ସୁବାସ ସିଂହ କଟକ ମେୟର

Get real time updates directly on you device, subscribe now.

କଟକ,(ବି.ବି.ବୁ୍ୟରୋ): କଟକ ମହାନଗର ନିଗମ (ସିଏମ୍ସି)ର ‘ପ୍ରଥମ ନାଗରିକ’ ବା ମେୟର୍ ଭାବେ ଆଜି ନିର୍ବାଚିତ ହୋଇଛନ୍ତି ସୁବାସ ସିଂହ ।
ଏବେ ରାଜ୍ୟସଭା ସାଂସଦ ଥିବା ଶ୍ରୀ ସିଂହଙ୍କୁ ବିଜୁ ଜନତା ଦଳ (ବିଜେଡି) ଏଥର ମେୟର୍ ପ୍ରାର୍ଥୀ ଭାବେ ନିର୍ବାଚନୀ ମଇଦାନ୍ରେ ଉତାରିଥିଲା । ନିଜ ନିକଟତମ ପ୍ରତିଦ୍ୱନ୍ଦ୍ୱୀ କଂଗ୍ରେସ ପ୍ରାର୍ଥୀ ତଥା ପୂର୍ବତନ କର୍ପୋରେଟର୍ ଗିରିବାଳା ବେହେରାଙ୍କୁ ୪୫ ହଜାର ୨୦୬ ଖଣ୍ଡ ଭୋଟ୍ରେ ପରାସ୍ତ କରି ଶ୍ରୀ ସିଂହ ସିଏମ୍ସିର ପ୍ରଥମ ‘ପ୍ରତ୍ୟକ୍ଷ ଭାବେ ଲୋକଙ୍କ ଦ୍ୱାରା ନିର୍ବାଚିତ ମେୟର୍’ ହୋଇଛନ୍ତି । ସୁବାସଙ୍କୁ ୧ ଲକ୍ଷ ୧୩ ହଜାର ୫୬୨ ଖଣ୍ଡ ଭୋଟ୍ ମିଳିଥିବା ବେଳେ ଗିରିବାଳାଙ୍କୁ ୬୮,୩୫୬ ଖଣ୍ଡ ଭୋଟ୍ ମିଳିଛି । ବିଜେପି ପ୍ରାର୍ଥୀ ତାରକା ଅଭିନେତା ଶ୍ରୀତମ୍ ଦାସଙ୍କୁ ତୃତୀୟ ସ୍ଥାନରେ ସନ୍ତୁଷ୍ଟ ରହିବାକୁ ପଡ଼ିଛି । ତାଙ୍କୁ ୪୯ ହଜାର ୨୨୩ ଖଣ୍ଡ ଭୋଟ୍ ମିଳିଛି ।
ଏଥିସହ, ୫୯ଟି ୱାର୍ଡ ବିଶିଷ୍ଟ ସିଏମ୍ସିରେ ୩୮ଟି ୱାର୍ଡକୁ କବ୍ଜା କରି ଶାସକ ବିଜେଡି ପୂର୍ଣ୍ଣ ସଂଖ୍ୟାଗରିÂତା ହାସଲ କରିଛି । କାଉନ୍ସିଲ୍ର ବାକିତକ ଆସନ କିନ୍ତୁ ବିରୋଧୀମାନଙ୍କ ଭିତରେ ବାଣ୍ଟି ହୋଇଯାଇଛି । କଂଗ୍ରେସକୁ ସବୁଠୁ ଅଧିକ ୮ଟି ୱାର୍ଡ ମିଳିଥିବା ବେଳେ, ବିଜେପି ୭ଟି ୱାର୍ଡରେ ଜିତିଛି । ଅନ୍ୟ ୬ଟି ୱାର୍ଡରେ ସ୍ୱାଧୀନ ପ୍ରାର୍ଥୀମାନେ ନିଜ ଦବ୍ଦବା ଜାହିର୍ କରିଛନ୍ତି । ତେବେ ଏହାଦ୍ୱାରା ବିରୋଧୀ ଶିବିର ବିଭାଜିତ ଓ ଦୁର୍ବଳ ହେବା ଏକରକମ ସ୍ପଷ୍ଟ ହୋଇଯାଇଛି । ପୁଣି, ବିଜୟୀ ସ୍ୱାଧୀନ ପ୍ରାର୍ଥୀମାନଙ୍କ ଭିତରେ କେତେଜଣ ଅସନ୍ତୁଷ୍ଟ ବା ବିଦ୍ରୋହୀ ବିଜେଡି ହୋଇଥିବାରୁ ସେମାନେ ପରବର୍ତ୍ତୀ କାଳରେ ବିଜେଡି ଶିବିରର ସଂଖ୍ୟା ଓ ଶକ୍ତି ବୃଦ୍ଧି କରିବାର ସମ୍ଭାବନା ମଧ୍ୟ ରହିଛି । ଏଣୁ ଶାସକଦଳ କଟକରେ ନିଜ ଗଡ଼ ରକ୍ଷା କରିବାରେ ବେଶ ସଫଳ ହୋଇଥିବା କୁହାଯାଉଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons