ପୋଡ଼ିଗଲା ଦୋକାନ ଗୃହ

Get real time updates directly on you device, subscribe now.

ନନ୍ଦପୁର,(ବି.ବି.ନୁ୍ୟଜ): ନନ୍ଦପୁର ଥାନା ହିଙ୍ଗେଇପୁଟ ଗାଁରେ ନିଆଁଲାଗି ଜଣଙ୍କ ଦୋକାନଗୃହ ପାଉଁଶ ହୋଇଯାଇଛି । ଦୋକାନମାଲିକ ସୁବଳ ପ୍ରଧାନୀଙ୍କ ସାମଗ୍ରୀ ସହ ନଗଦ ୨ହଜାର ଟଙ୍କା ପୋଡି ଯାଇଥିବା ଅଭିଯୋଗ ହୋଇଛି । ଗାଁରେ ଏକ ରେସନ ଦୋକନ କରି ସେ ପରିବାର ପ୍ରତିପୋଷଣ କରୁଛନ୍ତି । ଆଜି ପାହାନ୍ତିଆରେ କୌଣସି କାରଣରୁ ତାଙ୍କ ଦୋକାନରୁ ଧୂଆଁ ବାହାରୁଥିବା ଦେଖି ସେ ସଙ୍ଗେ ସଙ୍ଗେ ଦମକଳବାହିନୀକୁ ଫୋନ୍ କରିଥିଲେ । ଅଗ୍ନିଶମ ଯବାନମାନେ ଆସି ନିଅାଁକୁ ଆୟତ୍ତ କରିଥିଲେ ମଧ୍ୟ ଇତିମଧ୍ୟରେ ଦୋକାନରେ ଥିବା ୩୦ହଜାର ଟଙ୍କାର ସାମଗ୍ରୀ ସହ ନଗଦ ଦୁଇ ହଜାର ଟଙ୍କା ପୋଡିଯାଇଥିବା ସେ ଦୁଃଖର ସହ କହିଛନ୍ତି । ଜାଣିଶୁଣି କେତେକ ବିରୋଧୀ ଏଭଳି କାଣ୍ଡ କରିଥିବା ସେ ଅଭିଯୋଗ କରିଛନ୍ତି । ଅଗ୍ନିଶମ ବାହିନୀର ଓଆଇସି ସଞ୍ଜୀବକୁମାର ପ୍ରଧାନ, ଏସସି ବାରିକ, ଡ୍ରାଇଭର ଏ.ଲାକ୍ରା, ଆର.କେ ଆଲ୍ଲାଦା, ଏମ.କେ. ମୁଦୁଲି ପ୍ରମୁଖ ନିଆଁ ଲିଭାଇଥିଲେ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons