ବସ୍ତାରୁ ବାହାରିଲା ଯୁବକଙ୍କ ମୃତଦେହ

Get real time updates directly on you device, subscribe now.

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲ୍ଲା ବଡ଼ଗାଁ ଥାନା ଗରିଆମାଲ ନିକଟ ୧୦ ନମ୍ବର ରାଜ୍ୟ ରାଜପଥ କଡ଼ରେ ଏକ ପ୍ଲାଷ୍ଟିକ ବସ୍ତା ପଡ଼ିଥିବା ବେଳେ ତା’ ଭିତରୁ ଜଣେ ଯୁବକଙ୍କ ଅର୍ଦ୍ଧ ଗଳିତ ମୃତଦେହ ଜବତ କରାଯାଇଛି। ମୃତ ଯୁବକ ଜଣଙ୍କ କିଏ ଜଣାପଡ଼ି ନାହିଁ। ପୁଲିସ୍ ଘଟଣାର ତଦନ୍ତ କରୁଛି। ମୃତ ଯୁବକଙ୍କ ଦେହରେ ନୀଳରଙ୍ଗର ଟି-ଶାର୍ଟ ଅଛି। ମୃତଦେହଟି ପୂରା କଳା ପଡ଼ିଯାଇଛି। ଗତକାଲି ରାତିରେ କେହି ମୃତଦେହଟିକୁ ଏଠାରେ ଫୋପାଡ଼ିଥିବା ପୁଲିସ୍ ଅନୁମାନ କରୁଛି। ପ୍ରାଥମିକ ତଦନ୍ତରୁ ଯୁବକ ଜଣକ ଅନ୍ୟ ରାଜ୍ୟର ହୋଇଥାଇପାରନ୍ତି ପୁଲିସ ଅନୁମାନ କରୁଛି। ତେବେ ଖବର ଲେଖାଯିବା ସୁଦ୍ଧା କିଛି ସ୍ପଷ୍ଟ ହୋଇପାରିନି। ପୁଲିସ୍ ଛାନଭିନ ଜାରି ରଖିଛି।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons