ଢେଙ୍କାନାଳ ଜିଲ୍ଲା ଓଡିଶା ମାନଚିତ୍ରର କେନ୍ଦ୍ରରେ ଅବସ୍ଥିତ । ଏହି ଜିଲ୍ଲା ଜଙ୍ଗଲ, ବନ୍ୟପ୍ରାଣୀ ଆଦି ପ୍ରାକୃତିକ ଜୀବ ଜଗତରେ ପରିବେଷ୍ଟିତ । ଢେଙ୍କାନାଳ ଜିଲ୍ଲାର କ୍ଷେତ୍ରଫଳ ୪୪୫୨ ବର୍ଗ କିଲୋମିଟର ଏବଂ ଜନସଂଖ୍ୟା ୧,୬୫୮,୦୦୮, ଯେଉଁଥିରୁ ଶତକଡା ୭୦ ଭାଗ ଲୋକଙ୍କର ଜୀବିକା କୃଷି ଉପରେ ନିର୍ଭରଶୀଳ । ଘଞ୍ଚ ଜଙ୍ଗଲ ଓ ଦୀର୍ଘ ପର୍ବତ ଶ୍ରେଣୀ ଥିବା ଏହି ଅଂଚଳରେ କୃଷି କାର୍ଯ୍ୟ କରିବା ପାଇଁ ନିୟମିତ ଜଳ ଯୋଗାଣର ଆବଶ୍ୟକତା ରହିଛି । ରେଙ୍ଗାଳି ଦକ୍ଷିଣ ଜଳସେଚନ ପ୍ରକଳ୍ପ ସମଲ ବ୍ୟାରେଜ୍ ର ହେଡ୍ ରେଗୁଲେଟରରୁ ୯୫ କି.ମି, ଗୋନ୍ଦିଆ ବ୍ରାଂଚ୍ କେନାଲ ୪୯.୫ କି.ମି. ଏବଂ ଟେଲ୍ ଡଷ୍ଟ୍ରିବୁଟାରୀ ୧୨ କି.ମି. ପର୍ଯ୍ୟନ୍ତ ପର୍ଯ୍ୟନ୍ତ ପରିବ୍ୟାପ୍ତ । ଏହି ବ୍ରାଂଚ୍ କେନାଲ ଖରିଫରେ ୧୦,୭୦୦ ଓ ରବିରେ ୭୦୦୦ ହେକ୍ଟର କୁ ଜଳସେଚିତ କରିବାର କ୍ଷମତା ରଖିଛି । ମା ଜଟିଆ ବାଉତି ପାଣି ପଂଚାୟତ ନଂ-୧୮ ଗୋନ୍ଦିଆ ବ୍ରାଂଚ୍ କେନାଲର ଆର୍.ଡି ୧୫୭୦୦ ରୁ ଆର୍.ଡି ୧୯୬୧୫ ମିଟର ପର୍ଯ୍ୟନ୍ତ ଅବସ୍ଥିତ ।
ଏଥିରେ ୬ ଗୋଟି କେନାଲ ମୋଟ ୭ ଟି ଗ୍ରାମର ୫୭ଟି ଉପଚକ ଓ ୪୩ଟି ଚକର ୪୯ଟି ଶୋଠ ଥାଇ ୪୨୯ ହେ. କୁ ନେଇ ଗଠିତ । ଏହି ପାଣି ପଂଚାୟତ ଫେବୃଆରୀ ୨୦୧୯ରେ ଗଠିତ ହୋଇଥିଲା । ଏହା ଉଭୟ ଖରିଫ୍ ଓ ରବି ପାଇଁ ଜଳସେଚନ ସବିଧାକୁ ନିଶ୍ଚିତ କରିଛି । ବର୍ତ୍ତମାନ ଏହା ଖରିଫ ପାଇଁ ଜଳ ଯୋଗାଉଥିବା ବେଳେ ଆସନ୍ତା ବର୍ଷ ଏହା ରବି ଋତୁରେ ଜଳ ଯୋଗାଇବାକୁ ସମର୍ଥ ହେବ । ମା’ ଜଟିଆ ବାଉତି ପାଣି ପଂଚାୟତ ନଂ-୧୮ ରେ କାଡା ଚ୍ୟାନେଲ ମାନ ନିର୍ମାଣ କରାଯାଇ ପାଣି ପଂଚାୟତର ସମସ୍ତ ଅଂଚଳକୁ ଜଳ ଯୋଗାଯାଇପାରୁଛି । ପ୍ରଥମେ ଚାଷ କରିବାପାଇଁ ଛାଷୀମାନେ ମୁଖ୍ୟତଃ ବର୍ଷା ଉପରେ ନିର୍ଭର କରୁଥିଲେ । ୨୦୧୬ ମସିହାଠାରୁ କେନାଲ ଜଳ ଯୋଗାଣ ଆରମ୍ଭ ହେଲା । ସେବେଠାରୁ ବୈଜ୍ଞାନିକ କୃଷି ପଦ୍ଧତି ଓ ରବି ଋତୁରେ ଫସଲ ବିବିଧିକରଣ ସୁବିଧା ପାଇବା ପାଇଁ ପାଣି ପଂଚାୟତ ଗଠନ କରାଗଲା ।
ଜଳସେଚନର ନିଶ୍ଚିତ ସୁବିଧା ପାଇ ଚାଷୀମାନେ ପୁରାତନ ବିହନ ଛାଡି ଅଧିକ ଅମଳକ୍ଷମ ଧାନ ବିହନ ବ୍ୟବହାର କରି ଅମଳ ୧୦ କୁଇଣ୍ଟାଲ ରୁ ୧୬.୭୫ କୁଇଣ୍ଟାଲକୁ ବୃଦ୍ଧି କରି ଆର୍ôଥକ ସମ୍ବଳ ଦ୍ୱାରା ନିଜର ଜୀବନ ଜୀବିକାକୁ ଉନ୍ନତ କରିପାରିଛନ୍ତି । ଏହି ପାଣି ପଂଚାୟତର ଚାଷୀମାନେ ଖରିଫ ଜଳସେଚନ ପାଇଁ ଜମିର ଆଦ୍ରତାକୁ ବ୍ୟବହାର କରି ଆଗୁଆ ରବି ଫସଲ ଯଥା ଅମୃତଭଣ୍ଡା, କଦଳୀ, କାକୁଡି, କୋବି, ଭେଣ୍ଡି, ବାଇଗଣ, ମକା, ତରଭୂଜ ଏବଂ ବାଦାମ ଚାଷ କରିପାରୁଛନ୍ତି ।
ଆଗାମୀ ବର୍ଷରେ ଯେତେବେଳେ ରବି ଜଳସେଚନ ଯୋଗାଇଦିଆଯିବ, ସେତେବେଳେ ଚାଷୀମାନେ ଅଧିକ ଅର୍ଥକାରୀ ଫସଲ କରିପାରିବେ । ଏହି ପାଣି ପଂଚାୟତରେ ଅନେକ ଉନ୍ନତ ଓ ଶିକ୍ଷିତ ଚାଷୀ ଅଛନ୍ତି, ଯେଉଁମାନେ ସଠିକ ସମୟ ଅନ୍ତରରେ କେନାଲର ମରାମତି ଓ ରକ୍ଷଣାବେକ୍ଷଣ କରିବା ସହିତ ଉନ୍ନତ ଜ୍ଞାନ କୌଶଳ ବ୍ୟବହାର କରି ଫସଲ ବିବିଧକରଣ କରି ଅର୍ଥକାରୀ ଫସଲ ଉପାର୍ଜନ କରିବାର କ୍ଷମତା ରଖନ୍ତି । କୃଷି ବିଭାଗ ମଧ୍ୟ ପ୍ରତି ସପ୍ତାହ ଅନ୍ତରରେ ଆସି ଫସଲ ସମ୍ବନ୍ଧୀୟ ଉନ୍ନତ ଜ୍ଞାନ କୌଶଳ ପ୍ରୟୋଗ ସହିତ ଉପଦେଶ ମଧ୍ୟ ଦେଉଛନ୍ତି ।
Comments are closed, but trackbacks and pingbacks are open.