ପୂର୍ବତନ ବିଧାୟକଙ୍କ ଘରୁ ଚୋରି

Get real time updates directly on you device, subscribe now.

କୋରାପୁଟ,(ବି.ବି.ବୁ୍ୟରୋ): ପୂର୍ବତନ ବିଧାୟକ ନିମାଇ ସରକାରଙ୍କ ଜାନୀଗୁଡ଼ାସ୍ଥିତ ବାସଭବନରୁ ଚୋରି । ସୋମବାର ରାତିରେ ଦୁର୍ବୃତ୍ତମାନେ ତାଙ୍କ ଘରୁ ନଗଦ ୧୦ ହଜାର ଟଙ୍କା ଏବଂ ପ୍ରାୟ ଦେଢ ଲକ୍ଷ ଟଙ୍କାର ସୁନା ଅଳଳଙ୍କାର ଚୋରି କରି ନେଇଥିବା ଅଭିଯୋଗ ହୋଇଛି । ସେହିପରି ତାଙ୍କ ପଡେ଼ାଶୀ ଧ୍ରୁବଚରଣ ନାୟକଙ୍କ ଘରୁ ମଧ୍ୟ ଗୋଟିଏ ଏଲଇଡି ଟିଭି ଚୋରି ହୋଇଛି । ଘରେ କେହି ନଥିବା ବେଳେ ଚୋରମାନେ ଏହାର ସୁଯୋଗ ନେଇ କବାଟ ଭାଙ୍ଗି ଭିତରେ ପଶିଥିଲେ ।
ପୂର୍ବତନ ବିଧାୟକ ଶ୍ରୀ ସରକାର କହିଛନ୍ତି, ଗତ ୧୪ ତାରିଖରେ ସେ ପରିବାର ସହ ମାଲକାନଗିରି ଯାଇଥିଲେ । ଚୋରମାନେ ସୋମବାର ରାତିରେ ଘର ମୁଖ୍ୟ ଗେଟ୍ ତାଲା ଓ ଘରର କାଠ କବାଟ ଭାଙ୍ଗି ଆଲମିରାରୁ ୨୮ ଗ୍ରାମର ହଳେ ସୁନା ଚୁଡ଼ି, ୧୦ ଗ୍ରାମ ଲେଖାଏଁ ୨ଟି ସୁନା ଲକେଟ, ସୁନା କରମଙ୍ଗା ଏବଂ ରୂପା ପାଉଞ୍ଜି ୨ ହଳ ସହିତ ନଗଦ ୧୦ହଜାର ଚୋରି କରିନେଇଛନ୍ତି । ଚୋରି ସମ୍ପର୍କରେ ଖବର ପାଇ ମାଲକାନଗିରିରୁ ଫେରିଥିଲେ । କୋରାପୁଟ ଟାଉନ ଥାନାରେ ମଙ୍ଗଳବାର ସନ୍ଧ୍ୟାରେ ଅଭିଯୋଗ କରିଥିଲେ । ଅଭିଯୋଗ ପୂର୍ବରୁ ଚୋରି ସମ୍ପର୍କରେ ଖବର ପାଇ ଟାଉନ ପୁଲିସ ତଦନ୍ତ କରିଛି । ବୁଧବାର ସନ୍ଧାନୀ କୁକୁର ଓ ସାଇଣ୍ଟିଫିକ ଟିମ ଦ୍ୱାରା ତଦନ୍ତ କରାଯିବ । ଚୋରଙ୍କୁ ଧରି ଚୋରି ସାମଗ୍ରୀ ଉଦ୍ଧାର ଦିଗରେ ସବୁପ୍ରକାର ପଦକ୍ଷେପ ନିଆଯିବ ବୋଲି ଥାନା ଆଇଆଇସି ଧୀରେନ ପଟ୍ଟନାୟକ କହିଛନ୍ତି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons