{ ଗଜପତିରୁ ରେଣୁବାଳା ବେହେରାଙ୍କ ରିପୋର୍ଟ } : ଗଜପତି ଜିଲ୍ଲା ଗୋଶାଣୀ ବ୍ଳକ ଅନ୍ତର୍ଗତ କେରାଣ୍ଡି ପଞ୍ଚାୟତର ନୂଆ କେରାଣ୍ଡି ଗ୍ରାମରେ ଭାରତୀୟ ଜନତା ପାର୍ଟି ପକ୍ଷରୁ ସଦସ୍ୟତା ଗ୍ରହଣ ଅଭିଯାନ ଆରମ୍ଭ ହୋଇଯାଇଛି।ଏହି କାର୍ଯ୍ୟକ୍ରମରେ ପୂର୍ବତନ ବିଧାୟକ ତଥା ଜିଲ୍ଲା ବିଜେପି ସଭାପତି କେ ନାରାୟଣ ରାଓ,ପୂର୍ବତନ ସରପଞ୍ଚ ସୁନୀଲ ମହାପାତ୍ର, ମହେନ୍ଦ୍ର ବରାଡ଼, ମନୋରଞ୍ଜନ ନାୟକ, ଦୀନବନ୍ଧୁ ସାମଲ,ରାଧା ଗୋବିନ୍ଦ ସାହୁ,ଇ ଚନ୍ଦ୍ର ଶେଖର,ଏ ସୀମାଦ୍ରୀ,ଏସ ଲକ୍ଷ୍ମୀ ନାରାୟଣ।ପ୍ରମୁଖ ଉପସ୍ଥିତ ରହି କିପରି ବିଜେପିର ସଦସ୍ୟତା ଗ୍ରହଣ କରିପାରିବେ ତା ଉପରେ ଜନ ସାଧାରଣ ଙ୍କୁ ଓ ଆଗ୍ରହ ପ୍ରକାଶ କରିଥିବା ଲୋକଙ୍କୁ ବୁଝାଯାଇଥିଲା।ଜନ ସାଧାରଣ କିପରି ସଦସ୍ୟତା ଗ୍ରହଣ କରିବେ ତା ଉପରେ ଆଲୋଚନା ହୋଇଥିଲା।ଏହିପରି ଅଭିଯାନ ବିଭିନ୍ନ ଗ୍ରାମ ଓ ପଞ୍ଚାୟତରେ ଆରମ୍ଭ ହୋଇ ଥିବାର ଜଣା ପଡ଼ିଛି।
Comments are closed, but trackbacks and pingbacks are open.