ ଏକ ମାମଲା ରୁଜୁ ହାଇଥିବା ଆଇଆଇସି ଚିତ୍ତରଞ୍ଜନ ବେହେରା ସୂଚନା ଦେଇଛନ୍ତି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons