{ ଭଞ୍ଜନଗରରୁ ଗୋବିନ୍ଦ ଚନ୍ଦ୍ର ଗୌଡଙ୍କ ରିପୋର୍ଟ } : ବୁଗୁଡ଼ା ବ୍ଲକ ପରିସର ଠାରେ ସୋମବାର ଗଞ୍ଜାମ ଜିଲ୍ଲା ପ୍ରଶାସନ ପକ୍ଷରୁ ଜିଲ୍ଲାସ୍ତରୀୟ ମିଳିତ ଜନଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି। ଶ୍ରୀ ସଚ୍ଚିଦାନନ୍ଦ ନାୟକ, ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ଶ୍ରୀ ସମୀର କୁମାର ଜେନା, ଆରକ୍ଷୀ ଅଧୀକ୍ଷକ ଶ୍ରୀ ହରିଶ ବିଶି ଏବଂ ଉପଜିଲ୍ଲାପାଳ ଶ୍ରୀ ଉମାଶଙ୍କର ବେହେରା ପ୍ରମୁଖ ମୋଟ ୧୦୩ଟି ଅଭିଯୋଗର ଶୁଣାଣି କରିଥିଲେ।ପ୍ରାପ୍ତ ଅଭିଯୋଗ ମଧ୍ୟରୁ ୮୭ଟି ବ୍ୟକ୍ତିଗତ, ୧୬ଟି ସାମୂହିକ, ୭ଟି ରେଡକ୍ରସ ସହାୟତା ସମ୍ବନ୍ଧୀୟ ଥିବାବେଳେ ୩ ଅଭିଯୋଗର ତୁରନ୍ତ ସମାଧାନ ଶିବିରରେ କରାଯାଇଥିଲା। ଅବଶିଷ୍ଟ ଅଭିଯୋଗଗୁଡ଼ିକର ଶୀଘ୍ର ଏବଂ ଫଳପ୍ରଦ ସମାଧାନ ପାଇଁ ଅତିରିକ୍ତ ଜିଲ୍ଲାପାଳ ସମ୍ପୃକ୍ତ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ପ୍ରଦାନ କରିଥିଲେ।ଏହି ଅବସରରେ ଜିଲ୍ଲା ରେଡକ୍ରସ ପାଣ୍ଠିରୁ ୭ ଜଣ ହିତାଧିକାରୀଙ୍କୁ ମୋଟ ୩୮ ହଜାର ଟଙ୍କାର ଆର୍ଥିକ ସହାୟତା ଓ ୫ଜଣ ଭିନ୍ନକ୍ଷମଙ୍କୁ ଟ୍ରାଇ ସାଇକେଲ ପ୍ରଦାନ କରାଯାଇଥିଲା।ଶିବିରରେ ଉପସ୍ଥିତ ଜନସାଧାରଣ ଶିକ୍ଷା, କୃଷି, ସ୍ୱାସ୍ଥ୍ୟ, ସାମାଜିକ ସୁରକ୍ଷା ଭତ୍ତା, ଖାଦ୍ୟ ସୁରକ୍ଷା, ଗୃହ ନିର୍ମାଣ, ଜୀବିକା ମିଶନ, ରାଜସ୍ୱ ଏବଂ ଜମିଜମା ସମ୍ବନ୍ଧୀୟ ବିଭିନ୍ନ ସମସ୍ୟା ସମ୍ପର୍କରେ ଅତିରିକ୍ତ ଜିଲ୍ଲାପାଳଙ୍କୁ ଅବଗତ କରିଥିଲେ।ଏହି ଶିବିରରେ ବୁଗୁଡ଼ା ତହସିଲଦାର ତାପସ ରାଉତ , ଗୋଷ୍ଠୀ ଉନ୍ନୟନ ଅଧିକାରୀ ଦୂତିକୃଷ୍ଣ ପାତ୍ର, ସମସ୍ତ ଜିଲ୍ଲାସ୍ତରୀୟ ଅଧିକାରୀ, ବୁଗୁଡ଼ା ବ୍ଲକର ବିଭିନ୍ନ ବିଭାଗର ଅଧିକାରୀ ଏବଂ କର୍ମଚାରୀମାନେ ଉପସ୍ଥିତ ଥିଲେ। ବୁଗୁଡ଼ା ବ୍ଲକ କାର୍ଯ୍ୟାଳୟର କର୍ମଚାରୀମାନେ ଜନଅଭିଯୋଗ ଶୁଣାଣି ଶିବିରର ସୁପରିଚାଳନାରେ ସକ୍ରିୟ ସହଯୋଗ କରିଥିଲେ ।


Comments are closed, but trackbacks and pingbacks are open.