ଧରାକୋଟରେ ବ୍ୟାପିଛି ଝାଡ଼ାବାନ୍ତି:୨ ମୃତ, ୫୦ରୁ ଊଦ୍ଧ୍ୱର୍ ଆକ୍ରାନ୍ତ

Get real time updates directly on you device, subscribe now.

ଧରାକୋଟ,(ବି.ବି.ନୁ୍ୟଜ): ଦୁଇ ଦିନ ହେଲା ଧରାକୋଟ ବ୍ଲକରେ ଝାଡ଼ାବାନ୍ତି ବ୍ୟାପିବାରେ ଲାଗିଛି । କିଏ ଘରେ ରହି ଚିକିତ୍ସିତ ହେଉଛନ୍ତି ତ ଆଉ କିଏ ଡାକ୍ତରଖାନାରେ ଭର୍ତ୍ତି ହେଲେଣି । ଦୁଇ ଦିନରେ ବାଖରକଟା ଗ୍ରାମର ବୁଲୁ ଗୌଡ଼ (୩୨) ଓ ବୁଦ୍ଧିଆ ଗୌଡ଼ (୫୫)ଙ୍କ ମୃତୁ୍ୟ ହୋଇଥିବା ଡାକ୍ତରଖାନା ସୂତ୍ରରୁ ପ୍ରକାଶ । ସେହିପରି ଧରାକୋଟ ଓ ଆସିକା ଡାକ୍ତରଖାନାରେ ପ୍ରାୟ ୫୦ରୁ ଊଦ୍ଧ୍ୱର୍ ଆକ୍ରାନ୍ତ ଚିକିତ୍ସିତ ହେଉଛନ୍ତି । ଝାଡ଼ାବାନ୍ତି ବ୍ୟାପିବାକୁ ନେଇ ବାଖରକଟା ଗ୍ରାମରେ ଭାଳେଣି ପଡ଼ିଛି । ଗୋଟିଏ ପଟେ ସ୍ୱାସ୍ଥ୍ୟ ବିଭାଗ ନିୟନ୍ତ୍ରଣ କରିବା ପାଇଁ ପଦକ୍ଷେପ ଗ୍ରହଣ କରିଛି । ଅନ୍ୟପଟେ କେତେକ ଗ୍ରାମବାସୀ ଆକ୍ରାନ୍ତଙ୍କୁ ଡାକ୍ତରଖାନା ନନେଇ ଝାଡ଼ଫୁଙ୍କା କରିବା ସହ କଳସ ବୁଲାଉଛନ୍ତି । ଡାକ୍ତରୀ ଟିମ୍ ଲୋକଙ୍କୁ ସଚେତନ କରିବା ସହ ଅନ୍ଧ ବିଶ୍ୱାସ ଠାରୁ ଦୂରେଇ ଡାକ୍ତରୀ ଚିକିତ୍ସା କରିବା ନେଇ ଲୋକଙ୍କୁ ବୁଝାଉଛନ୍ତି ।
ବିଭିନ୍ନ ଅଞ୍ଚଳରେ ଗଞ୍ଜାମ ଜିଲ୍ଲା ପ୍ରସିଦ୍ଧ ଦଣ୍ଡ ଯାତ୍ରା ଆରମ୍ଭ ହୋଇଛି । ମଙ୍ଗଳବାର ରାତିରେ ଶ୍ରଦ୍ଧାଳୁମାନେ ପ୍ରସାଦ ସାରିବା ସହ ପଣାପାଣି ସେବନ କରିଥିଲେ । ଦଣ୍ଡ ଯାତ୍ରା ଯୋଗୁଁ ଗାଁ ଉତ୍ସବ ମୁଖର ରହିଥିଲା । ମାତ୍ର କିଛି ସମୟ ପରେ ଜଣଙ୍କ ପରେ ଜଣେ ଝାଡ଼ାବାନ୍ତିର ଶିକାର ହେବାକୁ ଲାଗିଲେ । ଧିରେ ଧିରେ ଝାଡ଼ାବାନ୍ତି ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଲା । ବିଳମ୍ବିତ ରାତି ପର୍ଯ୍ୟନ୍ତ ଏଭଳି ପରିସ୍ଥିତି ଲାଗି ରହିଥାଏ । ଧରାକୋଟ ଡାକ୍ତରଖାନାକୁ ଆକ୍ରାନ୍ତଙ୍କ ଧାଡ଼ି ଲାଗିଲା । କେତେକ ଆକ୍ରାନ୍ତ ଆସିକା ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି । ଦୁଇ ଦିନ ହେଲା ବରଡ଼ାବିଲି, ଓଲମ୍ବା ଓ ବାଖରକଟାରେ ଝାଡ଼ାବାନ୍ତି ବ୍ୟାପିବାରେ ଲାଗିଛି । ଚିକିତ୍ସାଧୀନ ଅବସ୍ଥାରେ ଦୁଇ ଦିନରେ ବୁଲୁ ଓ ବୁଦ୍ଧିଙ୍କ ମୃତୁ୍ୟ ହୋଇଛି । ଧରାକୋଟ ଓ ଆସିକା ଡାକ୍ତରଖାନାରେ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । ଆଉ କେତେକ ଆକ୍ରାନ୍ତ ଘରେ ରହି ଚିକିତ୍ସିତ ହେଉଛନ୍ତି । ଅନ୍ୟପଟେ ପରିସ୍ଥିତିକୁ ନଜରରେ ରଖି ବାଖରକଟା ଗ୍ରାମ ଅଙ୍ଗନବାଡ଼ି ଗୃହରେ ଧରାକୋଟ ଗୋÂୀ ସ୍ୱାସ୍ଥ୍ୟ କେନ୍ଦ୍ର ଅଧିକାରୀ ଡାକ୍ତର ଏମ୍ଭିକେ ଅଶୋକଙ୍କ ଉପସ୍ଥିତିରେ ଅସ୍ଥାୟୀ ସ୍ୱାସ୍ଥ୍ୟ ଶିବିର କରାଯାଇଛି । ଆକ୍ରାନ୍ତଙ୍କ ଚିକିତ୍ସା କରାଯିବା ସହ ଗ୍ରାମବାସୀଙ୍କୁ ସଚେତନ କରାଯାଉଛି । ଜିଲ୍ଲା ଭ୍ରାମ୍ୟମାଣ ଡାକ୍ତରୀ ଟିମ୍ ପରିସ୍ଥିତି ଅନୁଧ୍ୟାନ କରୁଛନ୍ତି । ଖାଦ୍ୟ ବିଷକ୍ରିୟା ଯୋଗୁଁ ଏଭଳି ପରିସ୍ଥିତି ସୃଷ୍ଟି ହୋଇଥାଇପାରେ ବୋଲି ଗୋÂୀ ସ୍ୱାସ୍ଥ୍ୟ ଅଧିକାରୀ କହିଛନ୍ତି । ଆର୍ଡବ୍ଲ୍ୟଏସ୍ଏସ୍ (ଗ୍ରାମ୍ୟ ଜଳ ଯୋଗାଣ ଓ ପରିମଳ ବିଭାଗ) ଅଧିକାରୀଙ୍କ ସମେତ ଏକ ଟିମ୍ ଗ୍ରାମରେ ବୁଲି ପରିସ୍ଥିତି ଅନୁଧ୍ୟାନ କରୁଛନ୍ତି । ବିଭିନ୍ନ କୂଅ, ପୋଖରୀ ଆଦି ପାଣି ସଂଗ୍ରହ କରି ମାନ ପରୀକ୍ଷା ପାଇଁ ପଠାଇଛନ୍ତି । ଅନ୍ୟପଟେ ଘର ଘର ବୁଲି ଗ୍ରାମବାସୀଙ୍କୁ ସଚେତନ କରାଯାଉଛି । ଫୁଟା ପାଣି ବ୍ୟବହାର ବ୍ୟବହାର ସାଙ୍ଗକୁ ବାସୀ ଖାଦ୍ୟ ନଖାଇବାକୁ କୁହାଯାଉଛି । ଝାଡ଼ାବାନ୍ତି ହେଲେ ଅନ୍ଧ ବିଶ୍ୱାସ ଛାଡ଼ି ଡାକ୍ତରଙ୍କ ପରାମର୍ଶ ଅନୁଯାୟୀ ଚିକିତ୍ସିତ ହେବାକୁ ସଚେତନ କରାଯାଉଛି । ବ୍ଲକ ଅଧ୍ୟକ୍ଷା ରାଜା ସୁଲକ୍ଷଣା ଗୀତାଞ୍ଜଳି ଦେବୀ ଓ ଗଞ୍ଜାମ ଜିଲ୍ଲା ପରିଷଦ ଅଧ୍ୟକ୍ଷା ଅଞ୍ଜଳି ସ୍ୱାଇଁ ବାଖରକଟା ଗ୍ରାମରେ ଆକ୍ରାନ୍ତଙ୍କୁ ଭେଟି ସମସ୍ୟା ପଚାରି ବୁଝିଛନ୍ତି ।
ସେହିପରି ଅନେକ ଲୋକ ଅନ୍ଧବିଶ୍ୱାସର ପାଶ୍ୱର୍ବର୍ତ୍ତୀ ହୋଇଛନ୍ତି । ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇଥିବା କେତେକ ଗ୍ରାମବାସୀ ଝାଡ଼ଫୁଙ୍କା କରିଥାନ୍ତି । ଏପରିକି ଗ୍ରାମରେ ଘଣ୍ଟ ବାଡେଇ କଳସ ବୁଲାଉଛନ୍ତି । କେତେକ ଆକ୍ରାନ୍ତ ଡାକ୍ତରଖାନାରେ ଯିବାକୁ ଅମଙ୍ଗ ହେଉଛନ୍ତି । ବିଳମ୍ବ ହେବାରୁ ଅନେକ ରୋଗୀ ଗୁରୁତର ହେଉଛନ୍ତି । ଝାଡ଼ାବାନ୍ତିରେ ଆକ୍ରାନ୍ତ ହେଉଥିବା ବ୍ୟକ୍ତି ତୁରନ୍ତ ଡାକ୍ତରଙ୍କ ପରାମର୍ଶ ଅନୁଯାୟୀ ଔଷଧ ଖାଇବାକୁ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ କୁହାଯାଇଛି । ଗୋଟିଏ ପରେ ଗୋଟିଏ ଗାଁକୁ ବ୍ୟାପିବା ପୂର୍ବରୁ ସ୍ୱାସ୍ଥ୍ୟ ବିଭାଗ ଦୃଷ୍ଟି ଦେଇ ରୋକିବାକୁ ସାଧାରଣରେ ଦାବି ହୋଇଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons