{ ଜଗତସିଂହପୁରରୁ ରାକେଶ କୁମାର ରାୟଙ୍କ ରିପୋର୍ଟ } : ଜଗତସିଂହପୁର ଦ୍ୱାରା ପ୍ରାକୃତିକ କୃଷି ସମ୍ବନ୍ଧୀୟ ଏକ ପାଞ୍ଚଦିନିଆ ତାଲିମ କାର୍ଯ୍ୟକ୍ରମ ୨୧.୧୦. ୨୦୨୪ ରୁ ୨୩.୧୦.୨୦୨୪ ଏବଂ ୨୯.୧୦.୨୦୨୪ ରୁ ୩୦.୧୦.୨୦୨୪ ପର୍ଯ୍ୟନ୍ତ କୃଷି ବିଜ୍ଞାନ କେନ୍ଦ୍ର ପରିସରରେ ଅନୁଷ୍ଠିତ ହୋଇଯାଇଛି I ଏହି କାଯ୍ୟକ୍ରମଟିକୁ କୃଷି ବିଜ୍ଞାନ କେନ୍ଦ୍ରର ମୂର୍ତ୍ତିକା ବୈଜ୍ଞାନିକ ଡ. ପ୍ରଦୀପ୍ତ ମାଝୀ ପରିଚାଳନା କରିଥିଲେ। ।ଜିଲ୍ଲାର ବିଭିନ୍ନ ବ୍ଲକରୁ ଆସିଥିବା ୪୦ ଜଣ ଚାଷୀ ଭାଇ ଓ ଭଉଣୀମାନେ ଏହି ତାଲିମ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ I ପ୍ରାକୃତିକ କୃଷି ହେଉଛି ଏକ ରାସାୟନିକ ମୁକ୍ତ ପାରମ୍ପାରିକ କୃଷି ପଦ୍ଧତି ଯାହାକି କୃଷି ପରିବେଶ ସମ୍ବନ୍ଧୀୟ ବିବିଧିକରଣ କୃଷି ପଦ୍ଧତି ଉପରେ ଗୁରୁତ୍ବ ଦେଇ ଫସଲ ମୂର୍ତ୍ତିକା ଓ ଜୀବପାଳନ ମଧ୍ୟରେ ସମନ୍ୟୁୟ ରକ୍ଷା କରିଥାଏ।କୃଷି କ୍ଷେତ୍ରରେ ରାସାୟନିକ ପଦାର୍ଥ ଯଥା ସାର କିମ୍ବା କୀଟନାଶକର ବ୍ୟବହାର କରାଯାଏ ନାହିଁ,ମାଟିରେ ଥିବା ଜୈବିକ ପଦାର୍ଥର ବିଘଟନ ପ୍ରକ୍ରିୟାକୁ ତ୍ବରାନ୍ବିତ କରିବା ପାଇଁ ଅଣୁଜୀବ ସଂଖ୍ୟା ବୃଦ୍ଧି କରାଯାଏ, ଆଚ୍ଛାଦନ ମାଧ୍ୟମରେ ମାଟିରେ ଜଳୀୟ ଅଂଶ ସଂରକ୍ଷଣ କରିବା ସହ ଗଛ ବୃଦ୍ଧିରେ ସହାୟକ ହୋଉଥିବା ମୂର୍ତ୍ତିକା ପରିବେଶ ସୃଷ୍ଟି କରିବା ଏବଂ ଫସଲ ବିବିଧୀକରଣ ଯଥା ଅନ୍ତଃଫସଲ, ମିଶ୍ରିତ ଫସଲ ଆଦି ଉପରେ ଗୁରୁତ୍ବ ଦିଆଯାଏ। ଅଂଶ ଗ୍ରହଣ କରିଥିବା ଚାଷୀ ଭାଇ ଓ ଭଉଣୀ ମାନେ ପ୍ରାକୃତିକ କୃଷିର ଉପକାରିତା, ପ୍ରସ୍ତୁତି ପ୍ରଣାଳୀ ଆଦି ବିଷୟରେ ଜାଣିବା ସହ, ନିଜ ହାତରେ ପ୍ରାକୃତିକ ଚାଷର ବିଭିନ୍ନ ସ୍ତମ୍ଭ ଯଥା ଜୀବାମୃତ,ଘନଜିବାମୃତ(ମୂର୍ତ୍ତିକା ର ଉର୍ବରତା) , ବୀଜାମୃତ(ବୀଜ ବିଶୋଧନ) ହାଣ୍ଡିଖତ, ଗୋକୃପାଅମୃତମ୍ (ଉର୍ବରତା ବଢ଼ାଇବା, କୀଟପତଙ୍ଗ ଓ ରୋଗରୁ ଫସଳକୁ ସୁରକ୍ଷିତ କରିବାରେ ଉପକାରୀ)ଓ ନିମାସ୍ତ୍ର , ବ୍ରହ୍ମାସ୍ତ୍ର, ଅଗ୍ନିଅସ୍ତ୍ର, (ରୋଗ ପୋକ ଦାଉରୁ ରକ୍ଷା ପାଇଁ) ମଧ୍ୟ ପ୍ରସ୍ତୁତ କରିଥିଲେ I ପ୍ରାକୃତିକ କୃଷି ବ୍ୟବହାର ଦ୍ଵାରା ମୃତ୍ତିକା ଅଧିକ ଉର୍ବର ହେବା ସହ ସୁରକ୍ଷିତ ଓ ରସାୟନିକ ପଦାର୍ଥ ମୁକ୍ତ ଖାଦ୍ୟ ମିଳି ପାରିବ | ପ୍ରାକୃତିକ କୃଷି ବ୍ୟବହାର ଦ୍ଵାରା ଚାଷୀ ସ୍ବାବଲମ୍ବୀ ହୋଇପାରିବେ ତା ସହ ପରିବେଶ ସୁରକ୍ଷା ଏକ ପ୍ରମୁଖ ଭୂମିକା ଗ୍ରହଣ କରିପାରିବ ବୋଲି କେନ୍ଦ୍ରର ବରିଷ୍ଠ ବୈଜ୍ଞାନିକ ଓ ମୁଖ୍ୟ ଡ. ଜୀବନଜିତ ସେନ ବକ୍ତବ୍ୟ ଦେଇଥିଲେ ଏବଂ ଚାଷୀ ମାନଙ୍କୁ ମାନପତ୍ର ପ୍ରଦାନ କରିଥିଲେ I ଅନ୍ୟମାନଙ୍କ ମଧ୍ୟରେ ବୈଜ୍ଞାନିକ ଦେବାଶିଷ ପଣ୍ଡା, ଡ଼. ଦ୍ୱାରିକା ମୋହନ ଦାସ, ସସ୍ମିତା ପୁରୋହିତ ,ସରିତା ଦାସ ଓ ବୈଷୟିକ କର୍ମଚାରୀ ବିଜୟିନୀ ସାହୁ, ଡ.ବିଚିନ୍ନା ମୈତ୍ରୀ ରାଉତ ସହଯୋଗ କରିଥିଲେ। ପରିଶେଷରେ ଜିଲ୍ଲାର ଅଗ୍ରଣୀ ପ୍ରାକୃତିକ କୃଷି କରୁଥିବା ଚାଷୀ ମାନେ ନିଜ ନିଜର ଅଭିଜ୍ଞତା ବର୍ଣ୍ଣନା କରିଥିଲେ ।
Comments are closed, but trackbacks and pingbacks are open.