ସଂସଦରେ ଦାବି ଉଠାଇଲେ ମାନସ : ଓଡ଼ିଶାରେ ୧୦୦୦ ମୋବାଇଲ ଟାୱାର ବସାଅ

Get real time updates directly on you device, subscribe now.

ଭୁବନେଶ୍ୱର,(ବି.ବି.ଆ.ପ୍ର.): ଓଡ଼ିଶାରେ ପ୍ରତି ଗାଁରେ ମୋବାଇଲ ସେବା ପହଞ୍ଚାଇବା ପାଇଁ ସଂସଦରେ ସ୍ୱର ଉଠାଇଛନ୍ତି ବିଜେଡିର ରାଜ୍ୟସଭା ସାଂସଦ ମାନସ ରଂଜନ ମଙ୍ଗରାଜ । ଆଜି ରାଜ୍ୟସଭାରେ ଏହି ପ୍ରସଙ୍ଗ ଉଠାଇଛନ୍ତି ଶ୍ରୀ ମଙ୍ଗରାଜ । ଦାବି କରିଛନ୍ତି, ରାଜ୍ୟରେ ୧ ହଜାର ମୋବାଇଲ ଟାୱାର ବସାଯାଉ ।
ଓଡ଼ିଶାର ଅନେକ ଗାଁରେ ମୋବାଇଲ୍ ନେଟୱର୍କ ଉପଲବ୍ଧ ନଥିବା ପ୍ରସଙ୍ଗରେ ରାଜ୍ୟସଭାରେ ଉଦବେଗ ପ୍ରକାଶ କରିଛନ୍ତି ସାଂସଦ ଶ୍ରୀ ମଙ୍ଗରାଜ । ଏ ପ୍ରସଙ୍ଗ ଉଠାଇ ସେ କହିଛନ୍ତି, ବର୍ତ୍ତମାନ ସମୟରେ ମୋବାଇଲ୍ ସେବା ସଭିଙ୍କ ଦୈନନ୍ଦିନ ଜୀବନରେ ନିହାତି ଆବଶ୍ୟକ ହୋଇପଡ଼ିଛି । ମାତ୍ର ଦୁର୍ଭାଗ୍ୟର ବିଷୟ ମୋବାଇଲ ନେଟୱର୍କ କ୍ଷେତ୍ରରେ ଓଡ଼ିଶା ରାଜ୍ୟ ବହୁ ପଛୁଆ ରହିଛି । ମୋବାଇଲ୍ ସେବା ସଂଯୋଗରେ ଓଡ଼ିଶା ଏକ ନିଅଣ୍ଟିଆ ରାଜ୍ୟ ପାଲଟିଛି । ଜାତୀୟ ସ୍ତରରେ ଟେଲି ସାନ୍ଦ୍ରତା ହାର ୮୪.୮୮ଧ ଥିବାବେଳେ ଓଡ଼ିଶାରେ ଏହି ହାର ୭୪.୩୮ଧ । ଦେଶରେ ମୋବାଇଲ୍ ନେଟୱର୍କ ନଥିବା ଗାଁ ତାଲିକାରେ ଓଡ଼ିଶା ସବୁଠୁ ଉପରେ ରହିଛି । ୨୦୨୧ ମାର୍ଚ୍ଚ ସୁଦ୍ଧା ରାଜ୍ୟର ୬୨୭୮ଟି ଗାଁରେ ମୋବାଇଲ୍ ନେଟୱର୍କ ନାହିଁ । ରାଜ୍ୟର ସବୁ ଗାଁରେ ମୋବାଇଲ୍ ନେଟୱର୍କ ଜରୁରୀ । ତେଣୁ ଓଡ଼ିଶାରେ ଆଉ ୧ ହଜାର ମୋବାଇଲ ଟାୱାର ବସାଇବାର ଆବଶ୍ୟକତା ରହିଛି । ଓଡ଼ିଶାରେ ମୋବାଇଲ ନେଟୱର୍କରେ ଉନ୍ନତି ଆଣିବା ପାଇଁ କେନ୍ଦ୍ର ସରକାର ଏ ଦିଗରେ ଆବଶ୍ୟକ ପଦକ୍ଷେପ ନେବାକୁ ଶ୍ରୀ ମଙ୍ଗରାଜ ଅନୁରୋଧ କରିଛନ୍ତି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons