ରାସ୍ତା ମଝିରେ ଜଳିଗଲା ବାଇକ୍

Get real time updates directly on you device, subscribe now.

ଜୟପୁର: ମଝି ରାସ୍ତାରେ ହୁତ ହୁତ ହୋଇ ଜଳିଗଲା ବାଇକ୍ । ଅଳ୍ପକେ ବର୍ତ୍ତିଲେ ଚାଳକ । ଏମିତି ଘଟଣା ଘଟିଛି ଜୟପୁର ସହରରେ । ଜଗନ୍ନାଥ ମନ୍ଦିର ପଛ ରାସ୍ତା ଦେଇ ଗୁରୁବାର ସଂଧ୍ୟା ୭ଟା ସମୟରେ ନିକଟସ୍ଥ ଅନ୍ତାର ଜଗନ୍ନାଥ ବାଗ ନିଜ ବାଇକରେ ଯାଉଥିଲେ । ଆଉ ଏହି ସମୟରେ ହଠାତ୍ ତାଙ୍କ ବାଇକରୁ ନିଆଁ ବାହାରିଥିଲା । ଚାହୁଁ ଚାହୁଁ ଏହା ପୁରା ବାଇକଟିକୁ ନିଜ କବଜାକୁ ନେଇଯାଇଥିଲା । ତେବେ ଉପସ୍ଥିତ ଲୋକ ବାଇକ୍ ଚାଳକ ଜଗନ୍ନାଥଙ୍କୁ ଉଦ୍ଧାର କରିବା ସହ ପାଣି ଢାଳି ନିଆଁ ଲିଭାଇଥିଲେ ଆଉ ଜଗନ୍ନାଥ ଅଳ୍ପକେ ବର୍ତ୍ତି ଯାଇଥିଲେ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons