ଟ୍ରକ୍ ଧକ୍କାରେ କାର୍ ଚାଳକ ମୃତ

Get real time updates directly on you device, subscribe now.

ଦିଗପହଣ୍ଡି, (ବି.ବି.ନୁ୍ୟଜ): ଦିଗପହଣ୍ଡି-ବ୍ରହ୍ମପୁର ରାସ୍ତାର ଗୋକର୍ଣ୍ଣପୁର ନିକଟରେ ଗତକାଲି ମଧ୍ୟରାତ୍ରରେ ଏକ କାର (ଓଡି ୩୩ଜେ-୦୦୩୫) ଦୁର୍ଘଟଣାଗ୍ରସ୍ତ ହୋଇଛି । ଏହି ଦୁର୍ଘଟଣାରେ ଅନନ୍ତେଇ ଗ୍ରାମର କାର୍ ଚାଳକ କୃଷ୍ଣ ଚନ୍ଦ୍ର ପାତ୍ରଙ୍କ ଘଟଣାସ୍ଥଳରେ ମୃତୁ୍ୟ ହୋଇଛି । ଗତକାଲି ରାତ୍ର ୧୨ଟାରେ କୃଷ୍ଣ କାର୍ ଯୋଗେ ବ୍ରହ୍ମପୁର ଆସୁଥିବା ବେଳେ ଗୋକର୍ଣ୍ଣପୁର ନିକଟରେ ବିପରୀତ ଦିଗରୁ ଆସୁଥିବା ଏକ ଟ୍ରକ ସହ ମୁହାଁମୁହିଁ ଧକ୍କା ହୋଇଥିଲା । କାର୍ ଛିଟ୍କି ହୋଇ ରାସ୍ତା ପାଶ୍ୱର୍କୁ ଚାଲିଯାଇ ଦୁର୍ଘଟଣା ଗ୍ରସ୍ତ ହୋଇଥିଲା । ଫଳରେ କାରର ସମ୍ମୁଖ ଚୁରୁମାର ହୋଇଯାଇଥିଲା । ଫଳରେ ଘଟଣାସ୍ଥଳରେ ଚାଳକ କୃଷ୍ଣଚନ୍ଦ୍ର ପାତ୍ରଙ୍କ ମୃତୁ୍ୟ ହୋଇଥିବା ଆଇଆଇସି ବସନ୍ତ କୁମାର ସେଠୀ କହିଛନ୍ତି । ଶବ ଜବତ କରି ବ୍ୟବଛେଦ ପାଇଁ ବ୍ରହ୍ମପୁର ବଡ଼ ଡାକ୍ତରଖାନା ପଠାଇ ଘଟଣାର ତଦନ୍ତ ଆରମ୍ଭ କରାଯାଇଛି । ଚାଳକ କୃଷ୍ଣଚନ୍ଦ୍ର ପାତ୍ରଙ୍କ ଭାଇ ସୁଶାନ୍ତ ପାତ୍ରଙ୍କ ଏତଲା ଆଧାରରେ ପୁଲିସ ଥାନା କେସ୍ ୧୩୧/୨୨ ରୁଜୁ ହୋଇଛି । ଖବର ପାଇ କାର ଚାଳକ ସଂଘର କର୍ମକର୍ତ୍ତାମାନେ ଥାନାକୁ ଯାଇ ପୁଲିସ ସହିତ ଆଲୋଚନା କରିବା ସହ ମୃତକଙ୍କ ଘରକୁ ଯାଇ ଶୋକସନ୍ତପ୍ତ ପରିବାରକୁ ସମବେଦନା ଜଣାଇଛନ୍ତି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons