କୃଷିକୁ ‘ଶିଳ୍ପ’ ମାନ୍ୟତା ମିଳୁ: ଧର୍ମେନ୍ଦ୍ର

Get real time updates directly on you device, subscribe now.

ଜଗତସିଂହପୁର,(ବି.ବି.ନୁ୍ୟଜ): ଚାଷୀ କିଭଳି ତା’ର ଉପôାଦକୁ ବଜାରରେ ବିକି ଉଚିତ୍ ମୂଲ୍ୟ ପାଇବ, ଚାଷ ପାଇଁ ପାଣି ସାର ବିହନ ପାଇବ, ଫସଲ କ୍ଷତି ହେଲେ ଭରଣା କିପରି କରାଯିବ, ଉପôାଦିତ ସାମଗ୍ରୀ କିପରି ସଂରକ୍ଷିତ ରଖାଯିବ ସେସବୁ ଉପରେ ପଦକ୍ଷେପ ନିଆଯିବା ଦରକାର । ଏପରିକି ଏଥିପାଇଁ ଚାଷକୁ ଶିଳ୍ପର ମାନ୍ୟତା ଦେବା ଜରୁରି ବୋଲି କେନ୍ଦ୍ର ଇସ୍ପାତ, ପେଟ୍ରୋଲିୟମ୍ ଓ ପ୍ରାକୃତିକ ଗ୍ୟାସ ବିଭାଗ ମନ୍ତ୍ରୀ ଦର୍ମେନ୍ଦ୍ର ପ୍ରଦାନ କହିଛନ୍ତି ।
ଓଡ଼ିଶାରେ ଉପକୂଳ ଜିଲ୍ଲାଗୁଡ଼ିକର ଉନ୍ନତି ପାଇଁ ଯେତିକି ସମ୍ଭାବନା ରହିଛି ସେତିକି ହାରରେ ଉନ୍ନତି ହୋଇପାରୁନି । ଅଥଚ କେନ୍ଦ୍ର ସରକାର ପୂର୍ବ ଭାରତର ଉନ୍ନତିରେ ପାରାଦୀପକୁ କେନ୍ଦ୍ର ବିନ୍ଦୁ କରିବାକୁ ଲକ୍ଷ୍ୟ ରଖିଛନ୍ତି ବୋଲି ଶ୍ରୀ ପ୍ରଦାନ ମତ ଦେଇଛନ୍ତି । ଏରସମା ବ୍ଲକ ଅନ୍ତର୍ଗତ ଜପା ପଞ୍ଚାୟତର ଜପା ଛକରେ ଆଜି ପୂର୍ବତନ ପ୍ରଦାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ୯୬ତମ ଜନ୍ମତିଥି ଅବସରରେ ତାଙ୍କର ପ୍ରତିମୂର୍ତ୍ତିକୁ ଉନ୍ମୋଚନ କରି ଶ୍ରୀ ପ୍ରଦାନ ଜନସାଦାରଣଙ୍କୁ ଉଦ୍ବୋଦନ କରି ଏହା କହିଛନ୍ତି ।
ସାରା ଦେଶରେ ବାଜପେୟୀଙ୍କ ଜନ୍ମ ଦିନକୁ ସୁଶାସନ ଦିବସ ରୂପେ ପାଳନ କରାଯାଉଥିବା ବେଳେ ଜପାରେ ମଧ୍ୟ ବିଜେପି ପକ୍ଷରୁ ଏକ ବିରାଟ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା । ଏଥିରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଦାନ ମୁଖ୍ୟ ଅତିଥି ଭାବେ ଯୋଗଦେଇ ବାଜପେୟୀଙ୍କ ପ୍ରତିମୂର୍ତ୍ତିକୁ ଉନ୍ମୋଚନ କରିଥିଲେ । ଏହି ଅବସରରେ ଶତାଦିକ ଚାଷୀ ଯୋଗଦେଇ ପ୍ରଦାନମନ୍ତ୍ରୀ ନରେନ୍ଦ୍ର ମୋଦି ଚାଷୀଙ୍କୁ ଭିଡିଓ କନଫରେନ୍ସ (ଭିସି) ମାଧ୍ୟମରେ ଦେଇଥିବା ବାର୍ତ୍ତା ଶୁଣିଥିଲେ । ଏହି ଅବସରରେ ରାଜ୍ୟରେ କିଭଳି ଚାଷୀଙ୍କୁ ଅବହେଳା କରାଯାଉଛି ସେ ବିଷୟରେ ଶ୍ରୀ ପ୍ରଦାନ ମତ ରଖିଥିଲେ । କେନ୍ଦ୍ର ସରକାର ଚାଷୀଙ୍କୁ ସାହାଯ୍ୟ କରିବାକୁ ଚାହୁଁଥିବା ବେଳେ ରାଜ୍ୟ ସରକାର ଚାଷୀଙ୍କ ତାଲିକା ଦେବାକୁ ପ୍ରସ୍ତୁତ ନୁହନ୍ତି । ଓଡ଼ିଶାର ୪୦ ଲକ୍ଷରୁ ଊଦ୍ଧ୍ୱର୍ ଚାଷୀଙ୍କୁ ୨୭୩୧ କୋଟି ଟଙ୍କା କେବଳ କେନ୍ଦ୍ର ସହାୟତା ଆକାରରେ ଦେଇଥିଲା । ମାତ୍ର ଥରକୁ ଥର ଓଡ଼ିଶା ସରକାର ଚାଷୀଙ୍କ ତାଲିକା ସଂଖ୍ୟା କମେଇ କମେଇ ଚାଲିଥିବା ଶ୍ରୀ ପ୍ରଦାନ କହିଥିଲେ । କାଳିଆ ଯୋଜନାରେ ଟଙ୍କା ଦେବାକୁ କହି ଚାଷୀଙ୍କୁ ରାଜ୍ୟ ସରକାର ଠକିଛନ୍ତି, ସରକାର କାହାକୁ ଟଙ୍କା ଦେଇଛନ୍ତି ସେ ତା’ର ଉତ୍ତର ମାଗିଥିଲେ । କେନ୍ଦ୍ର ସରକାର ଚାଷୀଙ୍କୁ ଟଙ୍କା ଦେଉଥିବାବେଳେ ରାଜ୍ୟ ସରକାର ସେଥିରେ ବାଦକ ସାଜୁଛନ୍ତି କାହିଁକି ବୋଲି ପ୍ରଶ୍ନ କରିଥିଲେ । ମୋଦି ସରକାରଙ୍କ ସମୟରେ ଚାଷୀଙ୍କ ବ୍ୟାଙ୍କ ଖାତାକୁ ସିଦାସଳଖ ଟଙ୍କା ପହଞ୍ଚାଇବା ଆରମ୍ଭ କରିଛନ୍ତି । ଯାହାକି ସୁଶାସନର ପ୍ରତୀକ । ବିଗତ ୬ ବର୍ଷରେ ଓଡ଼ିଶାକୁ ମୋଦି ସରକାର ୬୦ ହଜାର କୋଟି ଟଙ୍କା ଚାଷୀଙ୍କୁ ବ୍ୟାଙ୍କ ଖାତା ମାଧ୍ୟମରେ ଉପଲବ୍ଧ କରାଇଛନ୍ତି । ଚାଷୀଙ୍କୁ ଦାନ କିଣିବା, ପ୍ରଦାନମନ୍ତ୍ରୀ ଫସଲ ବୀମା ଯୋଜନା, ସଏଲ୍ ହେଲ୍ଥ ଟେଷ୍ଟ କରିବା, କିସାନ କ୍ରେଡିଟ୍ କାର୍ଡ ଲପଲବ୍ଧ କରିବା, ତିନୋଟି କୃଷି ଆଇନ୍ ଆଣି କୃଷକମାନଙ୍କର ଉପôାଦକ ବଢାଇବା ଯୋଜନା ହେଉ ବା କୃଷକଙ୍କୁ ଉଚିତ୍ ବଜାର ମୂଲ୍ୟ ଦେବା କଥା ସବୁ କ୍ଷେତ୍ରରେ ୧ ଲକ୍ଷ କୋଟି ଟଙ୍କାର ବ୍ୟବସ୍ଥା କରାଯାଇଛି କେବଳ ଏହି ଚାଷୀଙ୍କ ପାଇଁ । ପୂର୍ବତନ ପ୍ରଦାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀ ହୁଅନ୍ତୁ ବା ଏବର ପ୍ରଦାନମନ୍ତ୍ରୀ ନରେନ୍ଦ୍ର ମୋଦି ହୁଅନ୍ତୁ ସେମାନେ କେବଳ ଚାଷୀ ଓ ଯୁବକଙ୍କ କଥା ହିଁ ଚିନ୍ତା କରିଛନ୍ତି । ଯେତେବେଳେ ଶିଳ୍ପ ଓ ବନ୍ଦର ପାଇଁ ପାରାଦୀପରେ ଟଙ୍କା ଖର୍ଚ୍ଚ ହେଉଛି ସେତେବେଳେ ସ୍ଥାନୀୟ ଚାଷୀଙ୍କ ପାଇଁ ତା’ଠୁ ଅଦିକ ଚିନ୍ତା କରାଯାଉଛି ବୋଲି ଶ୍ରୀ ପ୍ରଦାନ କହିଥିଲେ ।
୧୯୯୯ ମହାବାତ୍ୟା ସମୟରେ ଦ୍ୱସ୍ତବିଦ୍ୱସ୍ତ ଓଡ଼ିଶାର ପୁନଃନିର୍ମାଣ ପାଇଁ ଦେଶର ପ୍ରଦାନମନ୍ତ୍ରୀ ଦାୟିତ୍ୱରେ ଥିବା ଅଟଳଜୀ ଓଡ଼ିଶାର ବିକାଶ ପାଇଁ ଅର୍ଥର ଅଭାବ ରହିବ ନାହିଁ ବୋଲି କହିଥିଲେ । ଏହା ହିଁ ଅଟଳଜୀଙ୍କ ସୁଶାସନ ଏବଂ ଓଡ଼ିଶା ପ୍ରତି ଦାୟିତ୍ୱର ପ୍ରତୀକ । ମହାବାତ୍ୟା ସମୟରେ ଅଟଳଜୀ ଓଡ଼ିଶା ସରକାରଙ୍କୁ ଇନ୍ଦିରା ଆବାସରେ ଘର ଓ ବିଭିନ୍ନ ଆର୍ଥିକ ସହାୟତା ଓ ରିଲିଫ ପ୍ରଦାନ ସ୍ୱରୂପ ପ୍ରାୟ ୯୬୦ କୋଟି ଟଙ୍କା ପ୍ରଦାନ କରିଥିଲେ ବୋଲି ଶ୍ରୀ ପ୍ରଦାନ କହିଥିଲେ । ସେହିପରି ପୂର୍ବତଟ ରେଳପଥର ପ୍ରତିÂା ଏବଂ ପାରାଦୀପ-ହରିଦାସପୁର ରେଳପଥ ଯାହା ଜଗତସିଂହପୁର, କେନ୍ଦ୍ରାପଡ଼ା ଓ ଯାଜପୁର ଜିଲ୍ଲାକୁ ଯୋଗାଯୋଗ କରୁଛି ତାହା ଅଟଳଜୀଙ୍କର ମାନସ ସନ୍ତାନ । ଅଟଳଜୀଙ୍କ ଦ୍ୱାରା ନିର୍ମିତ ସ୍ୱର୍ଣ୍ଣ ଚତୁର୍ଭୁଜ ବିଭିନ୍ନ ସହରକୁ ମଧ୍ୟ ସଂଯୋଗ କରି ଦେଶର ସର୍ବବୃହତ ତଥା ବିଶ୍ୱର ପଞ୍ଚମ ବୃହତ ରାଜପଥର ପ୍ରକଳ୍ପ ଭାବେ ସ୍ଥାନୀତ ହୋଇଛି । ବାଜପେୟୀ ସରକାର ପୂର୍ବରୁ ଓଡ଼ିଶାରେ କେବଳ ୧୬୮୧ କିମିର ଜାତୀୟ ରାଜପଥ ଥିଲା । ଅଟଳଜୀଙ୍କ ନେତୃତ୍ୱରେ ଏନ୍ଡିଏର ପ୍ରଥମ ୫ ବର୍ଷ ମଧ୍ୟରେ ଓଡ଼ିଶା ଅତିରିକ୍ତ ୧୬୦୦ କିମି ଜାତୀୟ ରାଜପଥ ପାଇଥିଲା । କେନ୍ଦ୍ରରେ ମୋଦି ସରକାର ଆସିବା ପରେ ପାରାଦୀପ ବନ୍ଦରର ପଣ୍ୟ କାରବାର କ୍ଷମତା ୬୦ରୁ ୧୦୬ ମିଲିଅନ୍ ଟନ୍ ପର୍ଯ୍ୟନ୍ତ ନେଇ ରାଜ୍ୟ ରାଜକୋଷକୁ ଅର୍ଥ ଯୋଗାଇଛନ୍ତି । ପାରାଦୀପକୁ ଏକ ବିଶ୍ୱ ସ୍ତରୀୟ ବନ୍ଦର କରିବାକୁ ଲକ୍ଷ୍ୟ ରଖିଥିବା ମୋଦି ସରକାର ପାରାଦୀପ ବନ୍ଦର ସହିତ ଜଗତସିଂହପୁର, କେନ୍ଦ୍ରାପଡ଼ା ଓ ଯାଜପୁରକୁ ଯୋଡ଼ି ଶିଳ୍ପ କରିଡର କରିବାକୁ ଯୋଜନା ଆରମ୍ଭ କରିଛନ୍ତି । ଏହା ସହିତ ନଦୀ ପଥର ବିକାଶ କରାଯିବାକୁ ପ୍ରସ୍ତାବ ରହିଛି । କେନ୍ଦୁଝରକୁ ମଧ୍ୟ ଏହି କରିଡ଼ର ସହ ଯୋଡ଼ିବାକୁ ଲକ୍ଷ୍ୟ ରଖାଯାଇଛି । ରାଜ୍ୟର ଜଣେ ବରିÂ ଅଫିସର୍ ଦୁର୍ନୀତି କରି ଏବେ ଜେଲ୍ ଯାଇଛନ୍ତି । ୨୦ ବର୍ଷ ଦରି ଶାସନ କରୁଥିବା ରାଜ୍ୟ ସରକାର ଏଭଳି ବଡ଼ ଦୁର୍ନୀତିର ସୁରାକ ପାଇନଥିଲେ କେମିତି ବୋଲି ଶ୍ରୀ ପ୍ରଦାନ ପ୍ରଶ୍ନ ଉଠାଇଥିଲେ । ପରେ ଉପସ୍ଥିତ ଚାଷୀମାନେ ପ୍ରଦାନମନ୍ତ୍ରୀଙ୍କ ଭିଡିଓ ବାର୍ତ୍ତା ଶୁଣିଥିଲେ । ଏହି ଅବସରରେ ସ୍ୱର୍ଗତ ବାଜପେୟୀଙ୍କ ଏକ ସ୍ମରଣିକା ‘ଅଟଳ ଜ୍ୟୋତି’ ଉନ୍ମୋଚନ ହୋଇଥିଲା ।
କାର୍ଯ୍ୟକ୍ରମରେ ଶ୍ରୀ ପ୍ରଦାନଙ୍କ ସମେତ ବିଜେପିର ରାଷ୍ଟ୍ରୀୟ ସମ୍ପାଦକ ବିଶ୍ୱେଶ୍ୱର ଟୁଡ଼ୁ, ଦଳର ଜଗତସିଂହପୁର ଜିଲ୍ଲା ସଭାପତି ସତ୍ୟବ୍ରତ ମହାପାତ୍ର, ରାଜ୍ୟ ଅନୁସୂଚିତ ମୋର୍ଚ୍ଚା ସଭାପତି ବିଭୂପ୍ରସାଦ ତରାଇ, ଜଗତସିଂହପୁର ଜିଲ୍ଲା ଯୁବ ମୋର୍ଚ୍ଚ ସଭାପତି ତଥା ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ସମ୍ପଦ ସ୍ୱାଇଁ, ଏରସମା ଅଟଳ ସ୍ୱୃତି ପରିଷଦ ଅଧ୍ୟକ୍ଷ ନୃସିଂହ ଚରଣ ସାହୁ, ସଭାପତି ଶଶିକାନ୍ତ ପରିଡ଼ା, ସମ୍ପାଦକ ମୋହିତ୍ ମହାନ୍ତି, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ପ୍ରତାପ ଚନ୍ଦ୍ର ମିଶ୍ର, ସଞ୍ଜୟ କୁମାର ମହାନ୍ତି, ଜିଲ୍ଲା କୃଷକ ମୋର୍ଚ୍ଚା ସଭାପତି ତପନ କୁମାର ବେହେରା, ଜପା ସରପଞ୍ଚ ତପନ କୁମାର ଗୋଚ୍ଛାୟତ, ବିଜେପି ନେତା ରାଜକିଶୋର ବେହେରା, ଅମିର କୁମାର ମହାପାତ୍ର, ସାରଦା ପ୍ରଦାନ, କଟକ ଜିଲ୍ଲା ସଭାପତି ପ୍ରକାଶ ବେହେରା, ଅମିତା ଦାସ ପ୍ରମୁଖ ଯୋଗ ଦେଇଥିଲେ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons