ଜିଲ୍ଲା ଅଦାଲତରେ ଦୁର୍ନୀତି ନିବାରଣ ସପ୍ତାହ ପାଳିତ

Get real time updates directly on you device, subscribe now.

{ ଜଗତସିଂହପୁରରୁ ରାକେଶ କୁମାର ରାୟଙ୍କ ରିପୋର୍ଟ } : ଜଗତସିଂହପୁର ଜିଲ୍ଲା ଆଇନ ସେବା ପ୍ରାଧୀକରଣ ତରଫରୁ ଜିଲ୍ଲା ଅଦାଲତରେ ଦୁର୍ନୀତି ନିବାରଣ ସପ୍ତାହ ପାଳିତ ହୋଇଯାଇଛି I ଏହି କାର୍ଯ୍ୟକ୍ରମରେ ଜିଲ୍ଲା ଓ ଦୌରା ଜଜ୍ ତଥା ପ୍ରାଧିକରଣର ଅଧ୍ଯକ୍ଷ ଶ୍ରୀ ଶ୍ରୀନିବାସ ପ୍ରତିହାରୀ ଅଧ୍ୟକ୍ଷତା କରି ସମସ୍ତ ବିଚାର ବିଭାଗୀୟ ଅଧିକାରୀ ଏବଂ ଅଦାଲତର କର୍ମଚାରୀମାନଙ୍କୁ ସାଧୁତାର ଶପଥ ପାଠ କରାଇଥିଲେ I ଜୀବନର ପ୍ରତ୍ୟେକ କ୍ଷେତ୍ରରେ ସଚେତନତା ଏବଂ ଆଇନର ଶାସନକୁ ଅନୁପାଳନ କରିବା ସହ ସମସ୍ତ ଦାୟିତ୍ଵକୁ ସାଧୁତା ଏବଂ ସ୍ଵଚ୍ଛତା ସହ ସମ୍ପାଦନ କରିବା ଉଚିତ I ଜନସାଧାରଣଙ୍କ ହିତ ପାଇଁ କାର୍ୟ କରିବା ନିତ୍ୟାନ୍ତ ଆବଶ୍ୟକ। ନିଜ ବ୍ୟକ୍ତିଗତ ଆଚରଣରେ ଦୃଷ୍ଟାନ୍ତ ମୂଳକ ସାଧୁତା ବଜାୟ ରଖି ଉଦାହରଣ ହେବା ପାଇଁ ଜିଲ୍ଲା ଜଜ୍ ଶ୍ରୀ ପ୍ରତିହାରୀ ଉପସ୍ଥିତ ଥିବା ସମସ୍ତ ବିଚାର ବିଭାଗୀୟ ଅଧିକାରୀ ଏବଂ ଅଦାଲତର କର୍ମଚାରୀମାନଙ୍କୁ ସଚେତନ କରାଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ଅତିରିକ୍ତ ଜିଲ୍ଲା ଜଜ୍ (ପୋସ୍କୋ) ଶ୍ରୀ ଅଜୟ କୁମାର ମହାନ୍ତି, ପରିବାର ଅଦାଳତ ଜଜ୍ ଶ୍ରୀ ଭଗବାନ ପ୍ରଧାନ, ମୁଖ୍ୟ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ ଶ୍ରୀମତୀ ନୀଳିମା ପଣ୍ଡା, ଆଇନ ସେବା ପ୍ରାଧୀକରଣର ସଚିବ ବି ଡି ଡି ଚନ୍ଦନା ଏବଂ ଅନ୍ୟାନ୍ୟ ବିଚାରପତିବୃନ୍ଦ ଏବଂ ଅଦାଲତର କର୍ମଚାରୀମାନେ ଉପସ୍ଥିତ ଥିଲେ I

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons