ଠାକୁରାଣୀ ଘଟଯାତ୍ରା ଉଦଯାପିତ

Get real time updates directly on you device, subscribe now.

କୋଷାଗୁମୁଡ଼ା,(ଗଗନ ଗନ୍ତାୟତଙ୍କଠାରୁ): କୋଡିଙ୍ଗାଠାରେ ୯ଦିନ ଧରି ଚାଲିଥିବା ମା’ ଠାକୁରାଣୀଙ୍କ ଘଟଯାତ୍ରା ମଙ୍ଗଳବାର ଉଦଯାପିତ ହୋଇଛି । ଦେବୀ ଗ୍ରାମ ପରିକ୍ରମା କରି ଘରେଘରେ ପୂଜା ପାଇଛନ୍ତି । ସକାଳେ ମାଁଙ୍କ ଘଟ ପ୍ରଥମେ କୋଡିଙ୍ଗା ଠାକୁରାଣୀ ମନ୍ଦିରରୁ ବାହାରି ଗ୍ରାମ ପରିକ୍ରମା କରିଥିଲେ । ବିଭିନ୍ନ ସାହିରେ ଶ୍ରଦ୍ଧାଳୁ ନଡିଆ, କଦଳୀ, ଧୂପ, ଦୀପ ସହ ପୂଜାର୍ଚ୍ଚନା କରିଥିଲେ । ମା’ଙ୍କ ଆଗମନ ପାଇଁ ସମ୍ପୂର୍ଣ୍ଣ ଗାଁକୁ ଆମ୍ବପତ୍ର ତୋରଣରେ ଆକର୍ଷଣୀୟ କରାଯାଇଥିଲା । ଘଟଗୁଡିକୁ ମନ୍ଦିର ନିକଟକୁ ନିଆଯାଇ ଯାତ୍ରା ଉଦଯାପନୀ କରାଯାଇଥିଲା । ରାତିରେ ମନୋରଞ୍ଜନ ପାଇଁ ନାଟକ ବ୍ୟବସ୍ଥା କରଯାଇଥିଲା । ଅନନ୍ତରାମ ମାଝି, ସାହେବ ଚାଲାଣ, ଧନସିଂ ମାଝି, ଯୋଗେନ୍ଦ୍ର ମାଝି, ଉମେଶ ଭତରା, ସନ୍ତୋଷ ନାୟକ, ପିଣ୍ଟୁ ସିଂ, ଚତୁର ଗୌଡ, ପ୍ରହଲ୍ଲାଦ ବିଶୋୟୀ ପ୍ରମୁଖ ସହଯୋଗ କରିଥିଲେ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons