ସଂଘର୍ଷ କରି ହାରିଲା କଙ୍ଗାରୁ ଟିମ୍, ଭାରତର ଦମଦାର୍ ବିଜୟ

Get real time updates directly on you device, subscribe now.

ରାଜକୋଟ : ପ୍ରଥମ ଦିନିକିଆର ଭାରତ ଦମଦାର ବିଜୟ। ଅଷ୍ଟ୍ରେଲିଆକୁ ୩୬ ରନ୍‌ରେ ହରାଇଲା ଭାରତ। ଭାରତର ଟାର୍ଗେଟକୁ ପିଛା କରି ଅଷ୍ଟ୍ରେଲିଆର ସମସ୍ତ ଓ୍ବିକେଟ୍ ହରାଇ ୪୯.୧ ଓଭରରେ ୩୦୪ ରନ୍ କରିବାରେ ସକ୍ଷମ ହୋଇଛି। ଦ୍ବିତୀୟ ଦିନିକିଆ ମ୍ୟାଚ୍‌ରେ ୫୦ ଓଭର ଖେଳି ୬ଟି ଓ୍ବିକେଟ ହରାଇ ଭାରତ ୩୪୦ରନ କରିଛି। ଅଷ୍ଟ୍ରେଲିଆକୁ ୩୪୧ରନ୍‌ର ଟାର୍ଗେଟ ଦେଇଥିଲା ଭାରତ । ତେବେ ଅଷ୍ଟ୍ରେଲିଆ ପକ୍ଷରୁ ଷ୍ଟିଭେନ୍ ସ୍ମିଥ ସର୍ବାଧିକ ୯୮ରନ କରିଥିଲେ । ସେହପରି ଭାରତ ପକ୍ଷରୁ ମହମ୍ମଦ ସାମ ସର୍ବାଧିକ ୩ଟି ଓ୍ବିକେଟ ହାସଲ କରିଥିବା ବେଳେ ନଭଦୀପ ସାଇନି, ରବିନ୍ଦ୍ର ଜାଡେଡା, କୁଲଦୀପ ଯାଦବ ୩ଟି ଲେଖାଏ ଓ୍ବିକେଟ ହାସଲ କରିଛନ୍ତି । ଏହି ବିଜୟ ସହ ଭାରତ ସିରିଜ୍‌ରେ ୧-୧ରେ ବରାବର ସ୍ଥିତିରେ ରହିଛି । ତୃତୀୟ ଦିନିକିଆ ଉଭୟ ଦଳ ପାଇଁ କର ବା ମର ପରିସ୍ଥିତି ହେବ ।
ଅଷ୍ଟ୍ରେଲିଆ ଟସ୍ ଜିତି ବ୍ୟାଟିଂ ପାଇଁ ଭାରତ ଆମନ୍ତ୍ରଣ କରିଥିଲା । ଫଳରେ ଭାରତ ପ୍ରଥମେ ବ୍ୟାଟିଂ କରିଥିଲା । ଭାରତ ପକ୍ଷରୁ ରୋହିତ ଶର୍ମା ଓ ଶିକ୍ଷର ଧାଓ୍ବନ ଭଲ ଆରମ୍ଭ କରିଥିଲା । ଭାରତ ପକ୍ଷରୁ ରୋହିତ ଶର୍ମା ୪୨, ଶିଖର ଧାଓ୍ବନ ୯୬, ଅଧିନାୟକ ବିରାଟ କୋହଲି ୭୮, ଲୋକେଶ ରାହୁଲ ବିସ୍ଫୋରକ ୮୦ ଓ ରବିନ୍ଦ୍ର ଜାଡେଜାଙ୍କ ୨୦ ସାହାର୍ୟରେ ଭାରତ ସୀମିତ ଓଭରରେ ୩୪୦ରନ କରିଥିଲା ।
ତେବେ ଭାରତ ପକ୍ଷରୁ ମନୀଷ ପାଣ୍ଡେ ଓ ଶ୍ରେୟସ ଆୟର ଯଥାକ୍ରମେ ୨,୭ ରନ୍‌ କରିଥିଲେ। ସେହିପରି ଅଷ୍ଟ୍ରେଲିଆ ପକ୍ଷରୁ ଆଡମ୍‌ ଜାମ୍ପ ସର୍ବାଧିକ ୩ଟି ଓ୍ବିକେଟ ଅକ୍ତିଆର କରିବା ସହ କେନ ରିଚର୍ଡସନ ୨ଟି ଓ୍ବିକେଟ ନେଇଛନ୍ତି । ଭାରତ ପାଇଁ ଆଜିର ମ୍ୟାଚ୍ କର ବା ମର ପରିସ୍ଥିତିରେ ସୃଷ୍ଟି କରିଥିଲା।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons