ଯୁବକଙ୍କ ମୃତୁ୍ୟକୁ ନେଇ ସନେ୍ଦହ

Get real time updates directly on you device, subscribe now.

ହାଟଡିହି,(ବି.ବି.ଆପ୍ର): ବଡ଼ରମ୍ପାସ ଗାଁଠାରୁ ଏକ କିଲୋମିଟର ଦୂର କେନାଲ ନିକଟ ଏକ ଫାର୍ମଠାରେ ଜଣେ ଯୁବକଙ୍କ ମୃତୁ୍ୟ ଘଟିଛି । କୁକୁଡ଼ା ଚୋରି କରିବାକୁ ଯାଇ ବିଦୁ୍ୟତ୍ ଆଘାତରେ ଯୁବକଙ୍କ ମୃତୁ୍ୟ ହୋଇଥିବା କୁହାଯାଉଛି । ଏହି ମୃତ ଯୁବକ ଜଣଙ୍କ ତାମିଲନାଡ଼ୁରୁ କଳିଗାଁର ମାଗୁଣି ଯେନାଙ୍କ ପୁଅ ଶ୍ୱେତ ଜେନା । ମାତ୍ର ଏହା ଏକ ସୁପରିକଳ୍ପିତ ହତ୍ୟାକାଣ୍ଡ ବୋଲି ମୃତକଙ୍କ ପରିବାର ଲୋକେ କହୁଛନ୍ତି ।
ସୂଚନା ଅନୁସାରେ, ବଡ଼ରମ୍ପାସ ଗାଁର କାଳନ୍ଦୀ ସାହୁଙ୍କ ଗାଁଠାରୁ ୧ କିଲୋମିଟର ଦୂର କେନାଲ ନିକଟରେ ଏକ ଫାର୍ମ ହାଉସ୍ ଅଛି । ଆଜି ଦିନ ୧୦ଟାବେଳେ ସେହି ଫାର୍ମ ହାଉସ୍ ନିକଟରେ ଜଣେ ଯୁବକଙ୍କ ମୃତଦେହ ପଡ଼ିଥିବା ଦେଖିବାକୁ ମିଳିଥିଲା । ସଙ୍ଗେସଙ୍ଗେ ସ୍ଥାନୀୟ ସରପଞ୍ଚ, ପୁଲିସକୁ ଖବର ଦିଆଯାଇଥିଲା । ନନ୍ଦିପଦା ଥାନା ଆଇଆଇସି ଗଗନ ବିହାରୀ ବିଶ୍ୱାଳ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ମୃତ ଯୁବକ ଏକ ବିଦୁ୍ୟତ୍ ତାର ଧରି ପଡ଼ିଥିବା ଏବଂ ତା’ ପକେଟରେ ଏକ ମୋବାଇଲ୍ ଥିବା ମିଳିଥିଲା । ଅନେକ ଚେଷ୍ଟା କରାଯାଇଥିଲେ ମଧ୍ୟ ପରିଚୟ ମିଳି ନ ଥିଲା । ମାଜିଷ୍ଟେ୍ରଟ୍ ଅତିରିକ୍ତ ତହସିଲଦାର ରଶ୍ମିରଞ୍ଜନ ଦାସଙ୍କ ଉପସ୍ଥିତିରେ ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇବା ପାଇଁ ବ୍ୟବସ୍ଥା କରାଯାଇଥିଲା । ଅପରାହ୍ନ ୩ଟାରେ ସୋସିଆଲ ମିଡିଆରୁ ଏହି ଯୁବକଙ୍କ ପରିଚୟ ମିଳିଥିଲା । ଯୁବକ ଜଣଙ୍କ ତାମିଲନାଡ଼ୁରୁ କଳିଗାଁର ମାଗୁଣି ଯେନାଙ୍କ ପୁଅ ଶ୍ୱେତ ଜେନା ବୋଲି ଜଣାପଡ଼ିଥିଲା । ପରିବାର ଲୋକେ ଶବ ଚିହ୍ନଟ କରିଥିଲେ ।
ମୃତକଙ୍କ ଭାଇଙ୍କ କହିବା ଅନୁଯାୟୀ, ଶ୍ୱେତ ଗତକାଲି ରାତିରେ ତାଙ୍କୁ ଓରାଳିରେ ନାଚ ଦେଖିବା ପାଇଁ ଛାଡ଼ିଦେଇ ଘରକୁ ଯାଇଥିଲା । କିନ୍ତୁ ତା ପରେ ତା’ର ମୃତୁ୍ୟ ଘଟିଥିବା ଖବର ମିଳିଛି । ସେ ପିନ୍ଧିଥିବା ବାନିୟନ୍ ଏବଂ ଜୋତା ନାହିଁଁ । ଆଣିଥିବା ସାଇକେଲର ପତ୍ତା ମିଳୁନି । ଅନ୍ୟସ୍ଥାନରେ ହତ୍ୟା କରିି ଏଠାରେ ପକାଇ ଦିଆଯାଇଥିବା ସେମାନେ ସନେ୍ଦହ କରିଛନ୍ତି । ଏହାର ଉପଯୁକ୍ତ ତଦନ୍ତ କରି ମୃତୁ୍ୟର ରହସ୍ୟ ଉନ୍ମୋଚନ କରିବାକୁ ପରିବାର ଲୋକେ ଦାବି କରିଛନ୍ତି । ଆମେ ଶବକୁ ଜବତ କରି ପୋଷ୍ଟମର୍ଟମ ପାଇଁ ପଠାଇଛୁ, ପୋଷ୍ଟ୍ମର୍ଟମ ରିପୋର୍ଟ ଆସିଲେ ମୃତୁ୍ୟର ପ୍ରକୃତ କାରଣ ଜଣାପଡ଼ିବ ବୋଲି ଥାନା ଆଇଆଇସି ଗଗନ ବିହାରୀ ବିଶ୍ୱାଳ ସୂଚନା ଦେଇଛନ୍ତି । ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons