ତହସିଲରୁ ଦେଢ଼କୋଟି ହଡ଼ପ ମାମଲା:ଫେରାର୍ ମହିଳା କିରାଣି ଗିରଫ

Get real time updates directly on you device, subscribe now.

ନବରଙ୍ଗପୁର,(ଗଗନ ଗନ୍ତାୟତଙ୍କଠାରୁ): ଡାବୁଗାଁ ତହସିଲରୁ କୋଟିଏରୁ ଅଧିକ ଟଙ୍କା ହଡପକରି ଫେରାର୍ ଥିବା ବରିÂ କିରାଣି ଚନ୍ଦନା ମଣ୍ଡଳ ଗିରଫ ହୋଇଛନ୍ତି । ନବରଙ୍ଗପୁର ପୁଲିସ ଛତିଶଗଡର ସୁକ୍ମା ଜିଲ୍ଲା ବାରସୋର ଥାନା ଇଟାଭାଟା ଗାଁରୁ ତାଙ୍କୁ ଧରିବାରେ ସଫଳ ହୋଇଛି । ସେ ୧ କୋଟି ୪୫ ଲକ୍ଷ ଟଙ୍କା ହଡପ କରିଥିବା ନବରଙ୍ଗପୁର ଏସ୍ପି ପାରମର୍ ପରସୋତ୍ତମଦାସ ମଙ୍ଗଳବାର ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି । ବରିÂ କିରାଣି ତଥା ନାଜିର ଦାୟିତ୍ୱରେ ଥିବା ଚନ୍ଦନାଙ୍କୁ କୋର୍ଟ ଚାଲାଣ କରାଯାଇଛି ।
ଏସ୍ପି କହିଛନ୍ତି, ଚନ୍ଦନା ଫେରାର୍ ହୋଇ ଇଟାଭାଟା ଗାଁରେ ଲୁଚିଥିଲେ । ତାଙ୍କୁ ଧରିବାକୁ ପୁଲିସ୍ର ସ୍ୱତନ୍ତ୍ର ଟିମ୍ ଓ ସାଇବ୍ର ସ୍କ୍ୱାର୍ଡ ଉକ୍ତ ଗାଁକୁ ଯାଇ ଚଢଉ କରିଥିଲେ । ବୋର୍ଡଅଫ୍ ରେଭିନୁ୍ୟ ଅଡିଟ୍ ରିପୋର୍ଟରେ ଚନ୍ଦନା ୧ କୋଟି ୪୫ ଲକ୍ଷ ସରକାରୀ ଟଙ୍କା ଆତ୍ମସାତ କରିଥିବା ଦର୍ଶାଯାଇଛି । ଏହାକୁ ନେଇ ତାଙ୍କର ବିଭିନ୍ନ ବ୍ୟାଙ୍କ ଆକାଉଣ୍ଟକୁ ଅଚଳ କରିଦିଆଯାଇଛି । ବିଭିନ୍ନ ବ୍ୟାଙ୍କରେ ତାଙ୍କ ନାମରେ ୨୭ ଲକ୍ଷ ୮୭ ହଜାର ୨୬ ଟଙ୍କା ରହିଛି । ତାଙ୍କୁ ପୁଣି ଥରେ ରିମାଣ୍ଡରେ ଅଣାଯିବ ଓ ଏହି ମାମଲାରେ ଆଉ କେତେଜଣ ସାମିଲ ଅଛନ୍ତି ଖୋଳତାଡ କରାଯିବ । ବାକି ଟଙ୍କା କୁଆଡେ ଗଲା ତା’ର ମଧ୍ୟ ତଦନ୍ତ ହେବ ।
ସୂଚନାଯୋଗ୍ୟ, ତିନିମାସ ତଳେ ତହସିଲର ବ୍ୟାଙ୍କ ଆକାଉଣ୍ଟ ସହ ଟ୍ରେଜେରୀ ଆକାଉଣ୍ଟ ମଧ୍ୟରେ ତାଳମେଳ ରହି ନଥିବା ତହସିଲଦାର ସନେ୍ଦହ କରିଥିଲେ । ବ୍ୟାଙ୍କକୁ ଯାଇ ସେ ତହସିଲ ଆକାଉଣ୍ଟ ଯାଞ୍ଚ କରିଥିଲେ । ଯାଞ୍ଚବେଳେ ଚନ୍ଦନା ୯୬ ହଜାର ଟଙ୍କାର ବ୍ୟାଙ୍କ ଚେକ୍ ବୁକ୍ରେ ଚଞ୍ଚକତା କରି ୧୧ ଲକ୍ଷ ଟଙ୍କା ଦର୍ଶାଇ ହଡପ କରିଥିବା ଜଣାପଡିଥିଲା । ପ୍ରାଥମିକ ତଦନ୍ତ ପରେ ହଡପ ଟଙ୍କା ୬୩ ଲକ୍ଷ ଜଣାପଡିଥିଲା । ଏହାକୁ ନେଇ ତହିସଲଦାର ସନ୍ଧ୍ୟାରାଣୀ ସମରଥ ଡାବୁଗାଁ ଥାନାରେ ଏତଲା ଦେଇଥିଲେ । ପରେ ବୋର୍ଡ ଅଫ୍ ରେଭିନୁ୍ୟ ଅଡିଟ୍ ରିପୋର୍ଟରେ ଚନ୍ଦନା ମୋଟ ୧ କୋଟି ୪୫ଲକ୍ଷ ଟଙ୍କା ଆତ୍ମସାତ୍ କରିଥିବା ସ୍ପଷ୍ଟ ହୋଇଥିଲା । ଚନ୍ଦନାଙ୍କ ବିରୋଧରେ ୪୦୯,୪୨୦,୪୬୭,୪୬୮,୪୭୧ ଦଫାରେ ମାମଲା(୯୪/୨୦୨୧) ରୁଜୁ ହୋଇଥିଲା । ପୁଲିସ ତଦନ୍ତ ଆରମ୍ଭ କରିଥିବା ବେଳେ ଚନ୍ଦନା ଅସୁସ୍ଥତା ନାଟକ କରି ପ୍ରଥମେ ନବରଙ୍ଗପୁର ଓ ପରେ କୋରାପୁଟ ଏସ୍ଏଲ୍ଏନ ମେଡିକାଲରେ ଭର୍ତ୍ତି ହୋଇଥିଲେ । ପରେ କୌଶଳ କରି ଫେରାର୍ ହୋଇଯାଇଥିଲେ । ଗତ ସୋମବାର ତାଙ୍କ ହାଟପଦାସ୍ଥିତ ଘର ଓ ତାଙ୍କ ସ୍ୱାମୀଙ୍କ ବାଇକ୍ ସ୍ପେୟାରପାର୍ଟସ୍ ଦୋକାନରେ ଚଢଉ କରି ପୁଲିସ ୧ ଲକ୍ଷ ଟଙ୍କା ଜବତ କରିଥିଲା ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons