କଳିଙ୍ଗ ଝୋଟ ମିଲରେ ଅଗ୍ନିକାଣ୍ଡ

Get real time updates directly on you device, subscribe now.

ଢେଙ୍କାନାଳ,(ବି.ବି.ନୁ୍ୟଜ): ଢେଙ୍କାନାଳ ସହର ହାଟରୋଡ଼ ନିକଟରେ ଥିବା କଳିଙ୍ଗ ଝୋଟ ମିଲ୍ରେ ଆଜି ଅଗ୍ନିକାଣ୍ଡ ଘଟିଛି । ଅଳିଆ ଗଦାରୁ ନିଆଁ ଉଡ଼ି ଝୋଟରେ ପଡ଼ିବାରୁ ଏହି ଭୟାବହ ଅଗ୍ନିକାଣ୍ଡ ଘଟିଥିବା କୁହାଯାଉଛି । ମିଲ୍ର କର୍ମଚାରୀ ପ୍ରକାଶ ଦାସଙ୍କଠାରୁ ମିଳିଥିବା ସୂଚନା ଅନୁଯାୟୀ, ଅପରାହ୍ନ ପ୍ରାୟ ଗୋଟାଏ ସମୟରେ ମିଲ୍ରେ ନିଆଁ ଲାଗିଥିବା ଜଣାପଡ଼ିଥିଲା । ନିଆଁକୁ ଆୟତ୍ତ କରିବାକୁ କର୍ମଚାରୀମାନେ ଉଦ୍ୟମ କରି ବିଫଳ ହୋଇଥିଲେ । ଅସହ୍ୟ ତାତି ଯୋଗୁଁ ନିଅାଁ ଆୟତ୍ତ କରିବା କଷ୍ଟକର ବ୍ୟାପାର ଥିଲା । କେହି କିଛି ବୁଝିବା ଆଗରୁ ନିଅାଁ ଚାରିଆଡ଼କୁ ବ୍ୟାପିଯାଇ ସାରା ଅଞ୍ଚଳ ଧୂଅାଁମୟ ହୋଇଯାଇଥିଲା । ସ୍ଥାନୀୟ ଅଗ୍ନିଶମ କର୍ମଚାରୀ ପହଞ୍ଚି ନିଅାଁକୁ ଆୟତ୍ତ କରିଥିଲେ । ଅଗ୍ନିକାଣ୍ଡରେ ପ୍ରାୟ ୮ ଲକ୍ଷ ଟଙ୍କାର ଝୋଟ ସହ ଅନ୍ୟାନ୍ୟ ଆସବାବ ପତ୍ର ପୋଡ଼ି ଯାଇଥିବା ଜଣାଯାଇଛି । କର୍ମଚାରୀଙ୍କ କୌଣସି କ୍ଷୟକ୍ଷତି ହୋଇ ନଥିବା ସୂଚନା ମିଳିଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons