ଦୁର୍ଘଟଣାରେ ବୃଦ୍ଧ ମୃତ, ଯୁବକ ଆହତ

Get real time updates directly on you device, subscribe now.

ଜୟପୁର,(ବି.ବି.ବୁ୍ୟରୋ): ବସ୍ ଏବଂ ବାଇକ୍ ଧକ୍କାରେ ଜଣେ ବୃଦ୍ଧଙ୍କ ମୃତୁ୍ୟ ହୋଇଥିବା ବେଳେ ଅନ୍ୟ ଜଣେ ଯୁବକ ଆହତ ହୋଇଛନ୍ତି । ମୃତକ ହେଲେ ବୈପାରିଗୁଡ଼ା ମାଲାପଡ଼ାର ଭଗବାନ ଖରା(୬୫) । ଆହତ ଯୁବକ ହେଲେ ଭଗବାନ ହନ୍ତାଳ(୩୦) । ଏ ସମ୍ପର୍କରେ ବୈପାରିଗୁଡ଼ା ଥାନାରେ ଏକ ମାମଲା ରୁଜୁ କରାଯାଇଛି । ଦୁର୍ଘଟଣାଗ୍ରସ୍ତ ଉଭୟ ଗାଡ଼ିକୁ ଜବତ କରାଯାଇଛି । ପୁଲିସ ଶବ ଜବତ ଏବଂ ବ୍ୟବଚ୍ଛେଦ କରାଇ ପରିବାରକୁ ହସ୍ତାନ୍ତର କରିଥିବା ଏସ୍ଆଇ ବିଷ୍ଣୁପ୍ରସାଦ ଶବର କହିଛନ୍ତି ।
ପୁଲିସ ସୂଚନା ଅନୁଯାୟୀ, ଆଜି ପୂର୍ବାହ୍ନରେ ଜୟପୁରରୁ ବାଲିମେଳା ଅଭିମୁଖେ ଯାଉଥିବା ବସ୍ (ଓଡି ୦୨ ଏଏସ୍-୭୦୯୯) ବୈପାରିଗୁଡ଼ା ନିକଟରେ ଥିବା ପମ୍ପରେ ଡିଜେଲ ପକାଇ ଜାତୀୟ ରାଜପଥ-୩୨୬କୁ ବାହାରୁଥିଲା । ଏହି ସମୟରେ ଭଗବାନ ହନ୍ତାଳ ଏବଂ ଭଗବାନ ଖରା ବାଇକ୍(ଓଡି ୧୦ ଏସ୍-୦୬୩୪)ରେ ଜୟପୁର ଅଭିମୁଖେ ଆସୁଥିଲେ । ଉଭୟ ଗାଡ଼ି ମଧ୍ୟରେ ଧକ୍କା ଲାଗିଥିଲା । ଭଗବାନ ଖରାଙ୍କ ମୁଣ୍ଡରେ ଗୁରୁତର ଏବଂ ଭଗବାନ ହନ୍ତାଳଙ୍କ ହାତରେ ସାମାନ୍ୟ ଆଘାତ ଲାଗିଥିଲା । ଉଭୟଙ୍କୁ ଉଦ୍ଧାର କରାଯାଇ ପ୍ରଥମେ ବୈପାରିଗୁଡ଼ା ଗୋÂୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ନିଆଯାଇଥିଲା । ଶ୍ରୀ ଖରା ଏବଂ ଶ୍ରୀ ହନ୍ତାଳଙ୍କୁ ଜୟପୁର ଡିଏଚଏଚ୍କୁ ସ୍ଥାନାନ୍ତର କରାଯାଇଥିଲା । ଡାକ୍ତର ଶ୍ରୀ ଖରାଙ୍କୁ ମୃତ ଘୋଷଣା କରିଥିଲା । ଦୁର୍ଘଟଣା ପରେ ପୁଲିସ ଉଭୟ ଗାଡ଼ିକୁ ଜବତ କରିଛି । ଆଜି ଅପରାହ୍ନରେ ଡିଏଚଏଚ୍ରେ ଶବ ବ୍ୟବଚ୍ଛେଦ କରାଯାଇଥିଲା । ଏସ୍ଆଇ ଶ୍ରୀ ଶବର ମାମଲାର ତଦନ୍ତକାରୀ ଅଧିକାରୀ ଅଛନ୍ତି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons