ମୁଖ୍ୟ ଶାସନ ସଚିବଙ୍କ ପ୍ରତିଶ୍ରୁତି:ଦେଓମାଳିରେ ହେବ ଇକୋ ଟୁରିଜମ୍ କଟେଜ

Get real time updates directly on you device, subscribe now.

ପଟ୍ଟାଙ୍ଗି,(ବି.ବି.ନୁ୍ୟଜ): ଓଡ଼ିଶାର ଉଚ୍ଚତ୍ତମ ଶୃଙ୍ଗ ଦେଓମାଳିରେ ହେବ ଇକୋ ଟୁରିଜମ୍ କଟେଜ୍ । ଏଥିସହ ସେଠାରେ ଏକ ସ୍ୱତନ୍ତ୍ର ହୋଟେଲ ନିର୍ମାଣ କରାଯିବ । ଏସବୁର ରକ୍ଷଣାବେକ୍ଷଣ ଏବଂ ପରିଚାଳନା ଦାୟିତ୍ୱ ସ୍ୱୟଂ ସହାୟକ ଗୋÂୀର ମହିଳାମାନଙ୍କୁ ଦିଆଯିବ । ଆଜି କୋଟିଆ ଗସ୍ତ ଅବସରରେ ଏଭଳି ପ୍ରତିଶ୍ରୁତି ଦେଇଛନ୍ତି ମୁଖ୍ୟ ଶାସନ ସଚିବ ସୁରେଶ କୁମାର ମହାପାତ୍ର । କୋଟିଆର ବିଭିନ୍ନ ସ୍ୱୟଂ ସହାୟକ ଗୋÂୀର ମହିଳାମାନଙ୍କୁ କିଭଳି ସ୍ୱାବଲମ୍ବୀ କରାଯାଇପାରିବ, ତା’ ଉପରେ ସେ ଗୁରୁତ୍ୱ ଦେଇଛନ୍ତି । ଶ୍ରୀ ମହାପାତ୍ର ଦେଓମାଳି ପରିଦର୍ଶନ ବେଳେ କହିଛନ୍ତି, ପୂର୍ବରୁ ଏହି ଅଞ୍ଚଳରେ ମାଓବାଦୀଙ୍କ ଦବ୍ଦବା ରହିଥିଲା । ଫଳରେ ପର୍ଯ୍ୟଟକମାନେ ଆସିବାକୁ ଭୟ କରୁଥିଲେ । ପ୍ରଶାସନ ତରଫରୁ କୌଣସି ଉନ୍ନୟନମୂଳକ କାର୍ଯ୍ୟ ହୋଇପାରୁନଥିଲା । ଏବେ ଦେଓମାଳି ଉପରେ ସ୍ୱତନ୍ତ୍ର ଫୋକସ୍ ରହିଛି । ଏହା ରାଜ୍ୟର ପର୍ଯ୍ୟଟନ ମାନଚିତ୍ରରେ ସ୍ୱତନ୍ତ୍ର ସ୍ଥାନ ପାଇସାରିଛି । ପ୍ରତିଦିନ ବହୁ ପର୍ଯ୍ୟଟକ ଏଠାକୁ ଆସୁଛନ୍ତି । ତେଣୁ ଆଗାମୀ ଦିନରେ ଏହାର ଅଧିକ ବିକାଶ କରାଯିବ ।
ଏହି ଅବସରରେ ଶ୍ରୀ ମହାପାତ୍ର ଦେଓମାଳି ଶିଖରରେ ପହଞ୍ଚିଥିଲେ । ଇକୋ ଟୁରିଜମ୍ କଟେଜ ପାଇଁ ଚିହ୍ନଟ ହୋଇଥିବା ସ୍ଥାନ ବୁଲି ଦେଖିଥିଲେ । ଏହି ସମୟରେ ଦେଓମାଳି ଉପରେ ପାନୀୟ ଜଳ ସୁବିଧା, ମୋବାଇଲ୍ ନେଟ୍ୱାର୍କ ବ୍ୟବସ୍ଥା ଏବଂ ସ୍ୱତନ୍ତ୍ର ଶୌଚାଳୟ ନିର୍ମାଣ ନିମନ୍ତେ ପଦକ୍ଷେପ ନେବାକୁ ସ୍ୱୟଂ ସହାୟକ ଗୋÂୀର ମହିଳାମାନେ ନିବେଦନ କରିଥିଲେ । ପରେ ପରେ ଶ୍ରୀ ମହାପାତ୍ର କୋଟିଆ ଗସ୍ତରେ ଯାଇଥିଲେ । ପ;ାଙ୍ଗି ଓ କୋଟିଆରେ ହୋଇଥିବା ସ୍ୱତନ୍ତ୍ର ଆଦର୍ଶ ବିଦ୍ୟାଳୟ ବୁଲି ଦେଖିଥିଲେ । ଗସ୍ତ ସମୟରେ ଶ୍ରୀ ମହାପାତ୍ର କୋଟିଆବାସୀଙ୍କ ଫୁଲଝାଡ଼ୁ ଚାଷ ଏବଂ ଝାଡ଼ୁ ଉତ୍ପାଦନ କେନ୍ଦ୍ର ବୁଲି ଦେଖିଥିଲେ । ଝାଡ଼ୁ ଉତ୍ପାଦନରେ ସାମିଲ ହୋଇଥିବା ସେଠାକାର ଏସ୍ଏଚ୍ଜି ମହିଳାଙ୍କ ସହ ବିକ୍ରିବଟା ଏବଂ ଲାଭକ୍ଷତି ସମ୍ପର୍କରେ ଆଲୋଚନା କରିଥିଲେ । ପରେ ପଞ୍ଚାୟତ କାର୍ଯ୍ୟାଳୟରେ ପହଞ୍ଚି ଜିଲ୍ଲା ପରିଷଦ ସଭ୍ୟା ଟିକାଇ ଗେମେଲ, କୋଟିଆ ସରପଞ୍ଚ ଲିଉ ଗେମେଲଙ୍କ ସହ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଥିଲେ । ଥାନା ଓ ଡାକ୍ତରଖାନା ବୁଲିବା ପରେ ଜାନୀଗୁଡ଼ା ଗାଁରେ ପହଞ୍ଚିଥିଲେ । ଡୋଳିଆମ୍ବ ଗାଁର ସ୍ୱୟଂ ସହାୟିକା ଗୋÂୀ ଦ୍ୱାରା ଉତ୍ପାଦିତ ଷ୍ଟ୍ରବେରୀ ଚାଷ, ପଣସ, ମାଣ୍ଡିଆ, ମହୁ, ସୁଆଁ, ଅଦା, କୁକୁଡ଼ା ପାଳନ ଏବଂ ତେନ୍ତୁଳି ସଂଗ୍ରହ କେନ୍ଦ୍ର ବୁଲି ଦେଖି ଖୁସି ପ୍ରକଟ କରିଥିଲେ । ଉତ୍ପାଦିତ ଦ୍ରବ୍ୟକୁ ଦେଓମାଳି ନେଇ ବିକ୍ରି କରାଗଲେ ପର୍ଯ୍ୟଟକମାନେ ଉପକୃତ ହେବ ଏବଂ ମହିଳାମାନେ ଭଲ ଦି ପଇସା ରୋଜଗାର କରିବେ ବୋଲି କହିଥିଲେ । ମୁଖ୍ୟ ଶାସନ ସଚିବଙ୍କ ଏହି ଗସ୍ତ ସମୟରେ କୋରାପୁଟ ଜିଲ୍ଲାପାଳ ଅବଦଲ ମହମ୍ମଦ ଅଖତର, ଏସ୍ପି ବରୁଣ ଗୁଣ୍ଟପଲ୍ଲୀ, ଆଇଏଏସ୍ ବେଦ ଭୂଷଣ ଏବଂ ପିଡି ଡିଆର୍ଡିଏଙ୍କ ସମେତ ଜିଲ୍ଲାର ବହୁ ପ୍ରଶାସନିକ ଅଧିକାରୀ ଉପସ୍ଥିତ ଥିଲେ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons