ଜିଲ୍ଲା ସ୍ତରୀୟ ପାଣିପଞ୍ଚାୟତ ପକ୍ଷ ପାଳିତ

Get real time updates directly on you device, subscribe now.

{ ମୟୂରଭଞ୍ଜରୁ ସ୍ଵତନ୍ତ୍ର ପ୍ରତିନିଧି ମନୋଜ କୁମାର ବେହେରାଙ୍କ ରିପୋର୍ଟ } : ଓଡିଶା ସରକାରଙ୍କ ଜଳ ସମ୍ପଦ ବିଭାଗର ଜିଲ୍ଲା ଜଳ ସେଚନ ଅନୁଭାଗ ପକ୍ଷରୁ ମହାରାଜା ଶ୍ରୀରାମ ଚନ୍ଦ୍ର ଭଞ୍ଜ ଦେଓ ବିଶ୍ୱବିଦ୍ୟାଳୟ ସମ୍ମିଳନୀ କକ୍ଷ ଠାରେ ଗୁରୁବାର ଦିନ ପୂର୍ବାହ୍ନରେ ଜିଲ୍ଲା ସ୍ତରୀୟ ପାଣି ପଞ୍ଚାୟତ ପକ୍ଷ ପାଳିତ ହୋଇଯାଇଛି। ଜିଲ୍ଲାପାଳ ଶ୍ରୀ ହେମକାନ୍ତ ସୟଙ୍କ ସଭାପତିତ୍ବରେ ମାନ୍ୟବର ସାଂସଦ ଶ୍ରୀ ନଵଚରଣ ମାଝୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ପାଣି ପଞ୍ଚାୟତ ମାଧ୍ୟମରେ ଜଳ ବଣ୍ଟନର ସୁପରିଚାଳନା କରାଯାଇ ଚାଷ କାର୍ଯ୍ୟରେ କିଭଳି ବିଶେଷ ଉନ୍ନ‌ତ ଆଣିବାକୁ ହେବ ତାହା ଉପସ୍ଥିତ ଚାଷୀ ଭାଇ-ଭଉଣୀଙ୍କୁ ବୁଝାଇଥିଲେ। ଅନ୍ୟପକ୍ଷରେ ପାଣିର ଅପଚୟ ଓ ଅପବ୍ୟବହାର ନକରି ସହଭାଗୀ ଜଳ ସେଚନ ପରିଚାଳନାରେ ଚାଷକାର୍ଯ୍ୟକୁ କିଭଳି ସଫଳତାର ସହ କାର୍ଯ୍ୟକାରୀ କରିବାକୁ ହେବ ତାହା ଉପସ୍ଥିତ ଚାଷୀମାନଙ୍କୁ ବୁଝାଇଥିଲେ।ଏହି ଜିଲ୍ଲା ସ୍ତରୀୟ କାର୍ଯ୍ୟକ୍ରମରେ, ମାନ୍ୟବର ଅଧ୍ୟକ୍ଷ୍ୟା, ଜିଲ୍ଲାପରିଷଦ, ଶ୍ରୀମତୀ ଭାରତୀ ହାଁସଦା, ମାନ୍ୟବର ବିଧାୟକ ସାରସକଣା, ଶ୍ରୀ ଭାଦବ ହାଁସଦା, ମାନ୍ୟବର ବିଧାୟକ ଉଦଳା, ଶ୍ରୀ ଭାସ୍କର ଚନ୍ଦ୍ର ମଢେଇ, ମାନ୍ୟବର ବିଧାୟକ, ବାରିପଦା ଶ୍ରୀ ପ୍ରକାଶ ଚନ୍ଦ୍ର ସୋରେନ, ମାନ୍ୟବର ବିଧାୟକ, ରାଇରଙ୍ଗପୁର, ଶ୍ରୀ ଜଲେନ ନାଏକ, ଏବଂ ମୁଖ୍ୟ ଅଧିକ୍ଷଣ ଯନ୍ତ୍ରୀ ଇଂ ରମାକାନ୍ତ ମହାପାତ୍ର ପ୍ରମୁଖ ମଂଚାସୀନ ଥିଲେ। ଏହି ଅବସରରେ ଜିଲ୍ଲାପାଳ ଶ୍ରୀ ସୟ କହିଥିଲେଯେ ଜଳର ସର୍ବୋତ୍କୃଷ୍ଟ ବିନିଯୋଗ କରିବା ସହ ଚାଷୀମାନଙ୍କୁ ସଙ୍ଗଠିତ କରିବା ସହ ପାଣିପଞ୍ଚାୟତ ମାଧ୍ୟମରେ ସେମାନେ ଜଳସେଚନ ସୁବିଧା ପାଇ ଯେଭଳି ସ୍ବାବଲମ୍ବୀ ହୋଇପାରିବେ ସେଥିପାଇଁ ସରକାରଙ୍କ ପକ୍ଷରୁ ବ୍ୟବସ୍ଥା କରାଯାଉଛି। ଏ ଦିଗରେ ସଚେତନତା ସୃଷ୍ଟି ପାଇଁ ରାଜ୍ୟ ସରକାରଙ୍କ କ୍ଷୁଦ୍ର ଜଳସେଚନ ବିଭାଗ ତରଫରୁ ସମଗ୍ର ଜିଲ୍ଲାରେ ପାଣିପଞ୍ଚାୟତ ପକ୍ଷ ପାଳନ କରାଯାଉଛି।ଅନ୍ୟ ମାନଙ୍କ ମଧ୍ୟରେ କାର୍ଯ୍ୟକ୍ରମରେ ପ୍ରମୁଖ ମଞ୍ଚାସୀନ ଅତିଥି ମାନେ ଯୋଗ ଦେଇ ବିଭାଗୀୟ କାର୍ଯ୍ୟକ୍ରମ ବିଭିନ୍ନ ଯୋଜନା, ସହାୟତା ଓ ରିହାତି ପ୍ରଭୃତି ଉପରେ କହି କୃଷି ଜଳର ସମାବଣ୍ଟନକୁ କିଭଳି ନିଶ୍ଚିତ କରି ଫସଲରେ ଉନ୍ନ‌ତ ଆଣିହେବ ତାହା ବୁଝାଇ ସଚେତନ କରାଇଥିଲେ । ପାଣିପଞ୍ଚାୟତ ପକ୍ଷ ପାଳନରେ ମୁଖ୍ୟ ଯନ୍ତ୍ରୀ ଇଂ ମହାପାତ୍ର ସଭାକୁ ସମ୍ବୋଧନ କରି ପାଣି ପଞ୍ଚାୟତ କଣ, ଏହାର ଗଠନ ପ୍ରଣାଳୀ ଆବଶ୍ୟକତା କଣ, ଏହା ଦ୍ବାରା ଜଳ ବଣ୍ଟନ ସମସ୍ୟା ଓ ଏହାର ସମାଧାନସହ ସୁପରିଚାଳନା କିଭଳି ହୋଇଥାଏ, କେନାଲ ଗୁଡିକର ରକ୍ଷଣାବେକ୍ଷଣ ଓ ଜଳ ସେଚନ ସମ୍ବନ୍ଦୀୟ କ୍ଷେତ୍ରରେ ରେ ପାଣିପଞ୍ଚାୟତର ଅକାର ଓ କର୍ତ୍ତବ୍ୟ ଓ ଭୁମିକା ଉପରେ ବୁଝାଇଥିଲେ ।ଏହି ଅବସରରେ ପୂର୍ବରୁ ଅନୁଷ୍ଠିତ ପାଣି ପଞ୍ଚାୟତ ଉପରେ ଅନୁଷ୍ଠିତ ତର୍କ, ଚିତ୍ରାଙ୍କନ, ସାଧାରଣଜ୍ଞାନ ଆଦି ପ୍ରତିଯୋଗିତାରେ ସଫଳ ହୋଇଥିବା ଛାତ୍ର ଛାତ୍ରୀଙ୍କୁ ପୁରସ୍କାର ରାଶି ସହ ମାନପତ୍ର ପ୍ରଦାନ କରାଯାଇଥିଲା । ସୂଚନା ଥାଉକି, ପାଣିପଞ୍ଚାୟତ ପକ୍ଷ ପାଳନ ଅବସରରେ ଜିଲ୍ଲା ବ୍ୟାପୀ ପାଣିପଞ୍ଚାୟତର ବିଭିନ୍ନ ଦିଗ ଉପରେ ଭାବେ ଚାଷୀ ସଚେତନତା ପାଇଁ ପାଣି ପଞ୍ଚାୟତ ରଥ ବାହାରିଥିଲା । ଏହି ରଥକୁ ଜିଲ୍ଲାପାଳ ଶ୍ରୀ ସୟ ସବୁଜ ପତାକା ଦେଖାଇ ୨୨ ଡିସେମ୍ବର ଦିନ ଶୁଭାରମ୍ଭ କରିଥିଲେ। ଏହି କାର୍ଯ୍ୟକ୍ରମ ଅବସରରେ, ଛାତ୍ର ଛାତ୍ରୀଙ୍କ ଦ୍ୱାରା ଜଳସେଚନର ବିଭିନ୍ନ ପ୍ରକଳ୍ପ ପ୍ରଦର୍ଶିତ ହୋଇଥିବାବେଳେ, ଏହି କାର୍ଯ୍ୟକ୍ରମର ସଂଯୋଜନା ଇଂ ସୁବ୍ରତ କୁମାର ଦାଶ କରିଥିବା ବେଳେ ନିର୍ବାହୀ ଯନ୍ତ୍ରୀ, ପ୍ରସନ୍ନ ଦାସ ଏହି କାର୍ଯ୍ୟକ୍ରମ ସଂଚାଳନ କରିଥିଲେ ଏବଂ ପ୍ରଧାନ ଶିକ୍ଷକ ଶ୍ରୀ ସୋମନାଥ ସିଂହ କାର୍ଯ୍ୟକ୍ରମର ଆନୁଷ୍ଠାନିକ ମଂଚ ପରିଚାଳନା କରିଥିଲେ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons