{ ଦେବଗଡ଼ରୁ ଇନ୍ଦ୍ରଜିତ ନାଏକଙ୍କ ରିପୋର୍ଟ } : ଦେବଗଡ଼ ଜିଲ୍ଲା ତିଲେଇ ବଣି ବ୍ଲକ ସୁଗୁଡ଼ା ପଞ୍ଚାୟତ ବାସୁଦେବ ପୁର ନିକଟ ସଂରକ୍ଷିତ ଜଙ୍ଗଲ ଓ ପାହାଡ ଉପରେ ଅବସ୍ଥିତ ମାଁ ରମ୍ଭା ଦେବୀ ଙ୍କ ବାର୍ଷିକ ପୂଜା ଉତ୍ସବ ଅତ୍ୟନ୍ତ ଭକ୍ତିମୟ ପରିବେଶ ରେ ଧୁମ୍ ଧାମ ର ସହିତ ପାଳିତ ହୋଇ ଯାଇଛି । ପ୍ରାକୃତିକ ସୋନ୍ଦର୍ଯ୍ୟ ପରିବେଷ୍ଟିତ ମାଁ ରମ୍ଭା ଦେବୀ ଙ୍କ ପବିତ୍ର ପୀଠରେ ଦେବଗଡ଼ ଜିଲ୍ଲା ସମେତ ପଡୋଶୀ ଅନୁଗୁଳ , ସୁନ୍ଦରଗଡ଼ , କେନ୍ଦୁଝର , ସମ୍ବଲପୁର ଜିଲ୍ଲା ରୁ ହଜାର ହଜାର ଶ୍ରଦ୍ଧାଳୁ ଭକ୍ତଙ୍କ ସମାଗମ ଦେଖିବାକୁ ମିଳିଥିଲା । ଶ୍ରଦ୍ଧାଳୁ ଭକ୍ତମାନେ ନିଜର ସୁଖ ସମୃଦ୍ଧି କାମନା କରି ମାଁ ଙ୍କ ଆଶୀର୍ବାଦ ଭିକ୍ଷା କରିଥିଲେ । ଏଠାରେ କୌଣସି ପ୍ରତିମା ନଥିଲେ ମଧ୍ୟ ଭକ୍ତ ମାନେ ଗୁମ୍ଫାର ବନ୍ଦ ପ୍ରବେଶ ଦ୍ବାର ରେ ଅତ୍ୟନ୍ତ ଭକ୍ତି ସହକାରେ ପୂଜାର୍ଚ୍ଚନା କରନ୍ତି । ସବୁ ପ୍ରକାର ମନୋସ୍କାମନା ପୂର୍ଣ୍ଣ ହୁଏ ବୋଲି ବିଶ୍ବାସ ବି ରହିଛି । ଲୋକକଥା ଅନୁସାରେ ଗାଁ ର ଦେବୀ ମାଁ ରମ୍ଭା ଦେବୀ ଙ୍କ ପୀଠରେ ଭକ୍ତଙ୍କ ଦାନରେ ମୂଲ୍ୟବାନ ସୁନା ଅଳଙ୍କାର ରହିଥିଲା । ଗାଆଁ ର ଝିଅ ମାନଙ୍କ ବିବାହ ସମୟରେ ସୁନା ଅଳଙ୍କାର ଧାର ରେ ଦିଆଯାଉଥିଲା ଏବଂ ପରେ ତାହା ସେମାନେ ଫେରସ୍ତ କରି ଦେଉଥିଲେ ।ଥରେ କିନ୍ତୁ ଜଣେ ବ୍ୟକ୍ତି ଅଳଙ୍କାର ନେଇ ସେ ଫେରସ୍ତ ନ କରିବାରୁ ମାଁ ଅଭିମାନ ରେ ଗୁମ୍ଫା ର ଦ୍ବାର କୁ ପଥର ଦ୍ଵାରା ବନ୍ଦ କରି ଦେଇଥିଲେ । ସେଦିନ ଠାରୁ ଲୋକଙ୍କ ବିଶ୍ବାସ ରହିଛି ଯେ ; ମାଁ ଗୁମ୍ଫା ଭିତରେ ଅଛନ୍ତି ଏବଂ ସମସ୍ତେ ଅତ୍ୟନ୍ତ ଭକ୍ତି ଓ ଶ୍ରଦ୍ଧା ସହକାରେ ଗୁମ୍ଫାର ଦ୍ଵାରା ଦେଶରେ ହିଁ ପୂଜାର୍ଚ୍ଚନା କରି ଆସୁଛନ୍ତି । ଅତ୍ୟନ୍ତ ଘଞ୍ଚ ଓ ପାହାଡ ଉପରେ ଅବସ୍ଥିତ ମାଁ ଙ୍କ ପୀଠ କୁ ନିତିଦିନ ଯାଇ ପୂଜାର୍ଚ୍ଚନା କରିବା ସମ୍ଭବ ହେଉ ନ ଥିବାରୁ ଗାଆଁ ରେ ମାଁ ଙ୍କ ଏକ ପ୍ରତିମା ରଖି ପ୍ରତିଦିନ ପୂଜାର୍ଚ୍ଚନା କରାଯାଏ ଏବଂ ବର୍ଷ କୁ ଥରେ ମାଁ ଙ୍କ ମୁଖ୍ୟ ପୀଠରେ ଖୁବ୍ ଧୁମ୍ ଧାମରେ ପୂଜାର୍ଚ୍ଚନା କରାଯାଏ ଯାହା କି ମାଁ ରମ୍ଭା ଦେବୀ ଯାତ୍ରା ନାମରେ ସୁପ୍ରସିଦ୍ଧ ।


Comments are closed, but trackbacks and pingbacks are open.