ସୁରେଶ ମହାପାତ୍ର ନୂଆ ମୁଖ୍ୟ ଶାସନ ସଚିବ

Get real time updates directly on you device, subscribe now.

ଭୁବନେଶ୍ୱର,(ବି.ବି.ବୁ୍ୟରୋ): ସୁଦକ୍ଷ ପ୍ରଶାସକ ତଥା ଉନ୍ନୟନ କମିଶନର ସୁରେଶ ମହାପାତ୍ର ନୂଆ ମୁଖ୍ୟ ଶାସନ ସଚିବ । ନୂଆ ବର୍ଷ ୨୦୨୧ର ପ୍ରଥମ ଦିନରୁ ହିଁ ରାଜ୍ୟ ପାଇବ ନୂଆ ମୁଖ୍ୟ ଶାସନ ସଚିବ । ଚଳିତ ମାସ ୩୧ରେ ମୁଖ୍ୟ ଶାସନ ସଚିବ ଅସିତ୍ ତି୍ରପାଠୀ ଅବସର ନେବା ପରେ ସୁରେଶ ଦାୟିତ୍ୱ ସମ୍ଭାଳିବେ ।
ସୁରେଶ ଉନ୍ନୟନ କମିଶନର ଭାବେ କାର୍ଯ୍ୟ କରିବା ସହିତ ଦୀର୍ଘ ସମୟ ଦରି ସୁରୁଖୁରୁରେ ଶ୍ରୀମନ୍ଦିରର ମୁଖ୍ୟ ପ୍ରଶାସକ ଦାୟିତ୍ୱ ନିର୍ବାହ କରିଛନ୍ତି । ଏକାଦିକ ଜିଲ୍ଲାର ସଫଳ ଜିଲ୍ଲାପାଳଭାବେ ଦାୟିତ୍ୱ ତୁଲାଇବା ସହ ରାଜସ୍ୱ, ଜଙ୍ଗଲ ଓ ପରିବେଶ, ଜଳ ସମ୍ପଦ ଓ ଶକ୍ତି ବିଭାଗ ଭଳି ଗୁରୁତ୍ୱପୂର୍ଣ୍ଣ ବିଭାଗରେ ମଧ୍ୟ ତାଙ୍କର ଦୀର୍ଘ ପ୍ରଶାସନିକ ଅଭିଜ୍ଞତା ରହିଛି । ପୂର୍ବରୁ ସ୍ୱତନ୍ତ୍ର ରିଲିଫ୍ କମିଶନର୍ (ଏସ୍ଆର୍ସି) ଓ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଭାବେ ମଧ୍ୟ ଦକ୍ଷତାର ସହ କର୍ତ୍ତବ୍ୟ ସମ୍ପାଦନ କରିଛନ୍ତି । ଅସନ୍ତା ୨୦୨୨ ଫେବ୍ରୁଆରୀ ଯାଏଁ ସେ ଏହି ପଦରେ ରହିବେ । ଆଜି ବିଜ୍ଞପ୍ତି ପ୍ରକାଶ ପାଇବା ପରେ ଶ୍ରୀ ମହାପାତ୍ର ପୁରୀ ଯାଇ ଶ୍ରୀ ଜୀଉଙ୍କୁ ଦର୍ଶନ କରି ଆଶୀର୍ବାଦ ଭିକ୍ଷା କରିଛନ୍ତି ।
ବର୍ତ୍ତମାନର ମୁଖ୍ୟ ଶାସନ ସଚିବ ଅସିତ୍ ତ୍ରିପାଠୀଙ୍କୁ ଅବସର ପରେ ନୂଆ ଦାୟିତ୍ୱ ଦିଆଯାଇଛି । ପଶ୍ଚିମ ଓଡ଼ିଶା ବିକାଶ ପରିଷଦ (ଡବ୍ଲୁ୍ୟଓଡିସି)ର ଅଦକ୍ଷ ଭାବେ ସେ ଦାୟିତ୍ୱ ନିର୍ବାହ କରିବେ । ଏହା ସହିତ ମୁଖ୍ୟମନ୍ତ୍ରୀଙ୍କ ପ୍ରମୁଖ ପରାମର୍ଶଦାତା ଭାବେ ମଧ୍ୟ ଦାୟିତ୍ୱ ତୁଲାଇବେ । ଆଞ୍ଚଳିକ ବିକାଶ, ପର୍ଯ୍ୟଟନ, କୃଷି-ବିପଣନ ଓ ଶିଳ୍ପ କ୍ଷେତ୍ରରେ ସେ ମୁଖ୍ୟମନ୍ତ୍ରୀଙ୍କ ମୁଖ୍ୟ ପରାମର୍ଶଦାତା ଭାବେ କାର୍ଯ୍ୟ କରିବେ । ପୂର୍ବରୁ ପଶ୍ଚିମ ଓଡ଼ିଶା ବିକାଶ ପରିଷଦର ଅଦ୍ୟକ୍ଷ ପଦ ରାଜନୈତିକ ବ୍ୟକ୍ତିଙ୍କୁ ଦିଆଯାଉଥିଲା । ପ୍ରଥମଥର ପାଇଁ ଏହି ପଦବି ଜଣେ ବରିÂ ପ୍ରଶାସନିକ ଅଦିକାରୀଙ୍କୁ ଦିଆଯାଇଛି । ସଂଯୋଗ ବଶତଃ ଶ୍ରୀ ତି୍ରପାଠୀ ପଶ୍ଚିମ ଓଡ଼ିଶାର ଲୋକ ।
ଅନ୍ୟପକ୍ଷରେ ୧୯୮୯ ବ୍ୟାଚ୍ ଅଫିସର ତଥା ଗ୍ରମ୍ୟ ଉନ୍ନୟନ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନାଙ୍କୁ ଉନ୍ନୟନ କମିଶନର ଭାବେ ନିଯୁକ୍ତି ଦିଆଯାଇଛି । ଶ୍ରୀ ମହାପାତ୍ରଙ୍କଠାରୁ ସେ ଚଳିତ ମାସ ଶେଷ ତାରିଖରେ ଦାୟିତ୍ୱ ଗ୍ରହଣ କରିବେ । କଳାହାଣ୍ଡି, କେନ୍ଦ୍ରାପଡ଼ା ଓ କଟକ ଭଳି ଜିଲ୍ଲାର ଜିଲ୍ଲାପାଳ ଦାୟିତ୍ୱ ସମ୍ଭାଳିବା ସହ ଶ୍ରୀ ଜେନା, ଶକ୍ତି, ଜଳସମ୍ପଦ, ପଞ୍ଚାୟତିରାଜ, ଗ୍ରାମ୍ୟ ଉନ୍ନୟନ ବିଭାଗ ଓ ସ୍ୱତନ୍ତ୍ର ରିଲିଫ କମିଶନର ଭାବେ ନିଜର ଦକ୍ଷତା ପ୍ରତିପାଦିତ କରିଛନ୍ତି । ଶ୍ରୀମନ୍ଦିର ପ୍ରଶାସକ ଦାୟିତ୍ୱ ମଦ୍ୟ ତୁଲାଇଛନ୍ତି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons