ନିର୍ମାଣ ଶ୍ରମିକ କଲ୍ୟାଣ ଯୋଜନା ସହାୟତା ବଣ୍ଟନ

Get real time updates directly on you device, subscribe now.

{ ଗଜପତିରୁ ରେଣୁବାଳା ବେହେରାଙ୍କ ରିପୋର୍ଟ } : ଜିଲ୍ଲା ଶ୍ରମ ବିଭାଗ ଓ ଜିଲ୍ଲା ପ୍ରଶାସନର ମିଳିତ ଆନୁକୂଲ୍ୟରେ ଆଜି ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷ ଠାରେ ଓଡ଼ଶା କୋଠାବାଡ଼ି ଓ ନିର୍ମାଣ ଶ୍ରମିକ କଲ୍ୟାଣ ଯୋଜନା ସହାୟତା ରଶି ବଣ୍ଟନ କରାଯାଇଛି | ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଜିଲ୍ଲାପାଳ ଶ୍ରୀଯୁକ୍ତ ବିଜୟ କୁମାର ଦାଶ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଶ୍ରମିକ ମାନଙ୍କୁ ସହାୟତା ବଣ୍ଟନ କରିଥିଲେ | ଏହି ନିର୍ମାଣ ଶ୍ରମିକ କଲ୍ୟାଣ ଯୋଜନା ସହାୟତା ବଣ୍ଟନରେ ଜିଲ୍ଲାରେ ୪୦୩ ଜଣଙ୍କୁ ବିଭିନ୍ନ ସୁବିଧା ବଣ୍ଟନ କରାଯାଇଛି। ସେହିପରି ମୃତ୍ୟୁ କାଳୀନ ସହାୟତା ବାବଦକୁ ୧ କୋଟି ୫୯ ଟଙ୍କା ୮୦ ଜଣଙ୍କୁ ଦିଆଯାଛି ଓ ଅନ୍ତ୍ୟେଷ୍ଟି କ୍ରିୟା ସହାୟତା ବାବଦକୁ ୭୮ ଜଣଙ୍କୁ ୩ ଲକ୍ଷ ୯୦ ହଜାର ଟଙ୍କା ପ୍ରଦାନ କରାଯାଇଛି ଓ ବିବାହ କାଳୀନ ସହାୟତା ବାବଦକୁ ୧ କୋଟି ୨୨ ଲକ୍ଷ ୫୦ ହଜାର ଟଙ୍କା ସହାୟତା ପ୍ରଦାନ କରାଯାଇଥିଲା | ଏହି କାର୍ଯ୍ୟକ୍ରମରେ ଅନ୍ୟ ମାନଙ୍କ ମଧ୍ୟରେ ଜିଲ୍ଲା ଶ୍ରମ ଅଧିକାରୀ ଶ୍ରୀମତୀ ଭାରତୀ ବେହେରା, ସଂଯୋଜକ ଶ୍ରୀ ସୁକାନ୍ତ କୁମାର ପଣ୍ଡା, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ସମେତ ଅନ୍ୟ ଶ୍ରମ ବିଭାଗୀୟ କର୍ମଚାରୀ ଓ ନିର୍ମାଣ ଶ୍ରମିକ ପ୍ରମୁଖ ଉପସ୍ଥିତ ଥିଲେ |

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons