ଗାଁ ମହିଳାଙ୍କ ଦକ୍ଷତାର ପରିପ୍ରକାଶ କରିବ ସିଏସ୍ସି ଭିଏଲ୍ଇ: ଧର୍ମେନ୍ଦ୍ର

Get real time updates directly on you device, subscribe now.

ଭୁବନେଶ୍ୱର,(ବି.ବି.ବ୍ୟୁରୋ): କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସିଏସ୍ସି ଓମେନ୍ ଭିଲେଜ ଲେଭଲ ଏଣ୍ଟରପ୍ରନିୟର୍ସ (ଭିଏଲ୍ଇ) କର୍ମଶାଳାକୁ ଉଦ୍ଘାଟନ କରିଛନ୍ତି । କମନ ସର୍ଭିସ ସେଣ୍ଟର (ସିଏସ୍ସି) ଦିବସ ଅବସରରେ ଆୟୋଜିତ କର୍ମଶାଳାରେ ଶ୍ରୀ ପ୍ରଧାନ ଘରର ସମସ୍ତ ପ୍ରକାର ପରିଚାଳନାରେ ମହିଳାଙ୍କ ଗୁରୁତ୍ୱପୂର୍ଣ୍ଣ ଭୂମିକା ସମ୍ପର୍କରେ କହିବା ସହ ଭିଏଲ୍ଇ ଦ୍ୱାରା ସେମାନଙ୍କ ଦକ୍ଷତାର କେମିତି ଲାଭ ଉଠା ଯାଇପାରିବ, ସେ ନେଇ କହିଛନ୍ତି ।
କେନ୍ଦ୍ର ବୈଦ୍ୟୁତିକ, ସୂଚନା ଓ ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ରବିଶଙ୍କର ପ୍ରସାଦ ଓ ରାଷ୍ଟ୍ରମନ୍ତ୍ରୀ ସଞ୍ଜୟ ଧୋତରେଙ୍କ ଉପସ୍ଥିତିରେ କର୍ମଶାଳାକୁ ଉଦ୍ଘାଟନ କରି ଶ୍ରୀ ପ୍ରଧାନ ଆହୁରି କହିଛନ୍ତି, ମହିଳାଙ୍କ ଆତ୍ମବିଶ୍ୱାସକୁ ପରିପ୍ରକାଶ କରିବା ସହ ସେମାନଙ୍କୁ ସଶକ୍ତ କରିବାର କାମ କରିଥାଏ ଗ୍ରାମାଞ୍ଚଳର ଭିଏଲଇ । ଏହା ଗ୍ରାମର ଅର୍ଥ ବ୍ୟବସ୍ଥାକୁ ବିକଶିତ କରିବା ସହ ସେମାନଙ୍କୁ ସେବା ଯୋଗାଇବାରେ ସହାୟକ ହୋଇଥାଏ ।
ଶ୍ରୀ ପ୍ରଧାନ କହିଛନ୍ତି, ସିଏସସି ମାଧ୍ୟମରେ ଏଲ୍ପିଜି ଗ୍ୟାସର ପଞ୍ଜିକରଣ ଓ ରିଫିଲ ଭରିବା ଓଡ଼ିଶା ରାଜ୍ୟରୁ ଆରମ୍ଭ ହୋଇଛି । ଏହି ମଡେଲ ଏଲ୍ପିଜି ବିତରଣ ନେଟୱାର୍କକୁ ବିସ୍ତାର କରିବାରେ ସାହାଯ୍ୟ କରି ପାରିବ । ଏହାବାଦ୍ ସିଏସସି ଗ୍ରାମରେ ରାଜସ୍ୱ ବୃଦ୍ଧି କରିବା ସହ ମହିଳାଙ୍କ ପାଇଁ ଆର୍ଥିକ ଅବସରର ଦ୍ୱାର ଖୋଲିବ ଆଉ ସେମାନଙ୍କୁ ଉଦ୍ୟମୀ କରିବ ବୋଲି ଶ୍ରୀ ପ୍ରଧାନ କହିଛନ୍ତି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons