ହୋଟେଲରେ ଚଢ଼ାଉ, ଶିଶୁ ଶ୍ରମିକ ଉଦ୍ଧାର

Get real time updates directly on you device, subscribe now.

ଅନୁଗୁଳ,(ବି.ବି.ବୁ୍ୟରୋ): ଜିଲ୍ଲାକୁ ଶିଶୁ ଶ୍ରମିକ ମୁକ୍ତ କରିବାକୁ ଜିଲ୍ଲା ଶ୍ରମ ବିଭାଗ ପକ୍ଷରୁ ଜୋରଦାର ଚଢ଼ାଉ ଚାଲିଛି । ବୁଧବାର ପୂର୍ବାହ୍ଣରେ ଜିଲ୍ଲା ସହକାରୀ ଶ୍ରମ ଅଧିକାରୀ ଦେବପ୍ରସାଦ ପ;ନାୟକ ବଡ଼କେରା ନିକଟ ଏକ ହୋଟେଲ୍ରୁ ଜଣେ ଶିଶୁ ଶ୍ରମିକଙ୍କୁ ଉଦ୍ଧାର କରିଛନ୍ତି । ଉଦ୍ଧାର ଶିଶୁ ଶ୍ରମିକର ବୟସ ୧୪ ବର୍ଷ ହେବ । ତା’କୁ ଶିଶୁ ମଙ୍ଗଳ କମିଟିରେ ହାଜର କରାଯାଇଛି । ଆସନ୍ତାକାଲି ନାବାଳକର ଅଭିଭାବକ ପହଞ୍ଚିବା ପରେ ପରବର୍ତ୍ତୀ ପଦକ୍ଷେପ ଗ୍ରହଣ କରାଯିବ । ହୋଟେଲ୍ରେ ଜଣେ ନାବାଳକ ନିର୍ଧୂମ ଖଟୁଥିବା ନେଇ ଚାଇଲ୍ଡ ଲାଇନ୍ରେ ଅଭିଯୋଗ ହୋଇଥିଲା । ଚାଇଲ୍ଡ ଲାଇନ୍ ଏନେଇ ଶ୍ରମ ବିଭାଗକୁ ଅବଗତ କରିବା ପରେ ଏହି ଚଢ଼ାଉ କରାଯାଇଥିଲା । ଶିଶୁ ଓ କିଶୋର ଶ୍ରମିକ ନିଷେଧ ଓ ନିୟନ୍ତ୍ରଣ ଆଇନ୍ ଅନୁସାରେ ୧୪ ବର୍ଷରୁ କମ୍ ଶିଶୁଙ୍କୁ କୌଣସି କାମରେ ନିୟୋଜିତ କରିବା ଦଣ୍ଡନୀୟ ଅପରାଧ । ଏଥିରେ ଉଲ୍ଲଂଘନ ହେଲେ ସମ୍ପୃକ୍ତ ବ୍ୟକ୍ତିଙ୍କୁ ୫୦ ହଜାର ପର୍ଯ୍ୟନ୍ତ ଜରିମାନା ଓ କାରାଦଣ୍ଡ ମଧ୍ୟ ରହିଛି । କୌଣସି ବି ସ୍ଥାନରେ ଶିଶୁ ଶ୍ରମିକ ନିୟୋଜିତ ହୋଇଥିଲେ ଅଭିଯୋଗ କରିବାକୁ ସହକାରୀ ଶ୍ରମ ଅଧିକାରୀ ଶ୍ରୀ ପ;ନାୟକ ନିବେଦନ କରିଛନ୍ତି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons