ଫିଲ୍ମ ଷ୍ଟାଇଲରେ କଇଁଛ ଚାଲାଣ କରୁଥିଲେ ମାଫିଆ

Get real time updates directly on you device, subscribe now.

ଚିତ୍ରକୋଣ୍ଡା : ବାଲିମେଳା ବନ ବିଭାଗକୁ ମିଳିଛି ବଡ ସଫଳତା । ରବିବାର ସକାଳେ ବନ ବିଭାଗ କୌଣସି ସୂତ୍ରରୁ ଖବର ପାଇ ଲୁଗେଲ୍ ପଞ୍ଚାୟତ ଅନ୍ତର୍ଗତ ଏମ.ଭି -୩୫ରୁ ଚାଲାଣ ହେଉଥିବା ବେଳେ କଇଁଛ ଜବତ କରିଛି ।ସୂଚନାନୁସାରେ, ଗୁଇନ୍ଦା ସୂତ୍ରରୁ ଖବର ପାଇ ଜଣେ ଫରେଷ୍ଟରଙ୍କ ସମେତ ୬ ଜଣିଆ ଟିମ୍ ଏମଭି-୩୫ ଗ୍ରାମରେ ପହଁଚି ଥିଲେ । ସେଠାରେ ପହଁଚି କଇଁଛ ଚୋରା ଚାଲାଣ ହେଉଥିବା ଜାଣିବାକୁ ପାଇଥିଲେ। ସବୁଠାରୁ ଚକିତ କଲା ଭଳି କଥା ହେଲା ଯେ, ମାଫିଆମାନେ ପୁଷ୍ପା ଫିଲ୍ମ ଷ୍ଟାଇଲରେ କଇଁଛ ଚାଲାଣ କରୁଥିଲେ । ସେମାନଙ୍କ ଗାଡି ଡାଲା ଉପରେ ଅଣ୍ଡା ଥିଲା ଓ ତଳେ ଥିଲା କଇଁଛ ।ଘଟଣା ସ୍ଥଳରୁ ଏକ ପିକ୍‌ଅପ୍ ଭ୍ୟାନ ଓ ୧୪୦ଟି କଇଁଚ ଜବତ ସହ ଡ୍ରାଇଭରକୁ ଗିରଫ କରାଯାଇଛି  । ବର୍ତମାନ ସୁଦ୍ଧା ଏହି ଗାଡିରେ ଥିବା କଇଁଛ ଚାଲାଣର ମାଷ୍ଟରମାଇଣ୍ଡ କିଏ ଏ ସମ୍ବନ୍ଧରେ କୌଣସି ସୂଚନା ମିଳିନଥିବା ବେଳେ, ଗାଡି ଚାଳକ ଜଣକ ଏମ.ଭି – ୬୨ ଗ୍ରାମର ଉଦୟ ଚୌହ୍ୱାନ ବୋଲି ଜଣାପଡିଛି ।  ସୂଚନାଯୋଗ୍ୟ, ମାଲକାନଗିରି ଜିଲ୍ଲା ସୀମାନ୍ତରେ ଆନ୍ଧ୍ର ଓ ଛତିଶଗଡର ଥିବାରୁ ଏହିପରି ବେଆଇନ ସାମଗ୍ରୀ ଚାଲାଣ ସଦାବେଳେ ହୋଇ ଆସୁଛି। ମୋଟୁ ଅଞ୍ଚଳର ଅନେକ ବ୍ୟବସାୟୀ କଇଁଛ ଚାଲାଣରେ ସକ୍ରିୟ ଅଛନ୍ତି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons