ବାଇକ ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ,ଜଣେ ଗୁରୁତର

Get real time updates directly on you device, subscribe now.

ଭଞ୍ଜନଗର: ଗାଙ୍ଗପୁର ଥାନା ଅନ୍ତର୍ଗତ କାଳିଆ ଗୁଡା ଗ୍ରାମର ମିଟୁ ପ୍ରଧାନଙ୍କ ପୁଅ ଦୀପକ ପ୍ରଧାନ(୨୪) ସନ୍ଧ୍ୟା୭ଟା ସମୟରେ ବାଇକରେ ଯାଉଥିବା ବେଳେ ସେହି ଗ୍ରାମର ବିମଳ ପ୍ରଧାନ(୪୫) ଚାଲି ଚାଲି ଯାଉଥିବା ବେଳେ ତାଙ୍କୁ ପଛପଟୁ ଧକ୍କା ଦେଇଥିଲେ।ଫଳରେ ଉଭୟେ ରାସ୍ତାରେ ପଡ଼ି ଗୁରୁତର ଆହତ ହୋଇଥିଲେ।ସ୍ଥାନୀୟ ଲୋକମାନେ ସେମାନଙ୍କୁ ଉଦ୍ଧାର କରି ଭଞ୍ଜନଗର ମେଡ଼ିକାଲକୁ ଚିକିତ୍ସା ପାଇଁ ପଠେଇଥିଲେ।ହେଲେ ଏଠାରେ ଡାକ୍ତର ବିମଳକୁ ମୃତ ଘୋଷଣା କରିଛନ୍ତି।ଖବର ପାଇ ଗାଙ୍ଗ ପୁର ପୁଲିସ ଶବ ଜବତ କରି ତଦନ୍ତ ଚଳାଇଥିବା ଜଣାପଡିଛି।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons