କିନ୍ନରଙ୍କ ଅଧିକାର ନିମନ୍ତେ ସଚେତନତା କାର୍ଯ୍ୟକ୍ରମ

Get real time updates directly on you device, subscribe now.

{ ଜଗତସିଂହପୁରରୁ ରାକେଶ କୁମାର ରାୟଙ୍କ ରିପୋର୍ଟ } : ପୌରପରିଷଦସ୍ଥିତ ରଙ୍ଗିଆଗଡ ଗ୍ରାମରେ ଜଗତସିଂହପୁର ଜିଲ୍ଲା ଆଇନ ସେବା ପ୍ରାଧିକରଣ ତରଫରୁ କିନ୍ନରମାନଙ୍କ ଅଧିକାର ନିମନ୍ତେ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ଆଇନ ସେବା ପ୍ରାଧିକରଣ ସଚିବଙ୍କ ଅଧ୍ୟକ୍ଷତାର ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ରଙ୍ଗିଆଗଡ ଗ୍ରାମରେ ବାସ କରୁଥିବା କିନ୍ନରମାନେ ଉପସ୍ଥିତ ଥିଲେ । କିନ୍ନର ମାନଙ୍କ ସାମ୍ବିଧାନିକ ଅଧିକାର, ଶିକ୍ଷା, ନିଯୁକ୍ତି, ଉନ୍ନତ ସ୍ୱାସ୍ଥ୍ୟ, ସାମାଜିକ ସୁରକ୍ଷା, ମାନବାଧିକାର, ବିଭିନ୍ନ ସରକାରୀ ଯୋଜନା ସମ୍ପର୍କରେ ସଚେତନତା କରାଇବା ସହ ସେମାନେ କିପରି ସମାଜର ମୁଖ୍ୟ ସ୍ରୋତରେ ସାମିଲ ହୋଇପାରିବେ ଏନେଇ ସଚିବ ବୁଝାଇଥିଲେ ।  ଏହା ସହିତ କିନ୍ନରମାନଙ୍କ ଅସୁବିଧା ବୁଝିବା ସହ ଅସୁବିଧାର କିପରି ସମାଧାନ ହେଇପାରିବା ଏନେଇ ବିଭାଗୀୟ ଅଧିକାରୀଙ୍କ ଦୃଷ୍ଟିଆକର୍ଷଣ କରିବେ ବୋଲି ସଚିବ କହିଥିଲେ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons