ବାପଘରୁ ଭାର ପହଞ୍ଚିବା ପୂର୍ବରୁ ଆଖି ବୁଜିଲେ ଗର୍ଭବତୀ

Get real time updates directly on you device, subscribe now.

ବଲାଙ୍ଗିର,(ଗୁପ୍ତେଶ୍ୱର ପୁଷ୍ଟିଙ୍କଠାରୁ): ଝିଅ ଅନ୍ତଃସତ୍ତ୍ୱା ଥିଲା । ଏଣୁ ବାପଘରରୁ ଝିଅ ପାଇଁ ଭାର ଯିବାକୁ ପ୍ରସ୍ତୁତି ସରିଥିଲା । ତେବେ ବାପଘର ଲୋକେ ଭାରନେଇ ପହଞ୍ଚିବା ପୂର୍ବରୁ ଝିଅ ଶବ ପାଲଟିଗଲା । ଏଭଳି ଦୁଃଖଦ ଘଟଣା ଘଟିଛି ସଦର ଥାନା ମାଗୁରବେଡା ଫାଣ୍ଡି ତଲିଉଡାର ଗାଁରେ । ଗାଁର ବିପିନ ପ୍ରଧାନଙ୍କ ସ୍ତ୍ରୀ ପୁଷ୍ପାଞ୍ଜଳି ୭ ମାସର ଗର୍ଭବତୀ ଥିବାବେଳେ ଆଜି ତାଙ୍କର ମୃତୁ୍ୟ ଘଟିଛି । ପୁଷ୍ପାଞ୍ଜଳି ଆତ୍ମହତ୍ୟା ଶାଶୂଘର ଲୋକେ କହୁଥିବା ବେଳେ ବାପଘର ଲୋକେ ହତ୍ୟା ଅଭିଯୋଗ ଆଣିଛନ୍ତି ।
ସୂଚନା ଅନୁସାରେ, ପୁଷ୍ପାଞ୍ଜଳିଙ୍କ ଘର ପାଟଣାଗଡ଼ ଥାନା ବନକାବିଅର ଗାଁରେ । ସେ ଗତ ୨୦୨୧ ମାର୍ଚ୍ଚ ୨୧ରେ ତଲିଉଡାର ବିପିନଙ୍କୁ ବିବାହ କରିଥିଲେ । ସେ ୭ମାସର ଗର୍ଭବତୀ ଥିବାରୁ ବାପଘର ଲୋକେ ଆଜି ସାଦଭାର ଧରି ଆସିବାର ଥିଲା । ହେଲେ ଗତକାଲି ରାତିରେ ସେ ଫ୍ୟାନରେ ଶାଢି ଲଗାଇ ଆତ୍ମହତ୍ୟା କରିଦେଇଥିଲେ । ଆଜି ଭୋର ୫ଟାରେ ପରିବାର ଲୋକେ ତାଙ୍କୁ ଭୀମ ଭୋଇ ମେଡିକାଲକୁ ଆଣିଥିଲେ । ହେଲେ ସେତବେଳକୁ ତାଙ୍କର ମୃତୁ୍ୟ ହୋଇସାରିଥିଲା ବୋଲି ଶାଶୂଘର ଲୋକେ କହିଛନ୍ତି । କିନ୍ତୁ ଝିଅକୁ ହତ୍ୟା କରାଯାଇଥିବା ବାପଘର ଲୋକେ କହିଛନ୍ତି । ଆଜି ଭାର ନେଇ ନଆସିବାକୁ ଶାଶୂଘର ଲୋକେ କହିବାରୁ ଝିଅ ସହ ବଚସା ହୋଇଥିଲା । ଏହି କାରଣରୁ ହିଁ ତାକୁ ହତ୍ୟା କରାଯାଇଛି ବୋଲି ଅଭିଯୋଗ କରିଛନ୍ତି । ପୁଷ୍ପାଞ୍ଜଳିର ଦେହ ଭଲ ନଥିବାରୁ ହସ୍ପିଟାଲରେ ପହଞ୍ଚିବାକୁ ଶାଶୂଘର ଲୋକେ ଆଜି ସକାଳେ କହିଥିଲେ । ଏହା ଶୁଣିବା ପରେ ପରିବାର ଲୋକେ ହସ୍ପିଟାଲରେ ପହଞ୍ଚିବା ପରେ ଝିଅ ଆତ୍ମହତ୍ୟା କରିଥିବା କହିଥିଲେ । ପରିବାର ଲୋକେ ଘଟଣାକୁ ଲୁଚାଉଥିବା ଅଭିଯୋଗ କରି ସଦର ଥାନାର ଦ୍ୱାରସ୍ଥ ହୋଇଛନ୍ତି । ପୁଲିସ ଶବ ବ୍ୟବଚ୍ଛେଦ କରିବା ସହ ତଦନ୍ତ ଆରମ୍ଭ କରିଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons