ବେଦାନ୍ତ ଫାଟକ ସମ୍ମୁଖରେ ଶବ ରଖି ଗ୍ରାମବାସୀଙ୍କ ଧାରଣା

Get real time updates directly on you device, subscribe now.

କଳାହାଣ୍ଡି : କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ ସ୍ଥିତ ବେଦାନ୍ତର ରେଡ୍ ମଡ୍ ପଣ୍ଡର ଫାଟକ ସମ୍ମୁଖରେ ଶବ ରଖି ଗ୍ରାମବାସୀଙ୍କ ଧାରଣା । ରେଡ୍ ମଡ୍ ପଣ୍ଡ ପ୍ରଦ୍ୟୁଷଣରୁ ଶ୍ବାସରୋଗ ମୃତ୍ୟୁର କାରଣ ଅଭିଯୋଗ କରି ଗ୍ରାମବାସୀ ଧାରଣା ଦେଇଛନ୍ତି । ମୃତକ ବସନ୍ତ ପଡାର ନାନ୍ଦେଇ ମାଝୀ । ରେଡ୍ ମଡ୍ ପଣ୍ଡ ପାର୍ଶ୍ବରେ ବସନ୍ତ ପଡା ଅବସ୍ଥିତ । ରେଡ୍ ମଡ୍ ପଣ୍ଡର ପ୍ରଦ୍ୟୁଷଣ ଗାଁ ଲୋକଙ୍କ ପାଇଁ ଅତିଷ୍ଠ ହେଲାଣି ।
ଅନେକ ଲୋକ ପ୍ରଦ୍ୟୁଷଣ ପାଇଁ ଶ୍ବାସ ତଥା ଫୁସଫୁସ ସଂକ୍ରମଣର ଶୀକାର ହୋଇ ମୃତ୍ୟୁବରଣ କରିଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି । ମୃତକଙ୍କ ପରିବାରକୁ କ୍ଷତିପୂରଣ ସହ ବସନ୍ତ ପଡାକୁ ବିସ୍ଥାପିତ କରିବାକୁ ଦାବି କରି ଗ୍ରାମବାସୀ ଧାରଣା ଦେଇଛନ୍ତି । ଘଟଣାସ୍ଥଳରେ କମ୍ପାନୀ କର୍ତ୍ତୃପକ୍ଷ ଆଲୋଚନା ଜାରି ରଖିଛନ୍ତି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons