୫୦୦ କୋଟି ଠକେଇ:ଚିଟଫଣ୍ଡ୍ କମ୍ପାନୀ ନିଦେ୍ର୍ଧଶକ ଗିରଫ

Get real time updates directly on you device, subscribe now.

ବ୍ରହ୍ମପୁର,(ବି.ବି.ବୁ୍ୟରୋ): ସକ୍ସେସ୍ ଅନ୍ଲାଇନ୍ ସର୍ଭିସ୍ ସିଷ୍ଟମ୍(ଏସ୍ଓଏସ୍) ପ୍ରାଇଭେଟ୍ ଲିମିଟେଡ୍ ଆଞ୍ଚଳିକ ମୁଖ୍ୟ ତଥା ମଲ୍ଟି ଷ୍ଟେଟ୍ ଚିଟ୍ଫଣ୍ଡ କମ୍ପାନି ନିଦେ୍ର୍ଧଶକ ନୀଳକଣ୍ଠ ପଶୁପାଳକଙ୍କୁ ବ୍ରହ୍ମପୁରରୁ ଗିରଫ କରିଛି ଭୁବନେଶ୍ୱର ଅର୍ଥନୈତିକ ଅପରାଧ ଶାଖା । ଅର୍ଥନୈତିକ ଅପରାଧ ଶାଖା କେସ୍ ନମ୍ବର ୧୪/୧୬ ଅନୁସାରେ ଗତକାଲି ବ୍ରହ୍ମପୁରରୁ ଅଭିଯୁକ୍ତ ଗିରଫ କରିବା ପରେ କୋର୍ଟ ଚାଲାଣ ହୋଇଛି । ତାଙ୍କ ବିରୋଧରେ ୫୦୦ କୋଟି ଟଙ୍କା ଠକେଇ ଅଭିଯୋଗ ହୋଇଛି । ତଦନ୍ତରୁ ଜଣାପଡ଼ିଛି ଯେ ସକ୍ସେସ୍ ଅନ୍ଲାଇନ୍ ସର୍ଭିସ୍ ସିଷ୍ଟମ୍ (ଏସ୍ଓଏସ୍ଏସ୍) ନାମରେ ଗଠିତ ଚିଟ୍ଫଣ୍ଡ୍ କମ୍ପାନୀର ଉତ୍ତର ପ୍ରଦେଶର ଗାଜିଆବାଦ୍ଠାରେ ଅବସ୍ଥିତ ମୁଖ୍ୟ କାର୍ଯ୍ୟାଳୟ । ଏହାର ଏକ ଶାଖା କାର୍ଯ୍ୟାଳୟ ବ୍ରହ୍ମପୁରରେ ଖୋଲି ଜମାକାରୀଙ୍କୁ ପ୍ରଲୋଭିତ କରି ବିଭିନ୍ନ ଉପାୟରେ ଅର୍ଥ ଆଦାୟ କରିଥିବା ଅଭିଯୋଗ ହେଇଛି ।
ବ୍ରହ୍ମପୁର ଲୋଚାପଡ଼ା ରୋଡ଼ରେ ଏହାର ଆଞ୍ଚଳିକ ଶାଖା କାର୍ଯ୍ୟାଳୟ ଥିଲା ଏବଂ ନୀଳକଣ୍ଠ ପଶୁପାଳକ ଏହାକୁ ପରିଚାଳନା କରୁଥିଲେ । ରମଣ କୁମାର ସିଂ ଏହାର ପରିଚାଳନା ନିଦେ୍ର୍ଧଶକ ଓ ରାକେଶ କୁମାର ସେକ୍ରେଟାରୀ ଥିଲେ । ଲୋକଙ୍କୁ ବୀମା ସେବା, ସେୟାର ମାର୍କେଟିଂ, ଫ୍ଲାଟ୍ ଯୋଗାଣ ନାମରେ ଦେଶର ବିଭିନ୍ନ ସ୍ଥାନ ସମେତ ଓଡ଼ିଶାରୁ ପ୍ରାୟ ୫୦୦ କୋଟି ଟଙ୍କା ଆଦାୟ କରିଛନ୍ତି । କିଛି ଦିନ ବ୍ୟବସାୟ ବାହାନାରେ ଲୋକଙ୍କଠାରୁ ଟଙ୍କା ଆଦାୟ ପରେ ଜାନୁୟାରୀ ୨୦୧୨ରୁ ଉଭାନ୍ ହୋଇଯାଇଥିଲେ । ସେମାନଙ୍କ ଠିକଣା ଓ ଫୋନ୍ ନମ୍ବର ମଧ୍ୟ ବଦଳାଇ ଦେଇଥିଲେ । ସେବେଠାରୁ ଅଭିଯୁକ୍ତ ନୀଳକଣ୍ଠ ପୁଲିସ ଆଖିେରେ ଧୂଳି ଦେଇ ଫେରାର୍ ଥିଲା । ତଦନ୍ତରୁ ଜଣାପଡ଼ିଛି ଯେ ବିଭିନ୍ନ ସ୍ୱାସ୍ଥ୍ୟ ସେବା ଯୋଜନା ନାଁରେ ଲୋକଙ୍କଠାରୁ ପ୍ରଚୁର ଅର୍ଥ ଆଦାୟ କରିଛି । ଏହି କମ୍ପାନୀ ସ୍ୱାସ୍ଥ୍ୟ ଯତ୍ନ ସକାଶେ ଆବଶ୍ୟକ ଉପକରଣ ଯୋଗାଇବା ଓ ବିନିଯୋଗ ଅର୍ଥ ବାବଦରେ ଲାଭାଂଶ ଦେବା ପ୍ରଲୋଭିତ କରି ଓଡ଼ିଶା ସମେତ ଦିଲ୍ଲୀ, ଝାଡ଼ଖଣ୍ଡରୁ ପ୍ରଚୁର ଅର୍ଥ ଆଦାୟ କରିଛି । ଏପରିକି ଲୋକଙ୍କଠାରୁ ସଂଗୃହୀତ ଅର୍ଥରେ ଏକ ଭୋଜପୁରୀ ସନେମା ସଂସ୍ଥା ‘ସିନେ ଭିଜନ୍’ ନାମରେ ଗଠନ କରି ଅଭିଯୁକ୍ତ ସିନେମାରେ ଅଭିନୟ କରିଥିବା ଜଣାପଡ଼ିଛି । ଘର ଖାନତଲାସୀ ବେଳେ ପାନ୍କାର୍ଡ, ଚେକ୍ ବୁକ୍, ବିନିଯୋଗକାରୀ ତାଲିକା, ଲିଫଲେଟ୍ ଓ ବ୍ରାଉଚର୍ ଭଳି ବହୁ କାଗଜପତ୍ର ଜବତ ହୋଇଥିବା ସୂଚନା ମିଳିଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons