ଆଭାସୀ ମାଧ୍ୟମରେ ସମ୍ଭାବ୍ୟ ବାତ୍ୟା ‘ଦାନା’ର ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ

Get real time updates directly on you device, subscribe now.

{ ଜଗତସିଂହପୁରରୁ ରାକେଶ କୁମାର ରାୟଙ୍କ ରିପୋର୍ଟ } : ସମ୍ଭାବ୍ୟ ବାତ୍ୟା ଘନୀଭୂତ ହୋଇସାରିଛି ଏବଂ ଆସନ୍ତା ୨୪ ତାରିଖ ସୁଦ୍ଧା ସ୍ଥଳଭାଗ ଛୁଇଁବ ବୋଲି ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଏହି ପରୀପ୍ରେକ୍ଷୀରେ ଆଜି ସନ୍ଧ୍ୟା ୬ ଘ ସମୟ ରେ ଓଡିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଆଭାସୀ ମାଧ୍ୟମ ରେ ସମସ୍ତ ପ୍ରଭାବିତ ଜିଲ୍ଲା ସହ ଯୋଡି ହୋଇ ବାତ୍ୟା ପ୍ରସ୍ତୁତି ବିଷୟ ରେ ସମୀକ୍ଷା କରିଥିଲେ। ବୈଠକ ରେ ମୁଖ୍ୟମନ୍ତ୍ରୀ ଯଥାଶୀଘ୍ର ପ୍ରଭାବିତ ଅଞ୍ଚଳ ରେ ଥିବା ଲୋକ ମାନଙ୍କୁ ଆଶ୍ରୟ ସ୍ଥଳ କୁ ସ୍ଥାନାନ୍ତରିତ କରିବା ପାଇଁ ପରାମର୍ଶ ଦେଇଥିଲେ। ଏହାସହ ଖାଲି ହୋଇଥିବା ଗ୍ରାମରେ ପୋଲିସ୍ ବାହିନୀ ଦ୍ବାରା ପାଟ୍ରୋଲିଂ କରିବା ପାଇଁ ପରାମର୍ଶ ଦେଇଥିଲେ।ଏହି ସମୀକ୍ଷା ବୈଠକରେ ଯୋଡି ହୋଇ ଜଗତସିଂହପୁର ଜିଲ୍ଲାପାଳ ଶ୍ରୀ ଜେ ସୋନାଲ ଜିଲ୍ଲା ର ପ୍ରସ୍ତୁତି ସଂପର୍କ ରେ ସୂଚନା ଦେଇଥିଲେ । ଜିଲ୍ଲା ର ପାରାଦ୍ଵୀପ ମ୍ୟୁନିସପାଲିଟି, କୁଜଙ୍ଗ, ଏରସମା, ବାଲିକୁଦା ଅଞ୍ଚଳ ରୁ ୮୫୦୦ ଲୋକଙ୍କୁ ସ୍ଥାନାନ୍ତରିତ କରିବାର ବ୍ୟବସ୍ଥା ଥିବାବେଳେ ୫୧୪୩ ଲୋକଙ୍କୁ ସ୍ଥାନାନ୍ତର କରାଯାଇସାରିଛି ବୋଲି ଜିଲ୍ଲାପାଳ ସୂଚନା ଦେଇଥିଲେ। ସେଥି ମଧ୍ୟରୁ ୯୧ ଜଣ ଗର୍ଭବତୀ ମହିଳା ରହିଛନ୍ତି। ଆଶ୍ରୟ ସ୍ଥଳ ନିମନ୍ତେ ୧୫୦୦୦ ପାଣି ବୋତଲ ବ୍ୟବସ୍ଥା ରହିଛି। ଏହାଛଡା୧ ଟି ମୋବାଇଲ ଟ୍ରିଟମେଣ୍ଟ ୟୁନିଟ,୨୯ ଟି ପାଣି ଟ୍ୟାଙ୍କ, ପ୍ରତ୍ୟେକ ବ୍ଲକ୍ ନିକଟ ରେ ଗୋଟିଏ ଜେ ସି ବି, ଆବଶ୍ୟକ ପରିମାଣରେ ଔଷଧ ସମସ୍ତ ପି ଏଚ ସି, ସି ଏଚ୍ ସି ପାଖରେ ମହଜୁଦ ଅଛି ବୋଲି ଜିଲ୍ଲାପାଳ ସୂଚନା ଦେଇଥିଲେ। ଏରସମା ବ୍ଲକ ଠାରେ ଯୋଡି ହୋଇ ବରିଷ୍ଠ ପ୍ରଶାସନିକ ଅଧିକାରୀ ଶ୍ରୀମତୀ ଯାମିନୀ ଷଡ଼ଙ୍ଗୀ ଜିଲ୍ଲା ର ସମସ୍ତ ପ୍ରସ୍ତୁତି ସଠିକ o ସମୟ ଅନୁସାରେ ରହିଛି ବୋଲି ମତ ଦେଇଥିଲେ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons