ଜନନୀ ଯନ୍ତ୍ରଣା:ଦୋଳାରେ ବୁହା ହେଲେ ଗର୍ଭବତୀ

Get real time updates directly on you device, subscribe now.

ପାତ୍ରପୁର,(ବି.ବି.ନୁ୍ୟଜ): ପାତ୍ରପୁର ବ୍ଲକ ଆଦିବାସୀ ଅଧ୍ୟୁଷିତ ଆଙ୍କୁଲି ପଞ୍ଚାୟତ ସାନ ଗାଁର ଜଣେ ଗର୍ଭବତୀ ଦୋଳାରେ ବୁହା ହୋଇ ଡାକ୍ତରଖାନାକୁ ନିଆଯାଇଛି । ସାନଗାଁ ଗ୍ରାମର କୃଷ୍ଣଚନ୍ଦ୍ର ଦଳେଇଙ୍କ ପନôୀ ହୀରା ଦଳେଇଙ୍କ ଆଜି ଅପରାହ୍ନରେ ଗର୍ଭ ବେଦନା ହୋଇଥିଲା । ଗ୍ରାମ ଠାରୁ ପ୍ରାୟ ତିନି କିଲୋମିଟର ବାଣିଆଖାଲ ପର୍ଯ୍ୟନ୍ତ ଜଙ୍ଗଲ ଘାଟି ରାସ୍ତାରେ ଦୋଳାରେ ଯାଗେ ବୋହି ଆଣିଥିଲେ । ସେଠାରୁ ଏକ ଅଟୋ ଭଡ଼ା କରି ଜରଡ଼ା ଡାକ୍ତରଖାନାକୁ ନିଆଯାଇଥିଲା । ସେଠାରେ ତାଙ୍କର ଏକ କନ୍ୟାସନ୍ତାନ ଜନ୍ମ ହୋଇଥିଲା । ଗ୍ରାମର ଦୁଇ ଜଣ ଗୋବିନ୍ଦ ପ୍ରଧାନ ଏବଂ ମାଧବ ପ୍ରଧାନ ତାଙ୍କୁ ପାହାଡ଼ ତଳ ତିନି କିଲୋମିଟର ରାସ୍ତା ବୋହି ଆଣିଥିଲେ । ପାତ୍ରପୁର ବ୍ଲକରେ ଗତ ଏକ ମାସ ମଧ୍ୟରେ ଜନନୀ ଯନ୍ତ୍ରଣା ଭୋଗି ଗର୍ଭବତୀ ଦୋଳାରେ ବୁହା ହେବା ଏହା ତୃତୀୟ ଘଟଣା ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons