ରାଉରକେଲା,(ବି.ବି.ନୁ୍ୟଜ): ବ୍ରାହ୍ମଣୀତରଙ୍ଗ ଥାନା ଅନ୍ତର୍ଗତ ସିଂହଟୋଲାରେ ଗତ ୧୪ ତାରିଖ ରାତି ୮ଟା ସମୟରେ ସୁନା ବ୍ୟବସାୟୀଙ୍କ ପତ୍ନୀ ଓ ପୁଅ ଉପରକୁ ହୋଇଥିଲା ଗୁଳି ମାଡ଼ । ଏହି ଘଟଣାର ଠିକ ୪ ଦିନ ପରେ ଅର୍ଥାତ ଆଜି ରାତି ପ୍ରାୟ ୧୦ଟା ସମୟରେ ରାଉରକେଲାର ଏସ୍ଟିଆଇ ଫ୍ଲାଏ ଓଭର ବ୍ରିଜ୍ରେ ଜଣେ ସୁନାରିଙ୍କୁ ଗୁଳି କରି ହତ୍ୟା କରିବା ପରେ ଦୁର୍ବୃତ୍ତମାନେ ତାଙ୍କ ଠାରୁ ସୁନା ବ୍ୟାଗ୍ ଲୁଟି ଫେରାର ହୋଇଯାଇଛନ୍ତି ।
ଗଙ୍ଗା%ରପାଲୀରେ ରହୁଥିବା ସରୋଜ କୁମାର ସାହୁ ଏସ୍ଟିଆଇରେ ଥିବା ଏକ ସୁନା ଦୋକାନରେ କାମ କରନ୍ତି । ଆଜି ରାତି ୧୦ଟା ସମୟରେ ସେ ଦୋକାନ ବନ୍ଦ କରି ସୁନା ବ୍ୟାଗ୍ ସାଙ୍ଗରେ ନେଇ ବାଇକ୍ (ଓଡି୧୪ଜେ ୧୩୩୪) ଯୋଗେ ଘରକୁ ଫେରୁଥିଲେ । ଏସ୍ଟିଆଇ ଫ୍ଲାଏ ଓଭର ଦେଇ ଯାଉଥିବା ବେଳେ ବାଇକ୍୍ରେ ଆସିଥିବା ତିନି ଜଣ ଦୁର୍ବୃତ୍ତ ତାଙ୍କୁ ଅଟକାଇ ପିସ୍ତଲରୁ ତିନି ରାଉଣ୍ଡ ଗୁଳି ଚଳାଇଥିଲେ । ଗୋଟିଏ ଗୁଳି ସରୋଜଙ୍କ ମୁଣ୍ଡରେ ବାଜିଥିବା ବେଳେ ଦ୍ୱିତୀୟଟି ଅଣ୍ଟା ଏବଂ ତୃତୀୟ ଗୁଳିଟି ପିଠିରେ ବାଜିଛି । ଘଟଣା ଘଟାଇ ଦୁର୍ବୃତ୍ତମାନେ ତାଙ୍କ ଠାରୁ ସୁନା ବ୍ୟାଗ୍ ଲୁଟି ଚମ୍ପଟ ମାରିଛନ୍ତି । ଗୁରୁତର ଅବସ୍ଥାରେ ରାସ୍ତାରେ ପଡ଼ିଥିବା ସରୋଜଙ୍କୁ ଚିକିତ୍ସା ଲାଗି ପ୍ରଥମେ ହାଇଟେକ୍ ମେଡିକାଲ କଲେଜକୁ ନିଆଯାଇଥିଲା । ମାତ୍ର ସେଠାରେ ଅବସ୍ଥା ସଂକଟାପନ୍ନ ହେବାରୁ ତାଙ୍କୁ ଇସ୍ପାତ ଜେନେରାଲ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି । ମାତ୍ର ସେଠାରେ ତାଙଙ୍କର ମୃତୁ୍ୟ ଘଟିଛି । ଖବର ପାଇ ଘଟଣାସ୍ଥଳରେ ରାଉରକେଲା ଏସ୍ପି କେ. ଶିବା ସୁବ୍ରମଣି, ଏସ୍ଡିପିଓ ସାନ୍ତା ନୂତନ ସାମଦ ଓ ରଘୁନାଥପାଲି ଥାନା ପୁଲିସ୍ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ରିପୋର୍ଟ ଲେଖା ହେବା ସୁଦ୍ଧା ଅପରା%ୀମାନଙ୍କୁ %ରିବା ଲାଗି ପୁଲିସ୍ ବିଭିନ୍ନ ସ୍ଥାନରେ ଚଢ଼ାଉ ଆରମ୍ଭ କରିଛି ।


Comments are closed, but trackbacks and pingbacks are open.