ଟ୍ରକ୍ ଚୋର ଗିରଫ

Get real time updates directly on you device, subscribe now.

କାଲିମେଳା,(ବି.ବି.ନୁ୍ୟଜ): ଗୋଟିଏ ଟ୍ରକ ଚୋରି ମାମଲାରେ କାଲିମେଳା ପୁଲିସ ମଙ୍ଗଳବାର ଜଣେ ଯୁବକକୁ ଗିରଫ କରିଛି । ସେ ହେଲା ଏମଭି-୭୦ ଗାଁର କ୍ଷୀରୋଦ କୁମାର ସାହୁ(୨୬) । ମାଥିଲି ଅଞ୍ଚଳରୁ ଚୋରି ଟ୍ରକ(ଓଡି୧୦ଏଫ୍-୪୧୪୯) ଜବତ ହୋଇଛି । ଅଭିଯୁକ୍ତକୁ କୋର୍ଟ ଚାଲାଣ କରାଯାଇଛି । ଠିକଣା ସମୟରେ ଅଭିଯୋଗ ହେବାରୁ ଅଭିଯୁକ୍ତକୁ ଗିରଫ କରାଯାଇପାରିଛି ବୋଲି ପୁଲିସ କହିଛି । ଟ୍ରକ ମାଲିକ ହେଲେ କାଲିମେଳା ଅଞ୍ଚଳର ବି. ମହେଶ କୁମାର(୪୦) । ଗତ ସୋମବାର ଅପରାହ୍ଣ ୪ ଟାରେ କ୍ଷୀରୋଦ କାଲିମେଳାରୁ ଗାଡିଟିକୁ କୌଶଳ କରି ଚୋରିକରି ନେଇଥିଲା । ଥାନାକୁ ସୂଚନା ମିଳିବା ପରେ ମାମଲା ରୁଜୁ କରାଯାଇ ଜିଲ୍ଲାରେ ସମସ୍ତ ପୁଲିସ ଚେକପୋଷ୍ଟକୁ ସତର୍କ କରାଯାଇଥିଲା ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons