ବଜ୍ରକାପ୍ତା କାତି ଜବତ, ଅଭିଯୁକ୍ତ ଗିରଫ

Get real time updates directly on you device, subscribe now.

ମୟୁରଭଞ୍ଜ:ବଜ୍ରକାପ୍ତା କାତି ଧରି ବିକ୍ରି ପାଇଁ ଆସୁଥିବା ବେଳେ ଅଭିଯୁକ୍ତକୁ କାବୁ କଲା ବନବିଭାଗ । ଗିରଫ ଅଭିଯୁକ୍ତ ଜଣଙ୍କ ହେଲେ ମୟୂରଭଞ୍ଜ ଜିଲ୍ଲା କପ୍ତିପଦା ବନାଞ୍ଚଳ ଅଧୀନ କଲମଗଡ଼ିଆ ପଞ୍ଚାୟତ ବାଲିଚୁଆ ଗ୍ରାମର ସୁରେନ ପୂର୍ତ୍ତି(୪୫) । ଜବତ ବଜ୍ରକାପ୍ତା କାତିର ଓଜନ ୪ କେଜି ୭୩୦ ଗ୍ରାମ ହେବ ବୋଲି ଜଣାପଡ଼ିଛି ।
ବିଶ୍ୱସ୍ତ ସୂତ୍ରରୁ ସୂଚନା ପାଇ ବାରିପଦା ଏସ୍ଟିଆର୍ ଟିମ୍ ଓ କପ୍ତିପଦା ବନବିଭାଗର ଅଧିକାରୀ ବେପାରୀ ବେଶରେ ଆସି ଅଭିଯୁକ୍ତ ସୁରେନ୍ ସହ କଥାବାର୍ତ୍ତା ହୋଇଥିଲେ । ତା’ ନିକଟରୁ ବଜ୍ରକାପ୍ତା କାତି ଦେଖିବା ପରେ ବନବିଭାଗ ତାକୁ ଗିରଫ କରିଥିଲା । ବଜ୍ରକାପ୍ତା କାତିକୁ ଜବତ କରି ସୁରେନକୁ କପ୍ତିପଦା ବନବିଭାଗ କାର୍ଯ୍ୟାଳୟକୁ ଅଣାଯାଇ ଅଧିକ ପଚରାଉଚୁରା କରାଯାଉଛି । ଏନେଇ ଓଆର୍କେ ୧୩ରେ ଏକ ମାମଲା ରୁଜୁ କରାଯାଇଛି । ଏହି ଚଢ଼ଉରେ ବାରିପଦା ଏସ୍ଟିଆର୍ ଟିମ୍, କପ୍ତିପଦା ରେଂଜର ମହେଶ୍ୱର ସିଂ, କପ୍ତିପଦା ବନପାଳ ଅବିନାଶ ଗିରି, ଶାରୀଶୁଆ ବନପାଳ ରଣିଜିତ୍ ଦଣ୍ଡପାଟ୍, ବନରକ୍ଷୀ ଅଂଜନ ଲେଙ୍କା ଓ ସବୁଜବାହିନୀ ସାମିଲ ଥିଲେ ।

ରିପୋର୍ଟ: ଘାଷିରାମ ବେହେରା

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons