ପଦାମୃତ ନୃତ୍ୟାୟନର ସଫଳତା

Get real time updates directly on you device, subscribe now.

{ ଗଜପତିରୁ ରେଣୁବାଳା ବେହେରାଙ୍କ ରିପୋର୍ଟ } : ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ସହରର ଅଗ୍ରଣୀ ନୃତ୍ୟ ଅନୁଷ୍ଠାନ ପଦାମୃତ ନୃତ୍ୟାୟନ ପାଇଛି ଆଉ ପାଦେ ସଫଳତା, କେନ୍ଦ୍ର ସରକାରଙ୍କ ସଂସ୍କୃତି ମନ୍ତ୍ରାଳୟ ପକ୍ଷରୁ ସଦ୍ୟ ପ୍ରକାଶିତ ସାଂସ୍କୃତିକ ପ୍ରତିଭା ବୃତ୍ତି ଯୋଜନା ରେ କନିଷ୍ଠ ବିଭାଗ ରେ ଓଡ଼ିଶୀ ନୃତ୍ୟ ପାଇଁ ଅନୁଷ୍ଠାନର ଜାଗୃତି ଜୀବନ ଜ୍ୟୋତି ମୋନନିତ ହୋଇଛନ୍ତି। ଜାଗୃତି କେନ୍ଦ୍ର ସରକାରଙ୍କ ଏହି ସମ୍ମାନିତ କଳା ବୃତ୍ତି ପାଇବା ପରେ ତାଙ୍କୁ ଏହି ଯୋଜନା ଅଧୀନରେ ବିଭିନ୍ନ ସରକାରୀ ସୁବିଧା ମିଳିପାରିବ।ତାଙ୍କ ଏହି ସଫଳତା ପଛରେ ତାଙ୍କ ନୃତ୍ୟ ପ୍ରଶିକ୍ଷିକା ଗୁରୁ ବିନ୍ଦୁପ୍ରିୟା ବେହେରା ଓ ପ୍ରିତିପ୍ରିୟା ବେହେରାଙ୍କୁ ନୃତ୍ଯ ଶିଳ୍ପୀ କୃତଜ୍ଞତା ଜଣାଇଛନ୍ତି। ଏହି ସଫଳତା ପାଇଁ ତାଙ୍କୁ ଶୁଭେଚ୍ଛା ସୁଅ ଛୁଟୁଛି, ଅନୁଷ୍ଠାନର ସଭାପତି କେ.ରାମସ୍ୱାମୀ, ଉପଦେଷ୍ଟା ନୃସିଂହ ଚରଣ ପଟ୍ଟନାୟକ, ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ ସଦସ୍ୟ ଗୁରୁ ରଘୁନାଥ ପାତ୍ର, ମନୋଜ ପାଢ଼ୀ, ଆଦର୍ଶ ଦାସ, ଘନଶ୍ୟାମ ବେହେରା, ହିମାଂଶୁ ପଟ୍ଟନାୟକ, ଶୁଭ୍ରାଂଶୁ ଶେଖର ପଟ୍ଟନାୟକ ପ୍ରମୁଖ ଓଡ଼ିଶୀ ନୃତ୍ୟ ଶିଳ୍ପୀ ଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons