ଲକ୍ଷାଧିକ ଟଙ୍କାର ଅଳଙ୍କାର ଚୋରି

Get real time updates directly on you device, subscribe now.

ଜୟପୁର,(ବି.ବି.ବୁ୍ୟରୋ): ସ୍ଥାନୀୟ ଗୋପବନ୍ଧୁନଗରର ଶିବସୁନ୍ଦର ଦାସଙ୍କ ଘରୁ ଚୋରି । ରାତିରେ ସମସ୍ତେ ଶୋଇଥିବା ବେଳେ ଦୁର୍ବୃତ୍ତମାନେ ଘରେ ପଶି ଲକ୍ଷାଧିକ ଟଙ୍କାର ସୁନା ଅଳଙ୍କାର ଏବଂ ନଗଦ ୧୫ ହଜାର ଟଙ୍କା ଲୁଟି ନେଇଛନ୍ତି । ଏ ସମ୍ପର୍କରେ ଶିବସୁନ୍ଦର ଟାଉନ୍ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।
ଶ୍ରୀ ଦାସଙ୍କ ସୂଚନା ଅନୁଯାୟୀ, ସେ ସ୍ଥାନୀୟ ପୌର ପାଳିକାର ଜଣେ କର୍ମଚାରୀ । ଗତ ୧୮ ତାରିଖ ରାତି ପ୍ରାୟ ୧୨ଟାରେ କାମ ସାରି ଘରକୁ ଫେରିଥିଲେ । ପାହାନ୍ତିଆ ୫ଟାରେ ତାଙ୍କ ନିଦ ଭାଙ୍ଗିଥିଲା । ଘରର ସମସ୍ତ ଲାଇଟ୍ ବନ୍ଦ ଥିବାରୁ ବିଦୁ୍ୟତ କଟିଯାଇଥିବା ଭାବିଥିଲେ । ବାଡ଼ି ପଟକୁ ଯାଇ ଦେଖିବା ବେଳକୁ ଘରର ପଛ କବାଟ ଖୋଲା ଥିଲା । ସ୍ତ୍ରୀ ବୋଧେ ଉଠି ଫୁଲ ତୋଳି କବାଟ ବନ୍ଦ କରିବାକୁ ଭୁଲି ଯାଇଥିବେ ବୋଲି ଭାବି ଫେରି ଆସିଥିଲେ । ଏ ସମ୍ପର୍କରେ ପଚାରିବା ପରେ ତାଙ୍କ ସ୍ତ୍ରୀ ଉଠିନଥିବା କହିଥିଲେ । ସନେ୍ଦହ ହେବାରୁ ଲାଇଟ୍ ଲଗାଇଥିଲେ । ଭିତର ଘରେ ଥିବା ଆଲମାରି ଖୋଲା ଥିଲା । ଜିନିଷପତ୍ର ଏଣେତେଣେ ବିଛେଇ ହୋଇ ପଡିଥିଲା । ଆଲମାରିରେ ଥିବା ତାଙ୍କ ସ୍ତ୍ରୀଙ୍କ ସୁନା ମଙ୍ଗଳସୂତ୍ର, ଶାଳିଙ୍କ ମୁଦି ଏବଂ ଛୁଆର ଲକେଟ୍ ନଥିଲା । ଏଥିସହ ନଗଦ ୧୫ ହଜାର ଟଙ୍କା ଚୋରି ହୋଇଯାଇଥିଲା । ଏ ସମ୍ପର୍କରେ ଥାନାକୁ ଜଣାଇବା ପରେ ତୁରନ୍ତ ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲା ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons