ଏକଲବ୍ୟ ଆଦର୍ଶ ବିଦ୍ୟାଳୟରେ ଆମ୍ବେଦକର ଜୟନ୍ତୀ ଓ ବିଷୁବ ସଂକ୍ରାନ୍ତି ପାଳିତ

Get real time updates directly on you device, subscribe now.

{ ଦେବଗଡ଼ ରୁ ଇନ୍ଦ୍ରଜିତ ନାଏକଙ୍କ ରିପୋର୍ଟ } : ଦେବଗଡ଼ ଜିଲ୍ଲା ତିଲେଇବଣି ବ୍ଲକ୍ ଅନ୍ତର୍ଗତ କଳାମାଟି ସ୍ଥିତ ଏକଲବ୍ୟ ଆଦର୍ଶ ଆବାସିକ ବିଦ୍ୟାଳୟରେ ବାବା ସାହେବ ଆମ୍ବେଦକର ଜୟନ୍ତୀ ଓ ବିଷୁବ ସଂକ୍ରାନ୍ତି ପାଳିତ ହୋଇଯାଇଛି!ଅଧ୍ୟାପକ ମନୋରଞ୍ଜନ ବାରିକ ଏହି ଜୟନ୍ତୀ ସମାରୋହ ରେ ଅଧ୍ୟକ୍ଷତା କରି ଗଣତାନ୍ତ୍ରିକ ରାଷ୍ଟ୍ର ଗଠନରେ ବାବା ସାହେବ ଆମ୍ବେଦକର ଙ୍କ ଅବଦାନ ଉପରେ ସମୁଚିତ ତଥ୍ୟ ପରିବେଷଣ କରିବା ସହ ମହାବିଷୁବ ସଂକ୍ରାନ୍ତି ଓ ଉତ୍କଳୀୟ ନବବର୍ଷ ଉପରେ ଆଲୋକପାତ କରିଥିଲେ | ବିଦ୍ୟାଳୟର ଛାତ୍ର ଛାତ୍ରୀ ଓ ଶିକ୍ଷକ ଶିକ୍ଷୟିତ୍ରୀ ଏହି ଅବସରରେ ଆମ୍ବେଦକର ଙ୍କ ତୈଳ ଚିତ୍ରରେ ପୁଷ୍ପ ପାଖୁଡ଼ା ଶ୍ରଦ୍ଧାଞ୍ଜଳି ଦେଇଥିଲେ | ଛାତ୍ର ଛାତ୍ରୀ ମାନେ ଏହି ଜୟନ୍ତୀ ସମାରୋହ ରେ ” ରାଷ୍ଟ୍ର ସ୍ମୃତିରେ ଆମ୍ବେଦକର ” ଶୀର୍ଷକ ରେ ସମାନ୍ତରାଳ ଆଲୋଚନା କରିଥିଲେ | ବିଦ୍ୟାଳୟ ର ଶିକ୍ଷକ ଲକ୍ଷ୍ମୀ ନାରାୟଣ ଦୁଆଁ , ସୁନିଲ କୁମାର , ରଞ୍ଜନ ବିଶ୍ଵାଳ , ତଥାଗତ ପ୍ରଧାନ ଓ ଅନିତା ବେହେରା ପ୍ରମୁଖ ସଭା କାର୍ଯ୍ୟକୁ ଆଗକୁ ନେବାରେ ସହଯୋଗ କରିଥିଲେ | ସଭାକାର୍ଯ୍ୟ ଶେଷରେ ଉତ୍କଳୀୟ ସଂସ୍କୃତିର ମହାବିଷୁବ ସଂକ୍ରାନ୍ତି ଉପଲକ୍ଷେ ଛାତ୍ର ଛାତ୍ରୀ ମାନଙ୍କୁ ସ୍ଵାଦିଷ୍ଟ ପଣା ପରିବେଷଣ କରା ଯାଇଥିଲା | ଶିକ୍ଷୟତ୍ରୀ ଶ୍ରୀମତୀ ରୀମିଲୀ ବାନାର୍ଜୀ ଧନ୍ୟବାଦ ଅର୍ପଣ କରିଥିଲେ |

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons