ପାରଳାଖେମୁଣ୍ଡି ଠାରେ ଦକ୍ଷିଣ ଓଡ଼ିଶା ସାହିତ୍ୟ ସମ୍ମିଳନୀର ୨ ଦିନିଆ ରାଜ୍ୟ ସ୍ତରୀୟ ସମାରୋହ କାର୍ଯ୍ୟକ୍ରମ କରାଯିବା ନେଇ ପ୍ରସ୍ତୁତି ବୈଠକ ଅନୁଷ୍ଠିତ
{ ଗଜପତିରୁ ରେଣୁବାଳା ବେହେରାଙ୍କ ରିପୋର୍ଟ } : ପାରଳାଖେମୁଣ୍ଡି ଠାରେ ଦକ୍ଷିଣ ଓଡ଼ିଶା ସାହିତ୍ୟ ସମ୍ମିଳନୀର ୨ ଦିନିଆ ରାଜ୍ୟ ସ୍ତରୀୟ ସମାରୋହ କାର୍ଯ୍ୟକ୍ରମ କରାଯିବା ନେଇ ପାରଳାଖେମୁଣ୍ଡି ସ୍ଥିତ ଶ୍ରୀ ଶୈଳମ୍ କଲ୍ୟାଣ ମଣ୍ଡପର ସମ୍ମିଳନୀ କକ୍ଷ ଠାରେ ସମ୍ମିଳନୀର ପାରଳାଖେମୁଣ୍ଡି ଶାଖା ପକ୍ଷରୁ ଏକ ପ୍ରସ୍ତୁତି ବୈଠକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ସମ୍ମିଳନୀର ପାରଳାଖେମୁଣ୍ଡି ଶାଖା ସଭାପତି ଶ୍ରୀ ସିଦ୍ଧେଶ୍ୱର ମିଶ୍ର ବୈଠକରେ ସଭାପତିତ୍ବ କରି କାର୍ଯ୍ୟକ୍ରମର ଆଭିମୁଖ୍ୟ କଣ ରହିଛି , ସେ ସମ୍ପର୍କରେ ସମ୍ୟକ୍ ସୂଚନା ପ୍ରଦାନ କରିଥିଲେ । ଏହି ପ୍ରସ୍ତୁତି ବୈଠକ ଆଲୋଚନା କାର୍ଯ୍ୟକ୍ରମରେ ଦକ୍ଷିଣ ଓଡ଼ିଶା ସାହିତ୍ୟ ସମ୍ମିଳନୀର ରାଜ୍ୟସ୍ତରୀୟ ମହାସଚିବ ଶ୍ରୀ ଦଣ୍ଡପାଣି ମହାପାତ୍ର ଯୋଗ ଦେଇଥିବା ବେଳେ ଅନ୍ୟମାନଙ୍କ ମଧ୍ୟରେ ସମ୍ମିଳନୀର ପାରଳାଖେମୁଣ୍ଡି ଶାଖା ସମ୍ପାଦିକା ଶ୍ରୀମତୀ ତନୁଜା ଶତପଥି , ଉପସଭାପତି ଶ୍ରୀ ହରି ମୋହନ ପଟନାୟକ , ବରିଷ୍ଠ ସଦସ୍ୟା ଡ଼ଃ ଭାରତୀ ପାଣିଗ୍ରାହୀ , ସଦସ୍ୟା ଶ୍ରୀ ଭାଗବତ ପାଢ଼ୀ ପ୍ରମୁଖ ମଞ୍ଚାସିନ ଥିଲେ।
ଦକ୍ଷିଣ ଓଡ଼ିଶାର ଉପାନ୍ତ ଅଞ୍ଚଳ ମାନଙ୍କରେ ଭାଷା , ସାହିତ୍ୟ ଓ କଳା ସଂସ୍କୃତିକୁ ବଞ୍ଚାଇ ରଖିବା ଏବଂ ରାଜ୍ୟର ବିଭିନ୍ନ ଜିଲ୍ଲା ଅଞ୍ଚଳରୁ ଆସିବାକୁ ଥିବା ସାହିତ୍ୟିକ , କବି , ଲେଖକ , ଔପନ୍ୟାସିକ ଏବଂ ବିଭିନ୍ନ ସ୍ତରର ବ୍ୟକ୍ତି ବିଶେଷ ମାନଙ୍କ ସହ ଅଞ୍ଚଳର ଭାଷା , ସାହିତ୍ୟ ଓ ସଂସ୍କୃତି ଉପରେ ଭାବ ବିନିମୟ ଆଦାନ ପ୍ରଦାନ କରିବା ଏଭଳି ସମ୍ମିଳନୀ କାର୍ଯ୍ୟକ୍ରମ କରାଯିବାର ମହତ୍ ଉଦ୍ଦେଶ୍ୟ ରହିଥିବା ବୈଠକରେ ମତ ପ୍ରକାଶ ପାଇଥିଲା । ସମ୍ମିଳନୀର ଏହି ପ୍ରସ୍ତୁତି ବୈଠକର ଆଲୋଚନା ଗୁଡ଼ିକ ମଧ୍ୟରେ ମୁଖ୍ୟତଃ ରାଜ୍ୟସ୍ତରୀୟ ଏହି ୨ ଦିନିଆ ସମାରୋହ କାର୍ଯ୍ୟକ୍ରମ ଆସନ୍ତା ଅକ୍ଟୋବର ମାସ ତୃତୀୟ ସପ୍ତାହ ମଧ୍ୟରେ କରାଯିବା , ଅତିଥି ଭାବେ କାହା କାହାକୁ ନିମନ୍ତ୍ରଣ କରାଯିବ , ସମ୍ଭର୍ଦ୍ଧନା କାହାକୁ ଓ କେତେ ଜଣଙ୍କୁ କରାଯିବ , ଉଦଘାଟନୀ ଓ ସମ୍ଭର୍ଦ୍ଧନା ପର୍ବ ସହ ଓଡ଼ିଆ ଭାଷା ଓ ସାହିତ୍ୟ ସମ୍ପର୍କିତ ଆଲୋଚନା , କବିତା ପାଠୋତ୍ସବ ପ୍ରଭୃତି ଉପରେ ବିସ୍ତୃତ ଆଲୋଚନା କରା ଯାଇଥିଲା । ଅନ୍ୟପକ୍ଷରେ , ସମ୍ମିଳନୀର ୨ ଦିନିଆ ସମାରୋହ କାର୍ଯ୍ୟକ୍ରମକୁ ନିମନ୍ତ୍ରିତ ଅତିଥି ପ୍ରସ୍ତାବ ଗୁଡିକ ମଧ୍ୟରେ ମୁଖ୍ୟତଃ ଗଜପତି ଜିଲ୍ଲାର ୨ ବିଧାୟକ , ପୌରଧ୍ୟକ୍ଷା , ଜିଲ୍ଲାପାଳ ଓ ଏସପି:ଙ୍କ ସମେତ ରାଜ୍ୟ ଓ ବାହାର ଜିଲ୍ଲା ସ୍ତରରୁ ରାଜ୍ୟ ବିଧାନସଭା ବାଚସ୍ପତି , ୨ ଜଣ ମନ୍ତ୍ରୀ , ବ୍ରହ୍ମପୁର ସାଂସଦ , ବ୍ରହ୍ମପୁର ବିଶ୍ଵବିଦ୍ୟାଳୟ କୁଳପତି , ପ୍ରଫେସର , ବିଶିଷ୍ଟ ସାହିତ୍ୟିକ ମାନଙ୍କୁ ନିମନ୍ତ୍ରଣ କରିବା ପାଇଁ ନିଷ୍ପତ୍ତି ନିଆଯାଇ ପ୍ରସ୍ତାବ ରଖା ଯାଇଥିଲା । ଏଥି ସମେତ ଏହି ଦୁଇଦିନିଆ ରାଜ୍ୟସ୍ତରୀୟ ଆଲୋଚନା ଚକ୍ର ସମାରୋହ କାର୍ଯ୍ୟକ୍ରମ କେମିତି ସୁରୁଖୁରୁ ଭାବରେ ସମ୍ପନ୍ନ ହେବ, ଷ୍ଟେଜ, ଖାଇବା , ରହିବା ପ୍ରଭୃତି ବିଷୟ ରେ ଆଲୋଚନା ହୋଇଥିଲା । ଏହି ପ୍ରସ୍ତୁତି ବୈଠକ କାର୍ଯ୍ୟକ୍ରମରେ ବହୁ ସଂଖ୍ୟାରେ ସମ୍ମିଳନୀର ସଦସ୍ୟ ସଦସ୍ୟା ମାନେ ଯୋଗଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ । ଶେଷରେ କୋଷାଧ୍ୟକ୍ଷ ଶ୍ରୀ ଲିଙ୍ଗରାଜ ପାଣିଗ୍ରାହୀ ଉପସ୍ଥିତ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । ସମସ୍ତ କାର୍ଯ୍ୟକ୍ରମକୁ ସମ୍ମିଳନୀର ସଦସ୍ୟ ସଦସ୍ୟା ଶ୍ରୀ ଲୋକନାଥ ମିଶ୍ର , ଶ୍ରୀ ଭାଗବତ ପାଢ଼ୀ , ମୁରଲୀ ଧର ପରିଛା , ଶ୍ରୀମତୀ ମାନସୀ ପଣ୍ଡା ଏବଂ ପ୍ରଫୁଲ୍ଲ ବେବର୍ତ୍ତା ପ୍ରମୁଖ ଓ ଅନ୍ୟ ସଦସ୍ୟା ସଦସ୍ୟା ମାନେ ପରିଚାଳନା ଓ ସହଯୋଗ କରିଥିଲେ ।
Comments are closed, but trackbacks and pingbacks are open.