ଲୋଚାପଡ଼ା ରାସ୍ତାରେ ଦୁର୍ଘଟଣା, ମହିଳା ମୃତ

Get real time updates directly on you device, subscribe now.

କୁକୁଡ଼ାଖଣ୍ଡି, (ବି.ବି.ଆପ୍ର): ବ୍ରହ୍ମପୁର ସଦର ଥାନା ଅନ୍ତର୍ଗତ ନିମଖଣ୍ଡି ଫାଣ୍ଡି ଲୋଚାପଡ଼ା ମୁଖ୍ୟ ରାସ୍ତାରେ ଏକ ବାଲି ବୋଝେଇ ଟ୍ରକ୍ ଧକ୍କାରେ ଜଣେ ମହିଳାଙ୍କ ଘଟଣାସ୍ଥଳରେ ମୃତୁ୍ୟ ହୋଇଛି । ମୃତ ମହିଳା ହେଲେ ବୋରଗାଁର ଜ୍ୟୋତି ସାହୁ(୨୨) । ମିଳିଥିବା ସୂଚନା ଅନୁସାରେ ଆଜି ପୂର୍ବାହ୍ନ ୧୧ଟା ୩୦ରେ ସଦର ଥାନା ଅନ୍ତର୍ଗତ ବୋରିଗାଁ ବଡ଼ ସାହିର ଶଙ୍କର୍ଷଣ ସାହୁ (ଓଆର୦୭ଏଜେ-୦୬୦୨)ବାଇକରେ ନିଜ ପନôୀ ଜ୍ୟୋତି ସାହୁ ସହିତ ବ୍ରହ୍ମପୁର ଯାଉଥିବା ବେଳେ ବାଲି ବୋଝେଇ ଟ୍ରକ୍ (ଓଆର୦୭ଇ-୦୩୯୧) ଓଭରଟେକ୍ କରିବାକୁ ଯାଇ ଧକ୍କା ଦେଇଥିଲା । ଫଳରେ ବାଇକ୍ ସହିତ ଜ୍ୟୋତି ଟ୍ରକ୍ ଚକା ତଳେ ପଡ଼ି ଯାଇଥିଲେ । ଘଟଣାସ୍ଥଳରେ ହିଁ ଜ୍ୟୋତି ସାହୁଙ୍କ ମୃତୁ୍ୟ ଘଟିଥିଲା । ଘଟଣା ପରେ ସ୍ଥାନୀୟ ଅଞ୍ଚଳବାସୀ ମୃତ ମହିଳାଙ୍କ ପରିବାର ବର୍ଗଙ୍କୁ କ୍ଷତିପୂରଣ ପ୍ରଦାନ କରିବା ପାଇଁ ଦାବି କରିଥିଲେ । ଘଟଣା ଜାଣିବା ପରେ ସଦର ଏସଡିପିଓ ଶିବ ଶଙ୍କର ମହାପାତ୍ର, ସଦର ଥାନା ଅଧିକାରୀ ମହେନ୍ଦ୍ର କୁମାର ସାହୁ ଓ ନିମଖଣ୍ଡି ଫାଣ୍ଡି ଅଧିକାରୀ ଜ୍ୟୋତି ରଞ୍ଜନ ବେହେରା ଘଟଣାସ୍ଥଳରେ ପହଞ୍ଚି ଲୋକଙ୍କୁ ବୁଝାସୁଝା କରିବା ସହ ଶବ ଜବତ କରି ବ୍ୟବଚ୍ଛେଦ ନିମନ୍ତେ ବ୍ରହ୍ମପୁର ଏମକେସିଜି ମେଡିକାଲକୁ ପଠାଇଥିଲେ । ଦୁର୍ଘଟଣା ଘଟାଇଥିବା ଟ୍ରକ୍ ଜବତ କରି ସଦର ଥାନା କେସ୍ ୧୫୫/୨୨ ରୁଜୁ ହୋଇଛି । ତଦନ୍ତ ଜାରି ରହିଥିବା ନେଇ ସଦର ଏସଡିପିଓ ଶିବ ଶଙ୍କର ମହାପାତ୍ରଙ୍କ ଠାରୁ ସୂଚନା ମିଳିଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons