ମୁଖ୍ୟ ଅଭିଯୁକ୍ତ ଓ ସହଯୋଗୀ ଗିରଫ

Get real time updates directly on you device, subscribe now.

ବଡ଼ଚଣା,(ବି.ବି.ନୁ୍ୟଜ): ବଡ଼ଚଣା ଥାନା ଧାନମଣ୍ଡଳ ଫାଣ୍ଡି ଅଧୀନସ୍ଥ ଧାନମଣ୍ଡଳ ଗ୍ରାମରେ ନଭେମ୍ବର ୮ତାରିଖ ଦିନ ସୁଶାନ୍ତ ମଳିକ (୨୨) ନାମକ ଜଣେ ଯୁବକକୁ ପେଟ୍ରୋଲ ଢାଳି ନିଅାଁ ଲଗାଇ ଦିଆଯାଇଥିଲା । ଦୀର୍ଘ ୧ମାସ କଟକ ମେଡ଼ିକାଲରେ ଚିକିତ୍ସିତ ହୋଇଥିଲେ ସୁଦ୍ଧା ଚିକିତ୍ସାଧୀନ ଅବସ୍ଥାରେ ସୋମବାର ଦିନ ସୁଶାନ୍ତଙ୍କର ମୃତୁ୍ୟ ଘଟିଥିଲା । ପୁଲିସ ଏହି ମାମଲାରେ ୩୬୫/୨୦ରେ ମାମଲା ରୁଜୁ କରି ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ବେଳେ ଆଜି ଅଉ ଦୁଇଜଣ ଅର୍ଥାତ ମୁଖ୍ୟ ଅଭିଯୁକ୍ତ ନାରାୟଣ ଜେନା ଓ ତା’ର ସହଯୋଗୀ ଆଲୋକ ମଳିକ ପୁଲିସ ଗିରଫ କରି କୋର୍ଟ ଚାଲାଣ କରିଛି ।
ଧାନମଣ୍ଡଳ ଦଳିତ ସାହିରେ ନଭେମ୍ବର ୮ତାରିଖ ଦିନ ସୁଶାନ୍ତ ଗ୍ରାମର ନାରାୟଣ ଜେନାଙ୍କ ଦୋକାନକୁ ଯାଇ ଥଣ୍ଡା ପାନୀୟ ବାକିରେ ଦେବା ପାଇଁ କହିଥିଲା । ମାତ୍ର ସୁଶାନ୍ତ ଉପରେ ପୂର୍ବରୁ ୨୦ଟଙ୍କା ବାକିଥିବା ଯୋଗୁ ନାରାୟଣ ପୁନର୍ବାର ବାକି ଦେଇନଥିଲା । ଏହାକୁ ନେଇ ଉଭୟଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା । ଏଥିରେ ଉତ୍ତ୍ୟକ୍ତ ହୋଇ ନାରାୟଣ ଓ ତା’ର ବାପା ସତ୍ୟବ୍ରତ ସୁଶାନ୍ତ ଉପରକୁ ପେଟ୍ରୋଲ ଫିଙ୍ଗିବା ସହିତ ନିଅାଁ ଲଗାଇଦେଇଥିଲେ । ଗ୍ରାମବାସୀ ସୁଶାନ୍ତକୁ ଉଦ୍ଧାର କରି ବଡ଼ଚଣା ଗୋÂୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ନେଇଥିଲେ । ଅବସ୍ଥା ସଂକଟାପନ୍ନ ଥିବାରୁ ଡାକ୍ତର କଟକ ବଡ଼ ମେଡ଼ିକାଲକୁ ସ୍ଥାନାନ୍ତର କରିଥିଲେ । ଦୀର୍ଘ ୧ମାସ କଟକ ମେଡ଼ିକାଲରେ ଚିକିତ୍ସିତ ହେଉଥିବା ବେଳେ ୭ତାରିଖ ଦିନ ସୁଶାନ୍ତର ମୃତୁ୍ୟ ଘଟିଥିଲା । ମୃତ ସୁଶାନ୍ତର ଶବ ଗାଁକୁ ଆଣିବା ବାଟରେ ତାଙ୍କ ପରିବାର ଲୋକେ ବଡ଼ଚଣା ଥାନା ସମୁଖିରେ ରଖି କିଛି ସମୟ ପାଇଁ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ଏହି ଘଟଣାର ମୁଖ୍ୟ ଅଭିଯୁକ୍ତକୁ ୭ଦିନ ମଧ୍ୟରେ ଗିରଫ କରାଯିବ ବୋଲି ବଡ଼ଚଣା ଥାନାଧିକାରୀ ପ୍ରିୟବ୍ରତ ରାଉତ ପ୍ରତିଶ୍ରୁତି ଦେବା ପରେ ଧାରଣାକାରୀ ଧାରଣା ପ୍ରତ୍ୟାହୃତ କରିବା ସହତ ଶବ ନେଇ ଘରକୁ ଯାଇଥିଲେ । ବଡ଼ଚଣା ପୁଲିସ ୩୬୫/୨୦ ଭାରତୀୟ ଦଣ୍ଡ ସଂହିତା ଧାରା ୩୪୧, ୩୦୭ ଓ ୩୪ରେ ମାମଲା ତଦନ୍ତ ପରିସରଭୁକ୍ତ ଥିବା ବେଳେ ସୁଶାନ୍ତଙ୍କ ମୃତୁ୍ୟ ପରେ ୩୦୨ ଓ ୩୪ ଦଫାକୁ ପରିବର୍ତ୍ତନ କରାଯାଇ ଅଭିଯୁକ୍ତ ନାରାୟଣକୁ ଗିରଫ କରିଥିଲା । ନାରାୟଣକୁ ଫେରାର ହେବାରେ ସହଯୋଗ କରୁଥିବା ଅପରାଧରେ ସେହି ଗ୍ରାମର ଆଲୋକ ମଳିକଙ୍କୁ ପୁଲିସ ଗିରଫ କରି ବୁଧବାର ଦିନ ଚଣ୍ଡିଖୋଲ କୋର୍ଟକୁ ପଠାଇ ପଠାଇ ଦେଇଛି । ସୁଚନା ଥାଉକି ଗଣ୍ଡଗୋଳ ଘଟିବା ପରଦିନ ଅଭିଯୁକ୍ତ ନାରାୟଣର ବାପା ସତ୍ୟବ୍ରତକୁ ପୁଲିସ ଗିରଫ କରି କୋର୍ଟ ଚାଲାଣ କରିଥିଲା ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons